ରାଜ୍ୟସ୍ତରୀୟ ଆଦିଶଙ୍କର ଜୟନ୍ତୀରେ ପ୍ରଦୁ୍ୟମ୍ନ ଶତପଥୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨.୫ : ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନମ୍ ପକ୍ଷରୁ ରାଜ୍ୟସ୍ତରୀୟ ଭଗବତପାଦ ଆ•ର୍ଯ୍ୟ ଆଦିଶଙ୍କରଙ୍କ ଜୟନ୍ତୀ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠାନର ଅଧ୍ୟକ୍ଷ, ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପୂର୍ବତନ ପ୍ରଶାସକ ସହଦେବ ଜୟସିଂହ କହିଲେ ଯେ, ଆଜି ମଧ୍ୟ ଭଗବତ ପାଦ ଆଦିଶଙ୍କରଙ୍କ ଜନ୍ମକାଳକୁ ନେଇ ଅନେକଙ୍କ ମନରେ ସନେ୍ଦହ ରହିଛି । ଏ ବିଷୟରେ ବିଶିଷ୍ଟ ଐତିହାସିକ ଓ ସଂସ୍କୃତ ବିଦ୍ୱାନଙ୍କୁ ନେଇ ଏକ ଜାତୀୟ କର୍ମଶାଳା ଭୁବନେଶ୍ୱରଠାରେ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ସମ୍ମାନିତ ଅତିଥି ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର ଆଚାର୍ଯ୍ୟ ଆଦିଶଙ୍କରଙ୍କୁ ଜଣେ କାଳଜୟୀ ମହାପୁରୁଷ ବୋଲି ବର୍ଣ୍ଣନା କରିଥିଲେ । ଛାତ୍ର ଓ ଯୁବକମାନଙ୍କ ଭିତରେ ଆଦିଶଙ୍କରଙ୍କ ଅବଦାନ ଉପରେ ବହୁଳ ଭାବେ ପ୍ରଚାର ପ୍ରସାର ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଆଦିଶଙ୍କରଙ୍କ ଜୀବନବ୍ୟାପୀ ସାଧନା ଉପରେ ନିରନ୍ତର ଲେଖନୀ •ଳନା କରୁଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଶିଷ୍ଟ ସଂଗଠକ ତଥା ସୁବାର୍ତ୍ତାର ସମ୍ପାଦକ ପ୍ରଦୁ୍ୟମ୍ନ ଶତପଥୀଙ୍କୁ ଆଦିଶଙ୍କର ପ୍ରତିଭା ସମ୍ମାନ-୨୦୨୫ରେ ସମ୍ବର୍ଦ୍ଧିତ କରାଯିବା ଅବସରରେ ସେ କହିଥିଲେ ଯେ, ଆମେ ଆଜି ସନାତନୀ ହିନ୍ଦୁ କହି ଯେଉଁ ଗର୍ବ ଅନୁଭବ କରୁଛେ, ତାହା କେବଳ ଆର୍ଯ୍ୟ ଭଗବତପାଦ ଆଦିଶଙ୍କରଙ୍କ ପାଇଁ ସମ୍ଭବ ହୋଇଛି । ଆଜକୁ ୨୦୦ ବର୍ଷ ତଳେ ଭାରତବର୍ଷର ଭୌଗୋଳିକ ଅବସ୍ଥା କିପରି ଥିବ, ଏକ ୧୬ ବର୍ଷର ବାଳକ ଖାଲି ପାଦରେ ସାରା ଭାରତବର୍ଷ ଭ୍ରମଣ କରି ଭାରତବର୍ଷର ୪ ଭାଗରେ ୪ଗୋଟି ପୀଠ ସ୍ଥାପନ କରିଥିଲେ । ପ୍ରକୃତରେ ସେ ଥିଲେ ଭଗବାନ ଶିବଙ୍କର ଅବତାର । କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣରେ ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନମ ଏକ ରେଜେଷ୍ଟି୍ରଭୁକ୍ତ ଅନୁଷ୍ଠାନ, ରାଜ୍ୟ ରାଜଧାନୀରେ ଦୀର୍ଘ ୩୦ ବର୍ଷ ହେବ କାର୍ଯ୍ୟ କରିଆସୁଛି ବୋଲି ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ପୂର୍ଣ୍ଣାଙ୍ଗ ଉକ୍ରଳ ନ୍ୟାସର ସଭାପତି ଶ୍ରୀ ସୀତାବଲ୍ଲଭ ମହାପାତ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଆଦିଶଙ୍କରଙ୍କ ରଚିତ ସମସ୍ତ ଗ୍ରନ୍ଥକୁ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁନଃ ପ୍ରକାଶ କରି ସୁଲଭ ମୂଲ୍ୟରେ ବିକ୍ରୟ କରିବାକୁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦିଆଯିବାକୁ ସେ କହିଥିଲେ । କୋଷାଧ୍ୟକ୍ଷ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଦେବା ସହ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିସରରେ ଆଦିଶଙ୍କରଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯିବ ବୋଲି କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଓଡ଼ିଶା ସଂସ୍କୃତି ସୁରକ୍ଷା ଅଭିଯାନର ସଂଯୋଜକ ଅରବିନ୍ଦ ତ୍ରିପାଠୀ ଓ ଚିରଞ୍ଜିବୀ ସେଠୀ ପରିଚାଳନା କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page