ଲାଞ୍ଜିଗଡ ବ୍ଲକରେ ଏବେ ବି ଅଯୋଗ୍ୟ ରାସନ ହିତାଧିକାରୀ ଥିବା ଅଭିଯୋଗ

କଳାହାଣ୍ଡି, ୧୯/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ ରାଜ୍ୟ ସରକାରଙ୍କ ରାସନ କାର୍ଡରୁ ବାଦ ଦେବା ପ୍ରକ୍ରିୟାରେ ଏବେବି ବହୁ ଅଯୋଗ୍ୟ ହିତାଧିକାରୀ ସାଧାରଣରେ ଅଭିଯୋଗ ହେଉଛି I ଅଦ୍ୟାବଧି ବହୁ ଚାକିରିଆ ଓ ଆୟକର ଦାତା ମାନେ ସ୍ଵାଇଛIରେ ନିଜର ରIସନ କାର୍ଡ ଫେରେଇ ନାହାନ୍ତି, କି ସରକାରଙ୍କ ତରଫରୁ ସେମାନଙ୍କୁ ବାଦ ଦିଆଯାଇନାହିଁ I ଏବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଯୋଗାଣ ନିରୀକ୍ଷକ ଦିଲ୍ଲୀପ ନାଏକ ସମସ୍ତ ପଞ୍ଚାୟତକୁ ଚିଠି କରିଛନ୍ତି ଯେ ଯଥା ଶୀଘ୍ର ବା ଏକ ସପ୍ତାହ ଭିତରେ ପିଇଓ ଓ ଯୋଗାଣ ସହାୟକ ମିଶି ଆୟକର ଓ ସରକାର ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଉଚିତ ତଦନ୍ତ କରି ବାଦ ଦେବା ପାଇଁ ନିର୍ଦେଶ ଦେଇଛନ୍ତି I ଯଦି ଉଚିତ ତଦନ୍ତ କରାଯାଏ ତେବେହେଲେ ବହୁ ଲୋକଙ୍କ ନାମ ସାମ୍ନାକୁ ଆସିବ ବୋଲି ଲାଞ୍ଜିଗଡ ବ୍ଲକ ଯୋଗାଣ ନିରୀକ୍ଷକ ଦିଲ୍ଲୀପ ନାଏକ ଆମ ପାଖରେ ମତ ପ୍ରକାଶ କରିଛନ୍ତି I ସୂଚନା ମୁତାବକ କିଛି ଦିନ ତଳେ ସରକାର ରେସନ କାର୍ଡ ତାଲିକାରେ ଥିବା ସରକାରୀ କର୍ମଚାରୀଙ୍କୁ ଠାବ କରିଥିଲେ I ସେହି ଅନୁଯାଇ ଆୟକର ଦାତାଙ୍କ ମଧ୍ୟ କାର୍ଡ ରହିଛି I ପ୍ରକୃତରେ ଉଚ୍ଚିତ ତଦନ୍ତ ହେଲେ ରାସନ କାର୍ଡ କାଟିବାର ମାତ୍ରା ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି I ରାସନ କାର୍ଡରୁ ବାଦ ପଡ଼ିଥିବା ଉପଭୋକ୍ତାମାନେ କେଉଁ ଗଳବାଟI ଦେଇ ରାସନ କାର୍ଡ ବଞ୍ଚାଇ ରଖିହେବ ସେ ସଂକ୍ରାନ୍ତରେ ବହୁ ଲୋକ ହାତ ଗୁଞ୍ଜI ଦେବାପାଇଁ ଚାରିଆଡେ ଚକର କାଟିଲେଣି I ବିଶେଷକରି ଅଯୋଗ୍ୟ ହିତାଧିକାରୀ ଭାବେ ଚି଼ହ୍ନଟ ହୋଇ ଯିବେ ବୋଲି ନିଜ ନାମକୁ ରାସନ କାର୍ଡ ତାଲିକାରୁ ବାଦ ଦେଇ ନିଜ ପରବାରର ଅନ୍ୟ ସମସ୍ତଙ୍କୁ ତାଲିକାରେ କିଭଳି ସ୍ଥାୟୀ ଭାବେ ରଖିହେବ ସେ ଦିଗରେ ଧାଁ ଧପଡ଼ ଚଲାଇଛନ୍ତି I ଅନ୍ୟପଟେ ଅନ୍ତୋର୍ଦୟ ଯୋଜନାରେ ମଧ୍ୟ ବହୁ ଅଯୋଗ୍ୟ ହିତାଧିକାରୀ ସରକାରୀ ରାସନକୁ ହାତେଇ ଅଛନ୍ତି I ଲାଞ୍ଜିଗଡ ବ୍ଲକରେ ଅନ୍ତୋର୍ଦୟ ହିତାଧିକାରୀ ଯୋଜନା ଆରମ୍ଭରୁ ଚହ୍ନଟ ହୋଇଥିଲେ I ତାଙ୍କର ମୃତ୍ୟୁ ପରେ ସରକାରୀ ଗାଇଡଲାଇନକୁ ଅଣଦେଖା କରି ତାଙ୍କର ଉତ୍ତରଅଧିକାରୀ ଭାବେ ତାଙ୍କ ପୁତ୍ରଙ୍କୁ ସେହି ଯୋଜନାରେ ସାମିଲ କରାଯାଇଛି I ଯଦିଓ ସେମାନଙ୍କ ପିଲାମାନେ ସରକାରୀ ଚାକିରୀ ପାଇଛନ୍ତି, କିମ୍ବା ଆର୍ଥିକ କ୍ଷେତ୍ରରେ ଅନ୍ୟ ମାନଙ୍କ ଅପେକ୍ଷା ବହୁ ଉନ୍ନତ ସ୍ତରରେ ଅଛନ୍ତି ତଥାପି ବାପ ଅନ୍ତେ ସେମାନେ ଯୋଜନାକୁ ଡିଲରଠାରୁ ରାସନ ଆଣି ବେପାରୀ ମାନଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଛି I ଏପରି କେତକ ଗାଁ ଘରକୁ ଛାଡି ସହରରେ ଯାଇ ବ୍ୟବସାୟ ବାଣିଜ୍ୟ କରି ବେଶ ସ୍ୱଚ୍ଛଳ ଥିଲେ ମଧ୍ୟ ସେମାନେ ଏହି ଯୋଜନାର ସାମଗ୍ରୀକୁ ହାତଛଡା କରୁ ନାହାନ୍ତି I ଭୋଟ କମିଯିବ ଭୟରେ ମଧ୍ୟ କୌଣସି ରାଜନେତା ପଞ୍ଚାୟତ ସ୍ତରକୁ ସେମାନଙ୍କ ନାମକୁ ବାଦ ଦେବାକୁ ସୁପାରିଶ କରୁନାହାନ୍ତି I ଅନ୍ୟପଟେ କେତକ ବେକାରୀ ଯୁବକ ବ୍ୟବସାୟ ଉଦେଶ୍ୟରେ, କୃଷକ କୃଷି ଯନ୍ତ୍ରପାତି କିଣିବା ଉଦେଶ୍ୟରେ ବ୍ୟାଙ୍କରୁ ଋଣ ପାଇବା ପାଇଁ ସରକାରୀ ନିୟମ ମୁତବାକ ଆୟକର ରିଟର୍ଣ୍ଣ ଦାଖଲ କରଥିଲେ I ଦୀର୍ଘ ବର୍ଷ ଧରି ଫଣ୍ଡା ଭାଙ୍ଗି ଆୟକର ନ ଦେଇ ବିକାରୀ ବୁଲୁଛନ୍ତି ଅଥବା ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ମଧ୍ୟ ସେମାନଙ୍କ କାର୍ଡ କଟିଯିବ ଫଳରେ ସେମାନେ ହତୋତ୍ସହିତ ହୋଇ ପଡିଛନ୍ତି I ସରକାର ଏସବୁ ଦିଗ ପ୍ରତି ଦୃଷ୍ଟି ଦେଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପୁନଃବାର ସଂଯୋଗ କରିବା ସହିତ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅଯୋଗ୍ୟ ମାନଙ୍କୁ ବାଦ ଦେବାକୁ ସର୍ବ ସାଧାରଣରେ ଦାବି ହେଉଅଛି I

(କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ପ୍ରତିନିଧି ଜଗନ୍ନାଥ ନାଏକଙ୍କ ରିପୋର୍ଟ)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page