୪ ଆତଙ୍କୀଙ୍କ ଫଟୋ ଜାରି କଲା ସୁରକ୍ଷା ଏଜେନ୍ସି

ପହଲଗାମ: ଜାରୀ ହେଲା ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆକ୍ରମଣ ପଛରେ ଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ସହ ପ୍ରକୃତ ଫଟୋ । ସୁରକ୍ଷା ଏଜେନ୍ସିଗୁଡ଼ିକ ଜାରି କରିଛନ୍ତି ୪ ଜଣ ଆତଙ୍କୀଙ୍କ ଫଟୋ। ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ୪ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ଆସିଫ୍ ଫୁଜି, ସୁଲେମାନ ଶାହ ଏବଂ ଆବୁ ତଲହା। ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଇ-ତୋଇବା (ଏଲଇଟି)ର ଏକ ଶାଖା – ଦି ରେଜିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ ଏହି ଆକ୍ରମଣ ଘଟାଇଥିବା ସନ୍ଦେହ କରାଯାଉଛି। ପହଲଗାମର ଲୋକପ୍ରିୟ ବୈସାରନ ତୃଣଭୂମିରେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇ ହିନ୍ଦୁମାନଙ୍କୁ ଅତଙ୍କୀମାନେ ହତ୍ୟା କରିବା ଘଟଣା ଏବେ ସାରା ଦେଶରେ ଚହଳ ପକାଇଛି। ଗୁଇନ୍ଦା ସଂସ୍ଥାଗୁଡ଼ିକ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଭାବରେ ସୈଫୁଲ୍ଲାହ କସୁରୀ ଓରଫ ଖାଲିଦଙ୍କୁ ଚିହ୍ନଟ କରିଛନ୍ତି। ଆକ୍ରମଣର କିଛି ଦିନ ପୂର୍ବରୁ ଉପତ୍ୟକାରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ଆତଙ୍କବାଦୀମାନେ ଏହି ଗୋଷ୍ଠୀରେ ସାମିଲ ଥିଲେ ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page