ହରି ଓମ୍ କ୍ଲବ ର ମେଗା ସ୍ବାସ୍ଥ୍ୟ ଶିବିର

ସ୍ଥାନୀୟ ପୁରୁଣା ଭୁବନେଶ୍ୱର ର ରାମେଶ୍ୱର ମନ୍ଦିର ନିକଟରେ ଥିବା ହରି ଓମ୍ କ୍ଲବ ପ୍ରତ୍ୟେକ ଥର ନିସ୍ୱାର୍ଥପର ସେବା ପରି ଗତ କାଲି ,ଶନିବାର ୨୧ ତାରିଖ ରେ ଏକ ବିରାଟ ସ୍ୱାସ୍ଥ୍ୟ ସେବା ର ନିଃଶୁକ୍ଳ ସ୍ୱାସ୍ଥ୍ୟ ଶିବିର ଧଉଳି ନିକଟସ୍ଥ କୁମାର ଡିହ ଗ୍ରାମ ର ଧଉଳି କ୍ଲବ ଏବଂ ଅଙ୍ଗନବାଡି ପ୍ରାଙ୍ଗଣ ରେ ଆୟୋଜନ କରିଥିଲା। । ଏହି ସ୍ୱାସ୍ଥ୍ୟ ଶିବିର କୁ ମନିପାଲ ମଲ୍ଟି ସ୍ପେଶିଆଲିଷ୍ଟ ହସ୍ପିଟାଲ , ଏ ଏସ ଜି ଆଇ ହସ୍ପିଟାଲ ଏବଂ ହାଇଟେକ୍ ର ଡେଣ୍ଟାଲ ହସ୍ପିଟାଲ ର ବିଭିନ୍ନ ବିଭାଗ ର ବିଶିଷ୍ଟ ଡାକ୍ତର ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ସେବା କର୍ମଚାରୀ ମାନେ ସହଯୋଗ କରିଥିଲେ । କୁମାର ଡିହ ଗ୍ରାମ ଏବଂ ଆଖ ପାଖ ଗ୍ରାମ ର ପ୍ରାୟ ୨୦୦ ରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ସହିତ ଔଷଧ ମଧ୍ୟ ଯୋଗାଇ ଦିଆ ଯାଇଥିଲା । ଅନୁଷ୍ଠାନ ର ଡାକ୍ତର ନଗେନ୍ଦ୍ର ପରିକା ଏଵଂ ଡ•ଏସ କେ ଦାସ ମଧ୍ୟ ସହଯୋଗ କରିଥିଲେ ।
ଶିବିର ଟି ସ୍ଥାନୀୟ ଯୁବକ ଏବଂ କ୍ଲବ ର ସଭାପତି ଡ଼•ହାଡ଼ିବନ୍ଧୁ ପଟ୍ଟନାୟକ ,ପୂର୍ବତନ ସଭାପତି ଶ୍ରୀ ଅଶୋକ ମହାପାତ୍ର, ଜଏଣ୍ଟ ସେକ୍ରେଟାରୀ ସନ୍ତୋଷ ପାତ୍ର , ସଭ୍ୟ ଶ୍ରୀ ସୁରେନ୍ଦ୍ର ମହାପାତ୍ର ଶ୍ରୀମତୀ ସ୍ୱର୍ଣ୍ଣଲତା ମ୍ୟାଡ଼ାମ , ଶ୍ରୀ ନିରଞ୍ଜନ ନାୟକ ଏଵଂ ଅନ୍ୟ ସଭ୍ୟ ମାନେ ପରିଚାଳନା କରିଥିଲେ । ରୋଗୀ ମାନଙ୍କୁ ଔଷଧ ,ଚଷମା ଏଵଂ ବିନା ଖର୍ଚ୍ଚ ରେ ଇ ସି ଜି ସେବା ମଧ୍ୟ ଯୋଗାଇ ଦିଆ ଯାଇ ଥିଲା । ମନିପାଲ ହସ୍ପିଟାଲ ର ଶୁଭ୍ରଜିତ୍ ସୁନ୍ଦରରାୟ ଓ ଏ ଏସ ଜି ହସ୍ପିଟାଲ୍ ର ଚିରଞ୍ଜିବୀ ଦାସ ହସ୍ପିଟାଲ ଏଵଂ ଧଉଳି କ୍ଲବ ତରଫ ରୁ ଶ୍ରୀ ରାମ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୁମାର ଡିହ ଏଵଂ ଆଖ ପାଖ ଗ୍ରାମ ର ଲୋକମାନେ ଏହି ନିଶୁଳ୍କ ମେଗା ସ୍ବାସ୍ଥ୍ୟ ଶିବିର ଦ୍ୱାରା ଉପକୃତ ହୋଇ ହରିଓଁ କ୍ଲବ କୁ ଧନ୍ୟବାଦ୍ ଜଣାଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page