କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ବାଦିଲିଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟ ପରିସରରେ “ଆନ୍ତର୍ଜାତୀୟ ମହିଳା ଦିବସ” ମହାସମାରୋହ ରେ ପାଳିତ ହୋଇଯାଇଛି
କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରତିନିଧି ଓଡିଶା ଭାସ୍କର ଶ୍ରୀଯୁକ୍ତ ଲଳିତ କାନୁନଗୋ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡଃ. ପଲ୍ଲୀଶ୍ରୀ ପଟ୍ଟନାୟକ ଓଡ଼ିଆ ବିଭାଗର ମୁଖ୍ୟ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଉପସ୍ଥିତ ରହିଥିଲେ

। କିସ୍ ବିଦ୍ୟାଳୟର ଉପ କାର୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପ୍ରଧାନ, କିସ୍ ପ୍ରଶାସନିକ କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଶ୍ବାଳ, ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୁନୀତା ପଣ୍ଡା ଏବଂ କିସ୍ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମର ପ୍ରାରମ୍ଭରେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିଛବିରେ ପୂଜାର୍ଚ୍ଚନା ସହ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ୟ୍ୟ ଆରମ୍ଭ କରାଯାଇଥିଲା । ଅତିଥି ମାନଙ୍କୁ କିସ୍ ଛାତ୍ରୀ ମାନେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । କିସ୍ର ତୃତୀୟ ଶ୍ରେଣୀର ଛାତ୍ରୀ ବିନୋଦିନୀ ମାଝୀ , ଲିପ୍ସାମାଝୀ ଓ ଅର୍ପିତା ମାଝୀ ମହିଳାଦିବସ ଉପଲକ୍ଷେ ତାଙ୍କ କୁନି କୁନି କଣ୍ଠରେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ କିସ୍ର ଛାତ୍ରୀମାନଙ୍କୁ ବହୁତ ପ୍ରଶଂସା କରିଥିଲେ । ଆଜିର ସମାଜରେ ଜଣେ ନାରୀର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେହି ବିଷୟରେ ପିଲାମାନଙ୍କୁ କହିଥିଲେ । କିସ୍ର ଛାତ୍ରୀ ମାନଙ୍କୁ ବହୁତ ପ୍ରଶଂସା କରିଥିଲେ । ସେ କହିଲେ ଡଃ ଅଚ୍ୟୁତ ସାମନ୍ତ ମୋର ବଡ଼ ଭାଇ ଓ ମୁଁ କିସ୍ ଓ କିଟ୍ କୁ ବହୁତ ଭଲପାଏ । ଲୁହା କାରଖାନାରେ ଲୁହା ତିଆରି ହୁଏ , ସୁନା କାରଖାନାରେ ସୁନା ତିଆରି ହୁଏ ଜ୍ଝ ହେଲେ ଏହି କିସ୍ ରେ ମଣିଷ ତିଆରି ହୁଏ , ଭଲ ମଣିଷ ହୋଇକି ବାହାରି ଥାନ୍ତି ଜ୍ଝ କିସ୍ ଛାତ୍ରୀ ମାନଙ୍କର ଶାନ୍ତି , ଶୃଙ୍ଖଳା , ବ୍ୟବହାର , ପାଠପଢା ସବୁକୁ ନେଇ ବହୁତ ପ୍ରଶଂସା କରିଥିଲେ । କିସ୍ରେ କେବଳ ଛାତ୍ରୀ ମାନେ ପଢୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମହିଳା ମାନଙ୍କ ଦୃଢ଼ଶୀଳ ଦିଗରେ ଏକ ଆଲୋକ ବର୍ତ୍ତିକା ସାଜିଛି ବୋଲି ଅତିଥିମାନେ କିସ୍ କୁ ଓ ଡଃ ଅଚ୍ୟୁତ ସାମନ୍ତ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ।ପରିଶେଷରେ କିସ୍ର ଶିକ୍ଷୟିତ୍ରୀ ଅଭିପ୍ସା ସାହୁ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରାଯାଇଥିଲା ।

ପ୍ୟାରିଲାଲ ଦୁର୍ଗା କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି