କଳାହାଣ୍ଡି,୨୨|୮(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଗୋଲାମୁଣ୍ଡା ସ୍ଥିତ ସର୍ବମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟରେ ପ୍ରଥମ ବର୍ଷରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅଧ୍ୟକ୍ଷ ଶରତ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଏକ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି ସମାରୋହରେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ଯକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରାବସ୍ଥା ର ଅନୁଭ ଓ ଅନୁଭୂତି ଅନୁଭୂତି ପ୍ରକାଶ କରିଥିଲେ । ସମାରୋହରେ ମହାବିଦ୍ୟାଳୟର ଉପାଧ୍ଯାକ୍ଷ ନବୀନ ଚନ୍ଦ୍ର ମେହେର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବିକାଶ ରଞ୍ଜନ ନାଏକ ଛାତ୍ରଛାତ୍ରୀଙ୍କ ବିଷୟ ଚୟନ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଗୋବିନ୍ଦ ସାହୁ ମଞ୍ଚ ପରିଚାଳନା କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଶିକ୍ଷାନୀତିର ଉପଯୋଗୀତା ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସ ‘ମିଶନ ଆକାଂକ୍ଷା’ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ନବକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳତା ପାଇଁ ଅଧ୍ୟାପକ ସଞ୍ଜୟ କୁମାର ପାଇଟଲ, ହରେକୃଷ୍ଣ ମେହେର, ସୁଶୀଳା ରାଉତ, ଝରଣା ମେହେର, ସମା ପର୍ବିନ, ଲକ୍ଷ୍ମଣ କୁମାର ସାହୁ, ଉଦ୍ଧବ ନାଏକ, ମୁକେଶ କୁମାର ସାହୁ, ଶଙ୍କର ମେହେର, ତପନଜିତ ବାଗ, ଲସବ ସେଠୀଆ, ଫିରୋଜ ରାଉତ, ଦକ୍ଷା ଦେବୀ ସାହୁ,ମୁରଲୀଧର ସାହୁ, ଘେନୁରାମ ମାଝୀ, ପ୍ରେମଲାଲ ନାଏକ, ଗଣପତି ଚଳାନ, ବସବ ସେଠୀଆ, ଜିତେନ୍ଦ୍ର ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ, – Utkalbulletin