ଶିଶୁ ବାଟିକା ପ୍ରବେଶ ଉତ୍ସବ

ଗୋଲାମୁଣ୍ଡା, (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଶିଶୁ ବାଟିକା ଏଵଂ ପ୍ରଥମ ଶ୍ରେଣୀ ରେ ନାମ ଲେଖାର ଵୟସ ନିପୁଣ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଗୋଲାମୁଣ୍ଡା କ୍ଲଷ୍ଟର ସ୍ଥିତ କେନ୍ଦ୍ର ବିଦ୍ୟାଳୟ ସମସ୍ତ ରେ ପ୍ରଥମ ଦିବସ ମହାସମାରୋହରେ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ର ସମ୍ମାନୀୟ ତହସିଲଦାର ଚନ୍ଦନ କୁମାର ନାୟକ, ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ସୁଭାଷ ନାଏକ,ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ବିଆରସିସି ଲବଣୀ ନାଏକ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ତାଙ୍କ ଧର୍ମ ପତ୍ନୀ ମନିଷା ଅଗ୍ରୱାଲ , ଗଂଗା ଧର ରାଉତ ଏଵଂ ଗୋଲାମୁଣ୍ଡା କ୍ଲଷ୍ଟର ସିଆରସିସି ଥଵିର ମାଝୀ, ପ୍ରଧାନ ଶିକ୍ଷକ ରାଜିବ ଖମାରୀ,କରଙ୍ଗାମୁଣ୍ଡା ବିଦ୍ୟାଳୟ ସଭାପତି, ନୂଆ ପଡା ବିଦ୍ୟାଳୟର ସଭାପତି,ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଆଖ ପାଖର ସମସ୍ତ ଭଦ୍ରମଣ୍ଡଳୀ ଉପସ୍ଥିତ ରହି ପ୍ରଵେଶ ଉତ୍ସବ ଓ ଖଡ଼ି ଛୁଆଁ ରଥ ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ। ଶିଶୁ ବାଟିକା ୩ ଏଵଂ ପ୍ରଥମ ଶ୍ରେଣୀ ର ନୂତନ ଛାତ୍ରଛାତ୍ରୀମାନଙ୍କୁ ଫୁଳତୋଡା, ଚନ୍ଦନ, ବରକୋଳି ପତ୍ର, ଦେଇ ପ୍ରଵେଶ ଦ୍ଵାର ସମ୍ମୁଖ ରୁ ପାଛୋଟି ନେଇ କାର୍ଯ୍ୟକ୍ରମକୁ ମଧ୍ୟ ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତେ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page