ଓଡ଼ିଶ ଗ୍ରାମରେ ରଥଯାତ୍ରା ଅନୁଷ୍ଠିତ

ଭୁବନ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଧୂମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଶ୍ରୀକ୍ଷେତ୍ର ପୁରୀରେ ଚତୁର୍ଦ୍ଧାମୂର୍ତିଙ୍କ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମଂପଚାୟତରେ ମଧ୍ୟ ଅନୁରୂପ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଭାବେ ପଣ୍ଡିତ ଦେବଶର୍ମା ଶ୍ରୀଧର ଶତପଥୀ ଚତୁର୍ଦ୍ଧାମୂର୍ତିଙ୍କ ପୂଜାର୍ଚ୍ଚନା କରିବା ସହିତ ସମସ୍ତ

ଦେବନୀତି ସମାପନ କରିଥିଲେ । ଭକ୍ତ ଲିଟୁନ ସେଠୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ରାଜା ଭାବେ ଭକ୍ତ ରବିନାରାୟଣ ସାହୁ ଛେରା ପହଁରା କରିଥିବାବେଳେ ଚନ୍ଦ୍ରମଣି ରଣା ସାରଥୀ ସାଜିଥିଲେ । ଏହା ପରେ ବହୁ ଭକ୍ତ ତଥା ଓଡ଼ିଶ ଗ୍ରାମର ଗ୍ରାମବାସୀ ଏକତ୍ରିତ ହୋଇ ରଥଟଣା ଅନୁଷ୍ଠିତ ହୋଇଥିଲା । ଚତୁର୍ଦ୍ଧାମୂର୍ତିଙ୍କୁ ମନ୍ଦିରରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଛୋଟ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ସମସ୍ତେ ମିଶି ଟାଣିଥିଲେ । ହରିବୋଲ ଓ ହୁଳହୁଳି ଏବଂ ଜୟଜଗନ୍ନାଥ ଧ୍ୱନୀରେ ସଂପୂର୍ଣ୍ଣ ଗ୍ରାମ ଉଛୁଳି ପଡିବା ସହ ଏକ ଆଧାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଏଥିରେ ଉକ୍ତ ଗ୍ରାମର ସ୍ୱେଚ୍ଛାସେବୀ ସଂଗଠନ ଉକôଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ମଧ୍ୟ ରଥଟଣାରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page