ବାଲିଅନ୍ତା: ୨୮/୩ : ବାଲିଅନ୍ତା ବ୍ଲକ ଅଧୀନ ଯଶୁଆପୁର ଗ୍ରାମର ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ଅଞ୍ଚଳର କଳା, ସଂସ୍କୃତି ଓ ପରମ୍ପରାକୁ ଜନମାନସରେ ଉଜ୍ଜିବିତ କରିବା ଓ ପରସ୍ପର ଭିତରେ ଭାଇ ଚାରା ବୃଦ୍ଧି କରିବା ଲକ୍ଷ୍ୟରେ ଦୁଇଦିନ ଧରି ଚାଲିଥିବା ‘୯ମ ଯଶୁଆପୁର ମହୋତ୍ସବ’ ଉଦଯାପନି ହୋଇ ଯାଇଛି ।ଉକ୍ତ ପରିଷଦର ସଭାପତି ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଚିତ୍ରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାବିତ୍ ଦୂତିଚାନ୍ଦ ,ମାର୍ଫେଡ ଅଧ୍ୟକ୍ଷା କବିତା ମଞ୍ଜରୀ ପରିଡ଼ା ,ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ଐଶରା ବିଶ୍ୱାଳ, ଡାକ୍ତର ମଧୁମିତା ଦେଇ, ଡାକ୍ତର ଝିଲୀରାଣି ପାଢ଼ୀ, ଯୁବ ଉଦ୍ୟୋଗୀ ସଞ୍ଜୟ ମହାନ୍ତି, ଶିକ୍ଷାବିତ୍ ପ୍ରମୋଦ ପାଢ଼ୀ, ସମାଜସେବୀ ସନ୍ଦୀପ ପ୍ରଧାନ, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମହୋତ୍ସବର ଶୁଭାରମ୍ଭ କରିଥିଲେ। ପରେ ମହୋତ୍ସବ ପଡ଼ିଆରେ ପାରମ୍ପରିକ ଶଙ୍ଖଧ୍ୱନି ଓ ହୁଳହୁଳି ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ ଦିଗରେ ୧୨ରୁ ଉଦ୍ଧ କୃତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଜ୍ଞାନ ଲକ୍ଷ୍ମୀ କଳା ପ୍ରତିଷ୍ଠାନ ପକ୍ଷରୁ ଗୋଟି ପୁଅ ନୃତ୍ୟ , ଓଡ଼ିଶୀ ନୃତ୍ୟ ଓ କଣ୍ଠ ଶିଳ୍ପୀ ଜୟଶ୍ରୀ ଧଳ ଓ ତାଙ୍କ ସାଥି କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ , ଓଡ଼ିଆ ମେଲୋଡି ସଙ୍ଗୀତ ପରିବେଷଣ ଦର୍ଶକମାନଙ୍କୁ ମତୁଆଲା କରିଥିଲା । ମଞ୍ଚ ପରିଚାଳନା ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ କରିଥିବା ବେଳେ ତପନ ସ୍ୱାଇଁ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସନ୍ଧ୍ୟାରେ ଯଶୁଆପୁରର ଆଧ୍ୟାତ୍ମିକ ପରିବେଶ ଓ ସାଂସ୍କୃତିକ ଗାରିମା ଉଜ୍ଜୀବିତ ହୋଇଉଠିଥିଲା। ଗ୍ରାମର ବହୁ ବୁଦ୍ଧିଜୀବୀ, ଯୁବକ ମାନେ ଉକ୍ତ କାର୍ଯ୍ୟକର୍ମ କୁ ସୂଚର ରୂପେ ସଂପାଦନ କରିଥିଲେ।