ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ

ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ, ସମ୍ପାଦକ,ସୁ ସାହିତ୍ୟିକ, ବିଶିଷ୍ଟ ସମାଜସେବୀ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 97 ତମ ଶ୍ରାଦ୍ଧବାର୍ଷିକ ସ୍ଥାନୀୟ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଉତ୍କଳ ର ଭାଷା, ସଂସ୍କୃତି କୁ ଆଗେଇ ନେବା ସହିତ ତାଙ୍କ ସମାଜସେବା, ସାହିତ୍ୟ ରଚନା ପ୍ରମୁଖ ଆଜି ବି ସ୍ୱତନ୍ତ୍ରଭାବେ ଓଡିଶାର ପରିଚୟ ସୃଷ୍ଟି କରି ପାରିଛି ବୋଲି ମତବ୍ୟକ୍ତ କରିଥିଲେ l ପ୍ରକୃତରେ ସେ ଥିଲେ ବିଶ୍ୱମଣି l ତାଙ୍କ ମୂଲ୍ୟାଙ୍କନ କରିବା ଅସମ୍ଭବ ବୋଲି ମତ ବ୍ୟକ୍ତ କରିଥିଲେ l ବନ୍ଦିର ଆତ୍ମକଥା, କାରା କବିତା ପ୍ରମୁଖ ତାଙ୍କର ଅମରକୃତି ମାନଙ୍କ ମଧ୍ୟରେ ଅନ୍ୟତମ l ଅଭିଯାନ ର ପୂଜ୍ୟପୂଜା ପ୍ରାଣ ରମେଶ ପାତାଳ ସିଂ, ଗିରିଜା ମହାପାତ୍ର, ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ, ବ୍ରଜବନ୍ଧୁ ପରିଡା ପ୍ରମୁଖ ଉପସ୍ଥିତ ରହିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page