କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟ ର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୦୨/୦୨: ସ୍ଥାନୀୟ ସିଆରପି ଛକସ୍ଥିତ ସଶକ୍ତ ଓଡିଶା କାର‌୍ୟ୍ୟାଳୟ ରେ କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ସହ ସଶକ୍ତ ଓଡିଶାର ମହିଳା ସଶକ୍ତିକରଣ ସପ୍ତାହର ବର୍ଷର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ସଭାପତି ବିଜୟ କୁମାର ପ୍ରଧାନଙ୍କ ପୌରହିତ୍ୟ ଓ ଅନିତା ସ୍ୱାଇଁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତକାର‌୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଭେଷଜ ବିଶାରଦ, ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର, ବିଶିଷ୍ଟ ଅତିଥି ଭାବେ ବାଗ୍ନୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ସ୍ୱାମୀ ଅଖଣ୍ଡାନନ୍ଦ ଗିରି, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଭାଷାପ୍ରାଣ ନବ କିଶୋର ପ୍ରଧାନ, ବରିଷ୍ଠ ସମାଜସେବୀ ସାଧୁ ଚରଣ

ବେହେରା ଉପସ୍ଥିତ ରହିବା ସହ ମହିଳାମାନେ ଆତ୍ମ ନିର୍ଭରଶୀଳ, ସମୂହଭାବେ ଏକାଠିହୋଇ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଯୋଜନାର ସଠିକ ରୂପାୟନ କରିବା ତଥା ବିଭିନ୍ନ କ୍ଷେତ୍ରରେ କିପରି ସେମାନେ ଆଗକୁ ଯାଇ ପାରିବେ ତାହା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ I ଉତ୍ପାଦନ ବୃଦ୍ଧି ସହିତ, ପ୍ରଯୁକ୍ତିବିଦ୍ୟାକୁ ମାଧ୍ୟମ କରି ମହିଳାମାନେ ରାଷ୍ଟ୍ରର ସମୂହ ବିକାଶ ରେ ଭାଗିଦାରୀ ହେବାକୁ ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିବା ସହ ଓଡ଼ିଆ ମାନେ ସାରା ବିଶ୍ୱରେ ସବୁଥିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କହିଥିଲେ I ବହୁତ ଓଡ଼ିଆ ସାରସ୍ୱତ ସାଧକ ଅଛନ୍ତି, ଯାହାକୁ କି କେନ୍ଦ୍ର ସରକାର ସଠିକ ଭାବେ ଚିହିଁ ନାହାନ୍ତି ବୋଲି କହିଥିଲେ.ଚଳିତମାସ ୧୦ ତାରିଖ ସୁଦ୍ଧା ପ୍ରାୟ ୨ ଲକ୍ଷ ମହିଳାଙ୍କ ଦସ୍ତଖତ ସଂଗ୍ରହ କରି ମହିଳାସଶକ୍ତିକରଣ ଅଭିଯାନ ଦ୍ୱାରା ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବା ସହ ବିଭିନ୍ନ ଜିଲ୍ଲାରେ ମହିଳା ଓ ପୁରୁଷ ଙ୍କୁ ପଦବି ମାନ ଦିଆଯାଇ କାର‌୍ୟ୍ୟକ୍ରମ ଆରମ୍ଭ ହେବ ବୋଲି ସଭାପତି ମତବ୍ୟକ୍ତ କରିଥିଲେ I ଏହି ଅବସରରେ ବିଶିଷ୍ଟ ଭେଷଜ ବିଶାରଦ, ଡାକ୍ତର ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା I କାର‌୍ୟ୍ୟକ୍ରମ କୁ ଶଙ୍କର୍ଷଣ ସାହୁ, ଲକ୍ଷ୍ମୀନାଥ ବର୍ମା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବ୍ୟୋମକେଶ ତ୍ରିପାଠୀ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page