ରୋଜଗାରର ମାଧ୍ଯମ ସାଜିଛି ବହଲ୍ କଢ଼

କଳାହାଣ୍ଡି,୨୩|୨(ଉତ୍କଳ ବୁଲେଟିନ): କୋକସରା ବ୍ଲକର ବିଭିନ୍ନ ପରିବା ବଜାରରେ ଏବେ କିଛି ଦିନ ହେଲା ବହଳ କଢ ପ୍ରବେଶ କରିଛି I ଋତୁକାଳୀନ ଏହି ଜଙ୍ଗଲ ଜାତ ଦ୍ରବ୍ୟ ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି। ଏଣୁ ଲୋକେ ଏହା ଦର ପ୍ରତି ଖାତିରି ନ କରି ଅତି ଆଦରରେ କଣି ନେଉଛନ୍ତି । ଏହାଦ୍ବାରା ଶାଗ ବିକାଳି ମଧ୍ଯ ଭଲ ଦୁଇ ପଇସା ପାଉଛନ୍ତି । କିଛି ପରିବାର ପାଇଁ ବହଲ୍ କଢ ରୋଜଗାରର ମାଧ୍ଯମ ସାଜିଛି | କୋକସରା ବ୍ଳକର ସାହାଜଖୋଲ ଜଙ୍ଗଲ ଅଞ୍ଚଳରେ ଥିବା ଗାଁଗୁଡ଼ିକର ଲୋକେ ବିଶେଷ କରି ମହିଳାମାନେ ଜଙ୍ଗଲରୁ ଏହାକୁ ସଂଗ୍ରହ କରି ସିଧା ବଜାରକୁ ନେଇ ଆସୁଛନ୍ତି।ବଜାରରେ ବାକି ପନିପରିବା ଅପେକ୍ଷା ବହଲ୍‌ କଢ଼ର ବେଶ୍ ଚାହିଦା ରହିଛି। ତେଣୁ କମ୍ ସମୟ ମଧ୍ୟରେ ଲୋକେ ବହଲ୍ କଢ଼ କିଣି ନେଇଯାଉଛନ୍ତି | ବହଲ୍ କଢ଼ ପାଟିକୁ ଯେତିକି ସୁଆଦିଆ ସେତିକି ଔଷଧୀୟ ଗୁଣ ମଧ୍ଯ ଭରି ହୋଇ ରହିଛି । ବହଲ୍ କଢ ଚକ୍ଷୁ ରୋଗ ଭଲ କରିବାରେ ରାମବାଣ ସଦୃଶ୍ୟ | ଏହା ସହ ଏହା ତ୍ବଚାର ଚମକ ଆଣିବାରେ ସାହାଯ୍ୟ କରିଥାଏ | ତେଣୁ ବଜାରରେ ଯେତେ ବହଲ୍ କଢ଼ ଆଣିଲେ ମଧ୍ୟ ଲୋକେ କିଣି ନେଇଯାଉଛନ୍ତି । ଧାନକଟା ସରିବା ପରେ କୌଣସି କାମ ଧନ୍ଦା ନ ଥିବାରୁ ମହିଳାମାନେ ଘରେ ବସି ରହୁଥିଲେ । ଠିକ୍ ଏହି ସମୟରେ ଜଙ୍ଗଲରୁ ବହଲ୍ କଢ଼କୁ ସଂଗ୍ରହ କରି ବଜାରରେ ବିକ୍ରି କରୁଛନ୍ତି I ପ୍ରତିଦିନ ୫ଶହରୁ ୭ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ଋତୁକାଳୀନ ଏହି ଦ୍ରବ୍ୟ ମହିଳାମାନଙ୍କ ପାଇଁ ରୋଜଗାର ଦେଇଛି | ବେଶ୍ କିଛି ଦିନ ଲାଗି ବହଲ କଢ ସ୍ଥାନୀୟ ଲୋକଙ୍କ ପରିବାର ପ୍ରତିପୋଷଣର ମଧ୍ଯମ ସାଜିଛି ।

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page