ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ତରଫରୁ ଅଳିଆଗଦା ହଟାଅ ସୈନିକସ୍କୁଲ ବଞ୍ଚାଅ ସଚେତନତା ପଦଯାତ୍ରା ଆରମ୍ଭ

ଭୁବନେଶ୍ୱର: ଡମପିଙ୍ଗ ୟାର୍ଡ଼ ହଟାଇବା ଓ ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତି ପ୍ରତ୍ୟାହାର ଦାବୀରେ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ ତରଫରୁ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି l ସୈନିକ ସ୍କୁଲ ଆମ ଅଂଚଳର,ଓଡିଶା, ତଥା ଭାରତର ଗର୍ବ ଗୌରବ ଭାବେ 1964 ମସିହାରୁ ପ୍ରତିଷ୍ଠିତ ଭୁବନେଶ୍ୱର ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ସର୍ବୋକ୍ତୃଷ୍ଟ ଯୋଗଦାନ କରିଥିବl ଅନେକ ବରିଷ୍ଟ ସେନାଧିକାରୀ,ଆଇ ଏ ଏସ, ଆଇ ପି ଏସ, ଆଇ ଏଫ ଏସ ତଥା ବହୁତ ରାଜନେତା ସୃଷ୍ଟି କରିବାର ଗୌରବ ବହନକରୁଛି l ବର୍ତମାନ ରାସ୍ତା ସମ୍ପ୍ରସାରଣ ଆଳରେ ସରକାର ନେଇଥିବା ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତିକୁ ବାତିଲ କରିବାକୁ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ,କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପ୍ରତିରକ୍ଷା ସଚିବ, ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ଓ ସଚିବଙ୍କୁ ମଧ୍ୟ ଦାବୀ କରାଯାଇଛି l ସୈନିକ ସ୍କୁଲ ପରିସରରେ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶହ ଶହ ସହିଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ସ୍ମାରକୀ ସହିତ ଆମର ଯବାନ ଜ୍ୟୋତି ସର୍ବଦା ଜ୍ୱଳନ ରହିଛି l ଏହା ମଧ୍ୟ ଏକ ଐତିହ୍ୟ ସ୍ଥଳୀ ସଦୃଶ l ଯୋଗାଯୋଗ ଆବଶ୍ୟକ ନିମିତ୍ତ ରାସ୍ତା ପାଇଁ ଏଭଳି ଏକ ଗୌରବ ମୟ ଅନୁଷ୍ଠାନ ର ସ୍ଥାନାନ୍ତରଣ କୁ ସମସ୍ତେ ଜୋରଦାର ବିରୋଧ କରୁଛନ୍ତି l ଆଜିର ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁଗରେ ଏଥିପାଇଁ ଓଭର ବ୍ରିଜ ଭଳି ଅନେକ ବିକଳ୍ପ ପ୍ରସ୍ତାବ ମଧ୍ୟ ନିଆଯାଇପାରିବ l ପୂର୍ବରୁ ଡମପିଙ୍ଗ ୟାର୍ଡ଼ ପାଇଁ ଅନେକ ବିରୋଧ ଓ ଆନ୍ଦୋଳନ ସତ୍ୱେ ଏପର୍ଯ୍ୟନ୍ତ ତାର ସମାଧାନ ହୋଇ ପାରିନି l ଅଳିଆ ଗଦା ଉଠାଇବା ପରିବର୍ତ୍ତେ ସୈନିକ ସ୍କୁଲ ଭଳି ଗର୍ବ ଗୌରବମୟ ଅନୁଷ୍ଠାନ ଉଠେଇ ନେବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ l ଅଳିଆ ଗଦା ଯୋଗୁ ଏ ଅଂଚଳର ଲୋକ ଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି l ଅନେକ ଦୁରାରୋଗ୍ୟ ସହ ଦୁର୍ଗନ୍ଧ ରେ ଏ ଅଂଚଳ ଫାଟି ପଡୁଛି l ତାର ସମାଧାନ ପରିବର୍ତ୍ତେ ବଡ଼ ବଡ଼ ସେଡ କରି ଦିନକୁ ଦିନ ଅନେକ ମେସିନ ବସାଇ ତାର ସମ୍ପ୍ରସାରଣ କରାଚାଲିଛି l ତେଣୁ ସମସ୍ତ ଅଂଚଳ ବାସୀ ଏହି ନିଷ୍ପତି କୁ ଜୋରଦାର ବିରୋଧ କରିଛନ୍ତି l ସମସ୍ତେ ଏକାଠି ହୋଇ ହଜାର ହଜାର ସଂଖ୍ୟାରେ ବିରୋଧ କରିବlକୁ ସିଦ୍ଧାନ୍ତ ହୋଇଛି l ଡାମପିଙ୍ଗ ୟାର୍ଡ଼ କୁ ଅଳିଆ ଗାଡ଼ି ପ୍ରବେଶ ବନ୍ଦ ସହ ବିରୋଧ ପ୍ରଦର୍ଶନ ପାଇଁ ଅଂଚଳ ବାସୀଙ୍କ ସମ୍ପୃକ୍ତି ପାଇଁ ସୈନିକ ସ୍କୁଲ ଚତୁର୍ପାଶ୍ୱ ଅଂଚଳରେ ଗାଡ଼କଣ, ରଙ୍ଗାମାଟିଆ, ଆଦିମାତା କଲୋନୀ, ଧୀ୍ରିକୂଟ ବସ୍ତି, ଲକ୍ଷ୍ମୀ ବିହାର ଆଚାର୍ଯ୍ୟ ବିହାର, ଭି ଏସ ଏସ ନଗର, ଡମଣା, ବାଣୀବିହାର, ଆଦି ଅଂଚଳର ମୁରବି ଏବଂ ବୁଦ୍ଧିଜୀବୀଙ୍କୁ ସଚେତନତା କରିବା ସହ ସାମିଲ କରି ଦାବୀ ହାସଲ ଯାଏଁ ଜୋରଦାର ପ୍ରୟାସ କରିବାକୁ ପୂର୍ବରୁ ବୈଠକରେ ନିଷ୍ପତି ହୋଇଥିଲା l ସେଥିପାଇଁ ସବୁ ଗଳି କନ୍ଦିରେ ବ୍ୟାନର, ସଚେତନତା ପ୍ରଚାରପତ୍ର ବଣ୍ଟନ ସହ ପ୍ରଚାର ଗାଡ଼ି ରେ ଜନସଚେତନତା ବାର୍ତ୍ତା ର ପ୍ରଚାର ପ୍ରସାର କରାଯାଉଛି l ପ୍ରତି କଲୋନୀ ରେ ବୈଠକ ମଧ୍ୟ ଆୟୋଜିତ କରାଯାଇ ସମସ୍ତଙ୍କୁ ସଂଗଠିତ କରାଯିବ l ଆଜି ଧୀରୀକୁଟି ବସ୍ତି, ପlତ୍ରସାହି, ଗlଡ଼କଣ ଠାରେ ଏହି ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି l ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ପ୍ରତାପ ସାହୁ, ସତ୍ୟ ମହାନ୍ତି, ଗଗନ ପଣ୍ଡା, ସୁବ୍ରତ ସାହୁ, ମେଘନା ମିଶ୍ର, ମିଟୁ ପରିଡା, ଶଙ୍କର୍ଷଣ ବାରିକଙ୍କ ସମେତ ଅନେକ କର୍ମକର୍ତ୍ତା ପଦଯାତ୍ରା କରି ଲୋକମାନଙ୍କୁ ଲିଫଲେଟ ବାଣ୍ଟିବା ସହିତ ଆଲୋଚନା କରିଥିଲେ l ଆଗାମୀ ଦିନରେ ଏହା ସମସ୍ତ ଅଂଚଳରେ ଚାଲିବ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page