ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

କଳାହାଣ୍ଡି,୧୫|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନପୁର ଗ୍ରାମରେ ୨୦୧୮ ମସିହାରେ ଘଟିଥିବା ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଶୁକ୍ରବାର ତାଙ୍କ ରାୟ ଶୁଣାଇଛନ୍ତି । ଏହି ମାମଲାରେ ଅଭିଯୁକ୍ତ ଧନପୁର ଗ୍ରାମର ରଘୁ ରଣା (୬୧)ଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ ସହିତ ପାଞ୍ଚ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀ ଅନୁଯାୟୀ, ୨୦୧୮ମସିହା ଅକ୍ଟୋବର ୩୦ ତାରିଖ ଦିନ ଅପରାହ୍ନ ପ୍ରାୟ ୨ଟା ସମୟରେ ଧନପୁର ଗ୍ରାମର ଋଷି ରଣା ଓ ସେହି ଗ୍ରାମର ରଘୁ ରଣାଙ୍କ ମଧ୍ୟରେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ବଚସା ହୋଇଥିଲା। ବଚସା ସମୟରେ ଅଭିଯୁକ୍ତ ରଘୁ ରଣା ଅଶ୍ଳୀଳ ଭାଷାରେ ଗାଳି କରିଥିବା ସହ ଋଷି ରଣାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ। ପ୍ରତିବାଦ କରିବାରୁ ରଘୁ ରଣା ରାଗିଯାଇ ଲାତ ଓ ଘୁସା ମାରି ଋଷି ରଣାଙ୍କୁ ଆକ୍ରମଣ କରିଥିଲେ।ଘଟଣା ସମୟରେ ଆହତ ରୁଷି ରଣା ନିଜକୁ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ। ତେବେ ଅଭିଯୁକ୍ତ ଏକ ବଡ଼ ପଥରି ଉଠାଇ ତାଙ୍କ ଛାତି ଓ ମୁଣ୍ଡରେ ଆଘାତ କରିଥିବାରୁ ଋଷି ରଣା ଗୁରୁତର ଆହତ ହୋଇପଡ଼ିଥିଲେ। ପରେ ପରିବାର ଲୋକେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ଏହି ଘଟଣା ସମ୍ବନ୍ଧରେ ଆହତ ଋଷି ରଣାଙ୍କ ଧର୍ମପତ୍ନୀ ପଦ୍ମିନୀ ରଣା ୨୦୧୮ ୩0 ତାରିଖରେ ଜୟପାଟଣା ଥାନାରେ ଲିଖିତ ଏତାଲା ଦେଇଥିଲେ।ଏତଲା କୁ ନେଇ ଜୟପାଟଣା ପୋଲିସ ଥାନାରେ କେସ ନମ୍ବର ୨୮୫ ରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ” ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଭାରତୀୟ ପିଙ୍ଗଳ ଧାରା ୩୦୭ ଅନୁଯାୟୀ ଅଭିଯୁକ୍ତ ରଘୁ ରଣାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି ।ଏହି ମାମଲାକୁ ସରକାରୀ ଓକିଲ ସୁଶାନ୍ତ ତନ୍ତ୍ରୀ ପରିଚାଳଳା କରିଥିଲେ |

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page