ଗାୟକରତ୍ନ ଲୋକନାଥ କରଙ୍କ ୧୧୨ ତମ ଜୟନ୍ତୀ ପାଳିତ

ଚିଲିକା,୨୩।୧: ପାଲା ସଂସ୍କୃତିର କର୍ଣ୍ଣଧାର, ଓଡ଼ିଶାର ବିଶିଷ୍ଟ ଗାୟନାଚାର୍ଯ୍ୟ ତଥା ଗାୟକ ରତ୍ନ ସ୍ଵର୍ଗତ ଲୋକନାଥ କରଙ୍କ ୧୧୨ତମ ଜୟନ୍ତୀ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ଵସ୍ଥ ହରିପୁର ବୃଷଭ ଛକ ନିକଟସ୍ଥ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଅଛି।ସକାଳ ସମୟରେ ପଶ୍ଚିମାଭିମୁଖି ଶମ୍ଭୁ ଶ୍ରୀ ଶ୍ରୀ ପ୍ରତାପେଶ୍ୱର ଦେବ ଓ ପଞ୍ଚମୁଖୀ ହନୁମାନଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ପୂର୍ବାହ୍ନରେ ମଞ୍ଚ ଉଦ୍ଘାଟନ କରାଯିବା ପରେ ଗୁରୁ ଲୋକନାଥ କରଙ୍କ ପ୍ରତି ମୂର୍ତ୍ତିରେ କ୍ଷୀରାଭିଷେକ, ହୋମ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଥିଲା। ସ୍ୱର୍ଗତ ଲୋକନାଥ କରଙ୍କ ଶିଷ୍ୟମାନେ ସଂକୀର୍ତ୍ତନ, ଦାସକାଠି ଓ ପାଲା ଆଦି ପରିବେଷଣ କରି ଥିଲେ। ଗାୟକ ରାମ ଚନ୍ଦ୍ର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜୟନ୍ତୀ ସଭାରେ ଚିଲିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, କାଳିଜାଈ କଲେଜର ଅଧ୍ୟକ୍ଷ ଗଙ୍ଗାଧର ପ୍ରଧାନ, ଜାଗୃତିକାର ସମ୍ପାଦକ ବିରଞ୍ଚି ନାରାୟଣ ପ୍ରସାଦ ନାୟକ, ଯୁବଜ୍ୟୋତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, ପ୍ରାକ୍ତନ ବ୍ୟାଙ୍କ୍ ମ୍ୟାନେଜର ଦେବରାଜ ପରିଡ଼ା, ଶିକ୍ଷକ ପଠାଣି ବଳବନ୍ତରାୟ, ଭଗବତୀ ମଣ୍ଡଳ ପାଲା ଗାୟକ ପରିଷଦର ସଭାପତି ରମେଶ ଚନ୍ଦ୍ର ପାତ୍ର, ସମ୍ପାଦକ ବିଭୂପ୍ରସାଦ ଦାଶ, ଗାୟକ ସମ୍ରାଟ କେଳୁ ଚରଣ ଦାଶ ଓ ପାଲାକର୍ମି ସଂସଦ ସଭାପତି ବିଜୟ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଲୋକନାଥ କରଙ୍କ ଗାୟନ ଶୈଳୀ ଓ ଦର୍ଶକ ସମାଜକୁ ବାନ୍ଧି ରଖିବାର ତାଙ୍କର ଯେଉ ଦକ୍ଷତା ଥିଲା ତାହା ବର୍ଣ୍ଣନା କରିବା ଅସମ୍ଭବ।ଉକ୍ତ ଜୟନ୍ତୀ ସଭାରେ ଯୁବ ସମାଜସେବୀ ଦିଲ୍ଲୀପ କୁମାର ଚଂପତ୍ତିଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଜୟନ୍ତୀ ସଭାର ଆୟୋଜକ ଗାୟିକା ଶ୍ରଦ୍ଧାଞ୍ଜଳି ବଳବନ୍ତରାୟ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page