ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଖଣ୍ଡୁଆଳ-୨ ବିଜୁ ଆଦର୍ଶ କଲୋନୀ ଅଂଚଳରେ ବିଜେଡିର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ଡେପୁଟି ମେୟର ମଞ୍ଜୁଲତା କଅଁର ଏବଂ ସଭାପତି କୈଳାଶ ଚନ୍ଦ୍ର ନାୟକ ଏବଂ ସମ୍ପାଦକ ପ୍ରମୋଦ କୁମାର ମାର୍ଥାଙ୍କ ଉପସ୍ଥିତିରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଉତର ବିଧାୟକ ସୁଶାନ୍ତ ରାଉତଙ୍କୁ ସ୍ୱାଗତ କରାଯିବା ସହ ଏକ ରାଲି ମଧ୍ୟ କରାଯାଇଥିଲା ।

ଏହାସହ ଏକ ସଭା ମଧ୍ୟ ବିଧାୟକ ସୁଶାନ୍ତ ରାଉତଙ୍କ ଦ୍ୱାରା ଅନୁଷ୍ଠିତ କରାଯାଇ ବିଜୁ ଜନତା ଦଳକୁ କିପରି ଭୋଟ ଦେଇ ପୂର୍ବପରି ପୁଣି ଆମେ ଜିତାଇବା ଉକ୍ତ ବିଜୁ ଆଦର୍ଶ କଲୋନୀର ଭୋଟର ଭାଇଭଉଣୀମାନଙ୍କୁ କହିଥିଲେ ।ଏହି ଅବସରରେ ସମସ୍ତ ଭୋଟରଙ୍କୁ କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ ବୋଲି ମଧ୍ୟ ଉପସ୍ଥିତ ବିଧାୟକ ସୁଶାନ୍ତ ରାଉତଙ୍କ ସହ ଡେପୁଟି ମେୟର ଏବଂ ଅନ୍ୟ ବିଜେଡି କର୍ମକର୍ତାମାନେ ଭୋଟରଙ୍କୁ କହିଥିଲେ ।