ଗୋଲାମୁଣ୍ଡା ବ୍ଲକ ଜନ ସମ୍ପର୍କ ସାମ୍ବାଦିକ ସଂଘର ସମୀକ୍ଷା ବୈଠକ


ଧର୍ମଗଡ଼ ୨୮/୬/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ )
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିୟା ଜଳେଶ୍ଵର ମନ୍ଦିର ଠାରେ  ଶ୍ରୀଯୁକ୍ତ ରାମ କୁମାର ସେନାପତି ଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି l । ବୈଠକ ପୂର୍ବରୁ ଜଳେଶ୍ଵର ମନ୍ଦିର ରେ ପୂଜା ପାଠ ସାରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ।ଉକ୍ତ ସମୀକ୍ଷା ବୈଠକ ପୂର୍ବରୁ ଗତ  ଜୁନ ଦୁଇ ତାରିଖ ୨୦୨୬ ଦିନ ଏକ ବୈଠକ ହୋଇଥିଲା । ଏହି ବୈଠକ ରେ  ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକଙ୍କ ନିଷ୍ପତ୍ତି କ୍ରମେ  ଜନ ସମ୍ପର୍କ ସାମ୍ବାଦିକ ସଂଘ  ନାମରେ ଏକ ନୂତନ ସଂଘ ନାମରେ  ନାମିତ କରାଯାଇଥିଲା ।ଏହି ନୂତନ ସଂଘ ରେ ଶ୍ରୀଯୁକ୍ତ ରାମ କୁମାର ସେନାପତି ଙ୍କୁ ସଭାପତି ଭାବେ ଚୟନ କରାଯାଇ ଥିବାବେଳେ ଶ୍ରୀଯୁକ୍ତ ସନ୍ତୋଷ କୁମାର ମାଝୀ ଓ ପିତାମ୍ବର ବେହେରା ଙ୍କୁ ଉପ ସଭାପତି ସମ୍ପାଦକ ଭାବରେ ଶ୍ରୀଯୁକ୍ତ ସରୋଜ କୁମାର ମୁଣ୍ଡ, ଯୁଗ୍ମ ସମ୍ପାଦକ  ଶ୍ରୀଯୁକ୍ତ କପୁରଚନ ସେଠିଆ, କୋଷାଧକ୍ଷ ଭାବେ ଶ୍ରୀଯୁକ୍ତ ଜନ୍ମେଜୟ ନାଏକ ଙ୍କୁ ଓ ଉପଦେଷ୍ଟା ଭାବେ ଶ୍ରୀଯୁକ୍ତ ପୃଥ୍ୱୀରାଜ ତାଣ୍ଡି ଙ୍କୁ ଚୟନ କରାଯାଇଥିଲା l ଆଜି ଉକ୍ତ ସଂଘ ର ଦ୍ଵିତୀୟ ସମୀକ୍ଷା ବୈଠକ ରେ  ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ମୌଳିକ ସମସ୍ୟା  ନିରପେକ୍ଷ  ଭାବେ ସରକାରଙ୍କ ନିକଟରେ  ପହଞ୍ଚାଇବା ପାଇଁ ସମସ୍ତେ ମତବ୍ୟକ୍ତ କରିଥଲେ। ଉକ୍ତ ବୈଠକ ରେ ସାମ୍ବାଦିକ ଶ୍ରୀଯୁକ୍ତ ଡମ୍ବରୁଧର ଜାଲ, ଶ୍ରୀଯୁକ୍ତ ପ୍ରଭାକର ବଗର୍ତ୍ତୀ, ଶ୍ରୀଯୁକ୍ତ ହିମାଂଶୁ ଭୋଇ ଶ୍ରୀଯୁକ୍ତ ଡମ୍ବରୁଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page