କାର ଦୁର୍ଘଟଣାରେ ଜଣେ ଶିଶୁ ସମେତ ୩ ଗୁରୁତର

କଳାହାଣ୍ଡି, ୬|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-ଜାତୀୟ ରାଜପଥ ୨୬ କୋକସରା ବ୍ଲକ କାଉଡୋଳା ମହାଜନଗୁଡା ରାସ୍ତା ରେ ଆଜି ଅପରାହ୍ନ ରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ କାର ଦୁର୍ଘଟଣାରେ ଗାଡି ରେ ଥିବା ଗୋଟିଏ ପରିବାର ର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦୁର୍ଘଟଣା କାର ରୁ ଗୁରୁତର ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ କୋକସରା ଡାକ୍ତରଖାନା କୁ ପଠାଇଥିବା ବେଳେ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା।ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ମତେ ଜଗଡଲପୁର ରୁ କେନ୍ଦୁଝର ଜିଲ୍ଲାର କରଞ୍ଜିଆକୁ ନିଜ କାରଟି ଏନ ୬୯ ଏ ଏଲ ୯୦୨୨ ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଡ ରେ ଥିବା ଜମିକୁ ଓଲଟି ପଡ଼ିଥିଲା। ଗୁରୁତର ମାନେ ହେଲେ ଦୁଷ୍ମନ୍ତ ମହନ୍ତ ଙ୍କ ପୁଅ ୬ ବର୍ଷ ର ଶିଶୁ ଶୁଭାଶିଷ ମହନ୍ତ, ଝିଅ ବମୀନାକ୍ଷୀ ମହନ୍ତ ୧୧ ଓ ସ୍ତ୍ରୀ ବୀଣାପାଣି ମହନ୍ତ ୩୭ ବୋଳି ଜଣାପଡିଛି।ତେବେ ଦୁଷ୍ମନ୍ତ ମହନ୍ତ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page