ଭବାନୀପାଟଣା, ୨୩/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା
ଭବାନୀପାଟଣା ସହର ର ଜନ ଗହଳିପୂର୍ଣ୍ଣ ବାହାଦୁର ବଗିଚା ପଡ଼ାର ଜଣେ ବ୍ୟବସାୟୀ ଙ୍କ ଟଙ୍କା ନେଇ ନରେଶ ସାହୁ ନାମକ ଯୁବକ ବ୍ୟାଙ୍କରେ ଜମା କରିବା ପାଇଁ ଯିବା ବେଳେ ତିନିଜଣ ଦୁର୍ବୃତ୍ତ ଏକ ପଲସର୍ ବାଇକ୍ ରେ ଆସି ନରେଶ ସାହୁ ଉପରକୁ ପ୍ରଥମେ ଲଙ୍କା ଗୁଣ୍ଡ ପକାଇ ଥିଲେ ପରେ ସ୍କୁଟି ଉପରକୁ ଏକ ବୋମା ଫିଙ୍ଗିଥିଲେ ଫଳରେ ସ୍କୁଟି ର ହେଡ ଲାଇଟ୍ ସମ୍ପୂର୍ଣ ନଷ୍ଟ ହୋଇ ଛିଟିକି ପଡିଥିବା ବେଳେ ଭାଗ୍ୟ ବଶତଃ ସ୍କୁଟି ରୁ ଓହ୍ଲାଇ ଦୋକାନ କୁ ଯାଉଥିବା ସମୟରେ ବୋମା ଫୁଟି ଯାଇଥିଲା ଅଳ୍ପକେ ଟଙ୍କା ସହ ବ୍ୟବସାୟୀ

ବର୍ତ୍ତି ଯାଇଥିଲେ । ଲୁଟ୍ କରିବାରେ ବିଫଳ ହେବା ପରେ ଦୃର୍ବୁତ୍ତ ମାନେ ଫେରାର ହେବା ପାଇଁ ଚେଷ୍ଟା କରିଥିବା ବେଳେ ଜଣେ ଦୃର୍ବୁତ୍ତ ଜନସାଧାରଣ ଙ୍କ ହାତରେ ପଡି ଯାଇଥିଲା । ଫେରାର ସମୟରେ ଲୋକଙ୍କୁ ଆକ୍ରମଣ ମଧ୍ୟ କରିଥିଲେ ସେହି ଆକ୍ରମଣ ରେ ଜଣେ ଲୋକ ଆହତ ମଧ୍ୟ ହୋଇଥିଲେ । ପରେ ଜଣେ ଦୃର୍ବୁତ୍ତ କୁ ଧରି ଲୋକେ ଉତ୍ତମ ମାଧ୍ୟମ ଦେବା ପରେ ପୋଲିସ କୁ ଜିମା ଦେଇଥିଲେ । ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନ୍ ଭିନ କରି ୬ ଘଣ୍ଟା ମଧ୍ୟରେ ଏହି ଘଟଣା ରେ ସଂପୃକ୍ତ ଅନ୍ୟ ଚାରି ଜଣ ଅପରାଧୀ ଙ୍କୁ ଧରିବାରେ ସଫଳ ହୋଇଛି । ଜିଲ୍ଲାରେ ପ୍ରଥମ ଥର ଏଭଳି ବୋମା ଫିଙ୍ଗିବା ଘଟଣା ହୋଇଥିବାରୁ ଜିଲ୍ଲା ପୋଲିସ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇଥିଲା । ଘଟଣାସ୍ଥଳ ରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ କରିବା ପରେ ପୋଲିସ ୬ ଘଣ୍ଟା ମଧ୍ୟରେ ପୋଲିସ ଟିମ୍ ଗଠନ କରି ମୁଖ୍ୟ ଆସାମୀ ସହ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଇସାନ ନାଏକ, ମନୁ ନାଏକ, ବିରଞ୍ଚି ନାଏକ ତିନିଜଣ ଗଞ୍ଜାମ ସୋରଡ଼ା ର ହୋଇଥିବା ବେଳେ ତ୍ରିଲୋଚନ ପ୍ରଧାନ ଓ ମୁଖ୍ୟ ଅଭିଯୁକ୍ତ ଅବଦୁଲ ସର୍ଫୋଜ ଭବାନୀପାଟଣା ସହର ରୁ ଗିରଫ କରି କୋର୍ଟ ଚାଲାଣ କରିଛି କଳାହାଣ୍ଡି ପୋଲିସ । ଏହି ୫ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ପିସ୍ତଲ , ୫ ଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ ହୋଇଥିବା କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବର କୋଣ୍ଡା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଭବାନୀପାଟଣାରୁ ଜଗନ୍ନାଥ ନାଏକ, ଉତ୍କଳ ବୁଲେଟିନ,