ଭୁବନେଶ୍ୱର ତା 16/03/26 ସାମାଜିକ ଅନୁଷ୍ଠାନ “ସଶକ୍ତ ଓଡିଶା “ପକ୍ଷରୁ ସ୍ଥାନୀୟ ଲୋୟର ପିଏମଜି ଛକ ଧାରଣା ସ୍ଥଳରେ ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତର ମହାମହିମ ରାଷ୍ଟ୍ରପତି ତଥା ସମସ୍ତ ମହିଳାଙ୍କ ଆଦର୍ଶ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କରିଥିବା ଅସମ୍ମାନ,ସମ୍ଭିଧାନ ବିରୋଧି ଆଚରଣର ଦୃଢ ପ୍ରତିବାଦ ସଭା ଆବାହକ ବିଜୟ କୁମାର ପ୍ରଧାନ, ପତ୍ରକାର ଅରବିନ୍ଦ ତ୍ରିପାଠୀ, ସାମ୍ବାଦିକା ରୀନା ମହାନ୍ତି,ଭାଷା ପ୍ରାଣ ନବ କିଶୋର ପ୍ରଧାନ,ଉପଦେଷ୍ଟା ସମାଜସେବୀ କଲ୍ୟାଣ କୁମାର ଚାଟାର୍ଜି ସାମ୍ବାଦିକ ରମେଶ କୁମାର ମହାପାତ୍ରଙ୍କ ନେତୃତ୍ୱରେ ମମତାଙ୍କ ଏତାଦୃଶ ଆଚରଣର ଘୋର ନିନ୍ଦା ଓ ଦୃଢ ବିରୋଧ କରାଯାଇଥିଲା l ଉକ୍ତ ପ୍ରତିବାଦ ସଭାରେ ବିଜେପି ମୁଖପାତ୍ର ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମାଜସେବୀ ପ୍ରତାପ ସାହୁ, ସୂଚନା କର୍ମୀ ପ୍ରଦୀପ ପ୍ରଧାନ, ଅନଦା ପ୍ରଭା ରାୟ, ଆରତୀ ମିଶ୍ର, ମମତା ରଣା ପ୍ରମୁଖ ଉପସ୍ଥିତ ରହିବା ସହ ରାଷ୍ଟ୍ରପତିଙ୍କୁ ଅସମ୍ମାନ କୌଣସି ପରିପ୍ରେକ୍ଷୀରେ ଗ୍ରହଣୀୟ ବୋଲି ମତବ୍ୟକ୍ତ କରିଥିଲେ l

ଏଠାରେ ସୂଚନା ଯୋଗ୍ୟଯେ ଗୋଟିଏ ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସ୍ଥାନ ହଠାତ ପରିବର୍ତ୍ତନ କରିବା, କୌଣସି ସରକାରୀ ଅଧିକାରୀ ସ୍ୱାଗତ ପାଇଁ ନ ଆସିବା ସହିତ ସାଙ୍ଘାତିକ ପ୍ରୋଟକଲର ପାଳନ ହୋଇନ ଥିଲା l ଏହାର ବିରୋଧରେ ସଂଗଠନ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ରାଷ୍ଟ୍ରପତି, ଗୃହମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା l ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ପୂର୍ବକ ବହିଷ୍କାର କରି ରାଷ୍ଟ୍ରପତି ଶାସନ ଲାଗୁକରିବା କୁ କୁହାଯାଇଥିଲା l ବିଭିନ୍ନ ଜିଲ୍ଲାରୁ ସଶକ୍ତ ଓଡିଶା ମହିଳା ସଦସ୍ୟା ଆସି ସେମାନଙ୍କ ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମକୁ ଅଇଁଠୁ ସାହୁ,ଅନିତା ସ୍ୱାଇଁ, ବିଭତ୍ସ ମିର୍ଧା, ଶିକ୍ଷାବିତ କୁଳମଣି ରାଉତ, ଡମ୍ବରୁଧର ହରଣ ସିଂ ପ୍ରମୁଖ ପରିଚାଳନା କରିଥିଲେ