ସବୁଜ ଓଡ଼ିଶା ଗଢ଼ି ତୋଳିବା ପାଇଁ ବ୍ୟାପକ ଚାରାରୋପଣ ଜରୁରୀ: ମହେଶ୍ୱର ସାହୁ


ବାଲିଅନ୍ତା: ମହାନ ସ୍ୱାଧୀନତା ସଂଗ୍ରମାୀ ତଥା ଜନସଂଘର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନକୁ ସ୍ମରଣୀୟ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଓଡ଼ିଶାରେ ବ୍ୟାପକ ବୃକ୍ଷ ଚାରାରୋପଣ କରିବାକୁ ବିଜେପି କୃଷକ ମୋର୍ଚ୍ଚା ଲକ୍ଷ୍ୟ ରଖିଛି । ଏନେଇ ଅଗଷ୍ଟ ୧୫ ସୁଦ୍ଧା ଓଡ଼ିଶାର ସବୁ ଗ୍ରାମରେ ୧୦ ଲକ୍ଷ ବୃକ୍ଷ ଚାରାରୋପଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆଜି ପବିତ୍ର ନେତ୍ର ଉତ୍ସବ ଅବସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଅନ୍ତର୍ଭୁକ୍ତ ଧଉଳି ପଞ୍ଚାୟତ ସରଦେଇପୁର ଦୋଳ ମେଳଣ ପଡିଆଠାରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାରା ରୋପଣ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଏହାର ନେତୃତ୍ୱ ନେଇ ସବୁଜ ଓଡ଼ିଶା ଗଢ଼ି ତୋଳିବା ପାଇଁ ବ୍ୟାପକ ଚାରାରୋପଣ ଜରୁରୀ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ସ୍ଥାନୀୟ ସରପଞ୍ଚ ଚନ୍ଦନ କୁମାର ମଲ୍ଲିକ, ଲିଙ୍ଗିପୁର ସରପଞ୍ଚ କ୍ଷୀରୋଦ କୁମାର ପ୍ରଧାନ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ୱାଇଁ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଶ୍ରୀ ମନିସା ଚିନ୍ମୟୀ ବେହେରା, ପ୍ରୀତୀପ୍ରତିଭା ଭୋଳ, ଅମିତା କର, କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ, ରାଜ୍ୟ ସମ୍ପାଦକ ଅଶୋକ କୁମାର ରଥ, କୃଷକମୋର୍ଚ୍ଚାର ରାଜ୍ୟ ସଂଯୋଜକ ଜଗନ୍ନାଥ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ସୁଦର୍ଶନ ବିଶ୍ୱାଳ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ସ୍ୱାଇଁ, ଉପସଭାପତି ରତ୍ନାକର ଶୁକ୍ଲା, ପ୍ରଭାତ କୁମାର ସ୍ୱାଇଁ, ବସନ୍ତ କୁମାର ନାୟକ, ଅଜୟ କୁମାର ପ୍ରଧାନ, ଅଜୟ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ୫ ଶହରୁ ଊର୍ଦ୍ଧ୍ୱ ଚାଷୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ଏକ ରାଜ୍ୟସ୍ତରୀୟ ବୃକ୍ଷ ଚାରା ରୋପଣ କମିଟି ଗଠନ କରାଯାଇଛି । ଏଥିସହ ୩୬ ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି । ଜିଲ୍ଲାସ୍ତରୀୟ କମିଟିରେ ୩ ଜଣ ଲେଖାଏଁ ସଦସ୍ୟ ରହିବେ ବୋଲି ନିଷ୍ପତି ହୋଇଛି । ଏହି କମିଟି ଆଗାମୀ ଦିନରେ ଓଡ଼ିଶାର ସମସ୍ତ ଗ୍ର୍ରାମରେ ବ୍ୟାପକ ଚାରାରୋପଣ କରିବ ବୋଲି ଶ୍ରୀ ସାହୁ କହିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page