ଚିଲିକା, ୨ା୪:ଖୋର୍ଦ୍ଧା ଜିଲ୍ଲା ଵାଣପୁରସ୍ଥ ଅଗ୍ରଣୀ ସାହତ୍ୟ ପ୍ରତିଷ୍ଠାନ "ସାହିତ୍ୟ ସିନ୍ଦୁରା" ଆନୁକୂଲ୍ୟରେ ବିଧାରପୁର କଲ୍ୟାଣ ମଣ୍ଡପ ପରିସରରେ, ଓଡ଼ିଆ ପକ୍ଷ
ପାଳନ ଅବସରରେ “ଖଡ଼ି ଛୁଆଁ” ଉତ୍ସବ ପାଳନ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଶିଷ୍ଟ ଶିକ୍ଷବିତ୍ତ ଲଷ୍ମୀ ଚରଣ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ମୁଖ୍ୟ ଅତିଥି ଓ ଶିକ୍ଷକ ନେତା ଶିଶିର କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଦ୍ୟାରମ୍ଭ ଭାବେ ଖଡ଼ି ଛୁଆଁ ଦିବସର ପ୍ରାଚୀନ ପରମ୍ପରା ଓ ଆଧୁନିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ପ୍ରଧାନ, ସ୍ମୃତି ପଟ୍ଟନାୟକ,ମହେଶ୍ୱର ଜେନା, ପ୍ରମୋଦ କୁମାର ମହାପାତ୍ର, ପରମେଶ୍ୱର ଘଡେଇ, ନବକିଶୋର ପ୍ରଧାନ, ପିତାମ୍ବର ବାହୁବଳେନ୍ଦ୍ର, ସସ୍ମିତା ପ୍ରଧାନ, ବିଶ୍ୱନାଥ ଘଡେଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସାହିତ୍ୟ ସିନ୍ଦୁରାର ସମ୍ପାଦକ ଗୋଲକ ବିହାରୀ ପରିଡା ପ୍ରାରମ୍ଭିକ ଅଭିଭାଷଣ ସହ ଧନ୍ୟବାଦ ପ୍ରଦାନ କରିଥିଲେ।
ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି