ଏନ. ଏ. ସି, ଧର୍ମଗଡ଼ ରେ ଜାତୀୟ ଜନଗଣନା ୨୦୨୭ ଅନ୍ତର୍ଗତ ଏନୁମିରେଟର ଓ ସୁପରଭାଇଜର ଙ୍କ ପ୍ରଶିକ୍ଷଣ ଶିବିର

କଳାହାଣ୍ଡି,୧୭|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)ତ୍ରୀଦିବସୀୟ ଏନ. ଏ. ସି, ଧର୍ମଗଡ଼ ସ୍ତରୀୟ ଜାତୀୟ ଜନଗଣନା ୨୦୨୭ ଅନ୍ତର୍ଗତ ଗଣନାକାରି ଓ ସୁପରଭାଇଜର ମାନଙ୍କ ପ୍ରଶିକ୍ଷଣ ଶିବିର ଆଜି ତା ୧୬/୦୩/୨୦୨୪ ଠାରୁ କାଶୀବାହାଲ, ଧର୍ମଗଡ଼ସ୍ଥ ଗୁରୁଜୀ ମଧୂସୂଦନ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି l ଏହି ଅବସରରେ ଶ୍ରୀ ବିଶ୍ୱମ୍ବର ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏନ. ଏ. ସି, ଧର୍ମଗଡ଼, ଚାର୍ଜ ଅଫିସର ରୂପେ ସଭାପତିତ୍ବ କରିଥିଲେ ।ଶ୍ରୀ ମିଶ୍ର ଭାରତ ଜନ ଗଣନା ୨୦୨୭ ଦେଶ ଗଠନରେ ମହତ୍ୱ ଓ ଭୂମିକା ଉପରେ ଆଲୋକପାତ କରିଥିଲେ । ଫିଲ୍ଡ ଟ୍ରେନର ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ପ୍ରଶିକ୍ଷଣ ର ଉଦ୍ଦେଶ୍ୟ ଜ୍ଞାପନ ଓ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା କାର୍ଯ୍ୟକ୍ରମ ର ରୂପରେଖ ପ୍ରଦାନ କରିଥିଲେ । ବରିଷ୍ଠ ଏନ. ଏ. ସି କର୍ମଚାରୀ ଶ୍ରୀ ରବୀନ୍ଦ୍ରନାଥ ପରିଡା ଓ ମନୋରଞ୍ଜନ ନାଗ, ଆଶିଷ କୁମାର ପଣ୍ଡା, ବିକାଶ କୁମାର ବିଡ଼ିକା ପ୍ରଶିକ୍ଷଣ ର ଆୟୋଜନ ରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଏହି ଉଦ୍ଘାଟନୀ ସଭା କୁ ସି ଆର୍ ସି ସି ଶ୍ରୀ ମନୋରଞ୍ଜନ କୁମାର ପରିଚାଳନା କରିଥିଲେ। ଉକ୍ତ ସଭା ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀ ନରେନ୍ଦ୍ର ଜଗତ ଓ ଭେନ୍ୟୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୁଖ ମଞ୍ଚାସିନ ଥିଲେ । ଉଦଘାଟନୀ ସଭା ଶେଷରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଫିଲଡ଼ ଟ୍ରେନର ଶ୍ରୀ ମୁଣ୍ଡ ଓ ଶ୍ରୀ ପଣ୍ଡା ଆଗେଇ ନେଇ ଥିଲେ।

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page