ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି, ୨୩|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଦେଶ ସ୍ଵାଧୀନ ହୋଇ ୭୬ ବର୍ଷ ପରେ ବି ଜାତିବାଦ୍ କମିବାର ନା ନେଉନାହିଁ | କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ବୁଡିଦର ପଞ୍ଚାୟତ ଅନ୍ତର୍ଗତ ଶଙ୍କରପଳା ଗାଁରେ ଏକ ଜାତିବାଦ୍ ଘଟଣା ଘଟି ଯାଇଛି | ବିଜେଡି ନେତା ଜୁନାଗଡ ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ବେହେରାଙ୍କ ନେତୃତ୍ବରେ ନିଜ ଗାଁ ସଙ୍କରପଲା ରେ ଏକ ପ୍ରହରୀ କରାଗଲା | କେବଳ ଏସ୍ ସି ସମାଜକୁ ଜାତି ଭେଦଭାବ ରଖି ନ ମିଶାଇ ଗାଁ ର ବାକି ସମସ୍ତ ଜାତି ମିଶି ପ୍ରହରୀ କଲେ | ଜନେ ରାଜନେତା ହୋଇ ଏହି ଭଳି ଜାତିବାଦ୍ ମାନସିକତା ରଖିବା ଅଞ୍ଚଳରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ହୋଇଛି | ଏହି ଖବର ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ର ହସ୍ତଗତ ହେଲା ପରେ ସଂଗଠନ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି | ଏବଂ ସର୍ବ ସମ୍ମତି ରେ ଏକ ପ୍ରସ୍ତାବ ଗୃହିତ ହୋଇଛି | ଆମ କୁ ଜାତିଆଣ ଆକ୍ଷେପ କରିବା ଦ୍ଵାରା ଆମ ଆତ୍ମସମ୍ମାନ କ୍ଷୁର୍ଣ୍ଣ ହେଉଛି ଏଣୁ ଆମେ ସମସ୍ତେ ବହୁଜନ ବିଚାରକୁ ଗ୍ରହଣ କରିବୁ ବୁଦ୍ଧ ଭୀମଭୋଇ ଆମ୍ବେଦକରଙ୍କ ମାର୍ଗରେ ଚାଲିବୁ,ଏବଂ ଉଚ୍ଚ ଜାତିର ଯେକୌଣସି କାର୍ଯ୍ୟକ୍ରମରେ ଆମ ଏସ୍ ସି ସମାଜ ସାମିଲ ହେବୁ ନାହିଁ |ଯିଏ ସାମିଲ ହେବ ତାପରେ ସମାଜ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନିଷ୍ପତ୍ତି ହୋଇଛି | ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସଂଗଠନର ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, ବ୍ଲକ କୋଷାଧ୍ଯକ୍ଷ ଧନଞ୍ଜୟ ଖମାରି, ଯୋଗେଶ୍ଵର ନାଏକ, ଲଳିତ ନିଆଲ, ଲଳିତ ମଙ୍ଗରାଜ, ପ୍ରଦ୍ୟୁମ୍ନ କନପାନ, ହରିଶଙ୍କର ବାଗ, ତୁଲସି ସୁନାନି, ଘେନୁ କର, ଶ୍ୟାମଘନ ସୁନାନି, ମଦନମୋହନ ନାଏକ, ଉଦେ ଛତ୍ରୀଆ, ଅମିତାଭ ବିହାରି, ବସନ୍ତ ସାମଲ, ବଳଭଦ୍ର ପାଲ, କୁରୁକ୍ଷେତ୍ର ଠାକୁର, ନେତ୍ର ଠାକୁର, ଗୁପ୍ତେଶ୍ଵର ବିହାର,ସଂଗଠନ ର ଶତାଧିକ ସଦସ୍ଯ ସଦସ୍ୟା ଥାଇ ନିଷ୍ପତ୍ତି ନିଆ ଯାଇଛି |

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page