ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ଠାରେ ଥିବା ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ମାସିକ ସମୀକ୍ଷା ବୈଠକ ଓ “ଆସ ଉଦ୍ୟୋଗୀ ହେବା “ଶୀର୍ଷକ ଆଲୋଚନାଚକ୍ର ସଂଯୋଜକ ଶ୍ରୀକାନ୍ତ ସାହୁ ଓ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଆଇସି ର ପୂର୍ବତନ ପ୍ରବନ୍ଧକ ଅମୁଲ୍ୟ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିଳ୍ପପତି ସୁଶାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଉଦ୍ୟୋଗୀଙ୍କ ସମ୍ମିଳିତ ଉଦ୍ୟମ, ସରକାରଙ୍କ ସହ ଭାଗିଦାରି ସହ, ଏକାଗ୍ରତା, ନିଷ୍ଠା ସହିତ ଆଧୁନିକ ଜ୍ଞାନକୌଶଳକୁ ଉପଯୋଗ କଲେ ରାଷ୍ଟ୍ରର ପ୍ରଭୂତ ବିକାଶ ହେବା ସହିତ ଅଧିକରୁ ଅଧିକ ଉଦ୍ୟୋଗ ସୃଷ୍ଟି ଦିଗରେ ସହାୟକ ହେଇ ପାରିବେ l ପ୍ରତି ଉଦ୍ୟୋଗୀ ନୂତନ ଉଦ୍ୟୋଗ ଆରମ୍ଭ କରିବା

ସମୟରେ ବିଭିନ୍ନ ଦିଗ ପ୍ରତି ସଚେତନ ହେବା ସହିତ ଫେଲିଅର ମ୍ୟାନେଜମେଣ୍ଟ କୁ ଷ୍ଟଡି କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ l ସଭାପତି ଶ୍ରୀଯୁକ୍ତ ମିଶ୍ର ଆସ ଉଦ୍ୟୋଗୀ ହେବା ଆହ୍ୱାନ ଶୀର୍ଷକ ଆଲୋଚନା ଅବସରରେ ଘରେ ଘରେ ଉଦ୍ୟୋଗୀ ସୃଷ୍ଟି କରିବା ସହ ଉଦ୍ୟୋଗୀଙ୍କ ସୁରକ୍ଷା, ସମ୍ମାନ ଓ ସମୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ l ଏହି ଅବସରରେ ପି ରୋଶନ କୁମାର ପାତ୍ର ଡାଇମଣ୍ଡ କ୍ଲବ ମେମ୍ବର ଓ ପ୍ରାଉଡ଼ ପରଚେଜର ଭାବେ ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଥିଲା l ବିଭିନ୍ନ ସ୍ଥାନରୁ ଉଦ୍ୟୋଗୀ ମାନେ ଆସି ନିଜନିଜ ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମକୁ ମନୋରଞ୍ଜନ ବାରିକ, ନିଳୟକାନ୍ତ ନାୟକ, ସୀତାଂଶୁ ଶେଖର ମହାରଣା ପରିଚାଳନା କରିବା ସହିତ ସି ଇ ଓ ଅମୀୟ ମିଶ୍ର, ବିଜୟ ସାହୁ ଉଦ୍ୟୋଗୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l