ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଘୋର ଅବ୍ୟବସ୍ଥା । ସ୍ବତନ୍ତ୍ର ନବଜାତ ଶିଶୁ ଚିକିତ୍ସା କେନ୍ଦ୍ରରେ ତିନି ଦିନ ହେଲାଣି ମିଳୁନଥିଲା ପାଣି । ଫଳରେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ ପ୍ରସୂତି ମହିଳା । ପ୍ରସୂତିଙ୍କ ସମ୍ପର୍କୀୟ ଦୁଇ ମହଲା କୋଠାର ଉପରତଳକୁ ଓହ୍ଲାଇ ପାଣି ନେଇ ଯାଉଥିବା ଦେଖିବାକୁ ମିଳିଥିଲା । ସେପଟେ ପାଣିର ଏସ୍.ଏନ୍.ସି.ୟୁ ଓ୍ବାର୍ଡ ରେ ପାଣିର ବ୍ୟବସ୍ଥା କରିବା ପାଇଁ ଓ୍ବାର୍ଡ ଦାୟିତ୍ୱରେ ଥିବା ସେବିକା ମାନଙ୍କୁ ବାରମ୍ବାର ନିବେଦନ କଲା ପରେ ବି ସମସ୍ୟାର କୌଣସି ସମାଧାନ ହୋଇପାରିନଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ

କରିଥିଲେ ପ୍ରସୂତି ଓ ସମ୍ପର୍କୀୟ । ଅନ୍ୟପଟେ ଉପଖଣ୍ଡ ଚିକିତ୍ସାଳୟରେ ପ୍ରସୂତି ବିଶେଷଜ୍ଞ ନଥିବା ବେଳେ ଡ଼ାକ୍ତରଖାନାର ସୁପରିଟେଣ୍ଡେଣ୍ଟ୍ ଶ୍ରବଣ ସାହୁକାର ଅଧିକାଂଶ ସମୟରେ ଛୁଟିରେ ରହୁଥିବାରୁ ଡାକ୍ତରଖାନାରେ ବୀଭିନ୍ନ ସମସ୍ୟା ଉପୁଜୁଥିବା ସାଧାରଣରେ ଆଲୋଚନା ହେଉଛି । ଖବରପାଇ ଗଣମାଧ୍ୟମ ପ୍ରତିନିଧି ପହଁଚିଥିଲେ ଡାକ୍ତରଖାନାରେ । ପରବର୍ତ୍ତୀ ସମୟରେ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ପାଢ଼ୀଙ୍କ ଏନେଇ ଆଲୋଚନା କରିବା ପରେ ସମସ୍ୟାର ସମାଧାନ ହୋଇଥିଲା । ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ପାଣି ସମସ୍ୟା ଦୁର ହୋଇଥିବାରୁ ଗଣମାଧ୍ୟମ ଛାତ୍ରମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ପ୍ରସୂତି ଓ ସମ୍ପର୍କୀୟ ।