ବଲାଙ୍ଗୀର: ବଲାଙ୍ଗିର ଗତ ୨୨ତାରିଖ ଦିନ କାଶ୍ମୀରର ପହଲଗାମ୍ ଠାରେ ପାକିସ୍ତାନ ସମର୍ଥିତ ଲସ୍କର ଏ ତୋଏବା ସହ ଜଡ଼ିତ ଟି ଆର୍ ଏଫ୍ ଆତଙ୍କବାଦୀ ଦ୍ଵାରା ହୋଇଥିବା ବର୍ବର ଗଣହତ୍ୟାର ପ୍ରତିବାଦରେ ବଲାଂଗିର ପୌରାଞ୍ଚଳ କୈବର୍ତ୍ତ ସମାଜ ତରଫରୁ ଏକ ପ୍ରତିବାଦ ସଭା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିବାଦ ସଭାରେ ସମାଜ ର ସଭାପତି ରୋହିତ କୁମାର ସେଠୀ ଉକ୍ତ ଘୃଣ୍ୟ ଘଟଣାର ଦୃଢ଼ ନିନ୍ଦା କରିବା ସଙ୍ଗେ ସଙ୍ଗେ ଏଥିରେ ସମ୍ପୃକ୍ତ ଆତଙ୍କବାଦୀ ଗୋଷ୍ଠୀକୁ ଖୋଜି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ସରକାରଙ୍କ ଠାରେ ଦାବୀ ଜଣାଇଥିଲେ । ଘଟଣାରେ ମୃତ ସମସ୍ତ ବ୍ୟକ୍ତି ଙ୍କ ପାଇଁ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ବଲାଂଗିର ପୌରାଞ୍ଚଳ କୈବର୍ତ୍ତ ସମାଜ ତରଫରୁ ସମବେଦନା ଜ୍ଞାପନ କରାଯାଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ କୈବର୍ତ୍ତ ସମାଜର ସଭ୍ଯ ସଭ୍ୟାମାନେ ଯୋଗଦେଇ ଜିବନ ହାରିଥିବା ପରିବାରକୁ ସମବେଦନା ଜଣାଇଥିଲେ।
ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ