ଅନାର କଳି ଢ଼ାବା: କାଉଡୋଳା ଗାଁରେ ଅବକାରୀ ରେଡ଼

କଳାହାଣ୍ଡି, ୨୩|୩: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ବୋବରିଆ ଛକ ନିକଟରେ ଦିର୍ଘ ବର୍ଷ ରୁ ବେଆଇନ ଭାବେ ଅନାର କଳି ଢ଼ାବାରେ ବେଆଇନ ଭାବେ ବିଦେଶୀ ମଦ ଖୁଲମଖୁଲା ବିକ୍ରି ହୋଇ ଆସୁଛି। ପୂର୍ବରୁ ମଧ୍ୟ ଏହି ଢ଼ାବା ରେ ଅବକାରୀ ଚଢ଼ାଉ ହୋଇଥିବା ବେଳେ ବିପୁଳ ପରିମାଣର ମଦ ଜବତ ହୋଇଥିଲା । ତେବେ ଚଢ଼ାଉ ସମୟରେ ଅସଲ ମଦ ମାଫିଆ ଅବକାରୀ ପଞ୍ଜା ରୁ ବାରମ୍ବାର ଖସି ଯାଉଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଶନିବାର କଳାହାଣ୍ଡି ଜିଲ୍ଲା ଅବକାରୀ ଏସପି ରଞ୍ଜନ କୁମାର ନାଏକ ଓ ଅବକାରୀ ଅଧିକ୍ଷକ ସାଗରୀକା ପ୍ରଧାନଙ୍କ ନିର୍ଦ୍ଦେଶରେ କୋକସରା ଅବକାରୀ ଥାନା ପକ୍ଷରୁ କାଉଡୋଳା ଗାଁ ଓ ବୋବରିଆ ଛକ ଅନାରକଳି ଢ଼ାବାରେ ଚଢ଼ାଉ ହୋଇଥିବା ବେଳେ ଢ଼ାବାରୁ ପେଟି ପେଟି ବିଭିନ୍ନ ବ୍ରାଣ୍ଡ ର ବିୟର, ହ୍ବିସ୍କି ବିଦେଶୀ ମଦ ( ପ୍ରାୟ ୧୧୬ ଲିଟର ) ସହ ଏକ ଫ୍ରିଜର, ନଗଦ ୩,୨୧୦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଚଢ଼ାଉ ବେଳେ ଭିଏଥର ମଧ୍ୟ ମଦ ମାଫିଆ ଅବକାରୀ ପଞ୍ଜାରୁ ଖସି ଯାଇଥିବା ବେଳେ ଢ଼ାବାରେ ଦିନ ମଜୁରିଆ ଭାବେ କାମ କରୁଥିବା କର୍ମଚାରୀ ଜୟପାଟଣା ବ୍ଲକ ଜୋର ଖଣ୍ଡିପଡା ର ଜଗବନ୍ଧୁ ରାଉତ (୩୨)କୁ ଗିରଫ କରିଛି ଅବକାରୀ ପୋଲିସ।ସେହିପରି କାଉଡୋଳା ଗ୍ରାମର ରୁଦ୍ର ସତନାମୀ (୫୫)କୁ ମଧ୍ୟ ୧୫ ଲିଟର ଦେଶୀ ମଦ ସହ ଗିରଫ କରିଛି ଅବକାରୀ ପୁଲିସ।ପରେ ଦୁଇ ଅଭିଯୁକ୍ତକୁ ଆଣି ପଚରାଉଚୁରା କରି ମାମଲାରେ ଦୋଷୀ ସାବ୍ୟସ୍ତ ପାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ରେ ଧର୍ମଗଡ଼ ଅବକାରୀ ଆଇଆଇସି ସୁଧାଂଶୁ ମୁଣ୍ଡା, କୋକସରା ଅବକାରୀ ଓ ଆଇସି ନରେନ୍ଦ୍ର ମିଞ୍ଜ, କନେଷ୍ଟବଳ ଖୁଶିରାମ କଟା, ନିରଞ୍ଜନ ବେହେରା, କର୍ଣ୍ଣ ବାଗ ଓ ପ୍ରିୟମ୍ବଦା ଜେନା ପ୍ରମୂଖ ସାମିଲ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page