ଶ୍ରାବଣ ଅମାବାସ୍ୟା- ଚିତାଲାଗି ଅମାବାସ୍ୟା
ମହିମା ମଣ୍ଡିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ଉକôଳୀୟ ପରମ୍ପରାର ଅନନ୍ୟ ନିଦର୍ଶନ ପବିତ୍ର ଚିତାଲାଗି ଅମାବାସ୍ୟା । ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ମସ୍ତକରେ ଶୋଭାପାଉଥିବା ରନô ଖଚିତ ଚିତାଗୁଡ଼ିକୁ ସ୍ନାନପୂର୍ଣ୍ଣିମା ଦିନ ରାତି୍ରରେ ଓଲାଗି କରାଯାଇ ରଖାଯାଇଥାଏ ଏବଂ ଶ୍ରାବଣ ଅମାବାସ୍ୟା ଦିନ ପୂନର୍ବାର ଏହି ଚିତାକୁ ଶ୍ରୀବିଗ୍ରହମାନଙ୍କ ମଥାରେ ଲାଗି କରାଯାଇଥାଏ । ଶ୍ରୀମନ୍ଦିରରେ ଅନୁଷ୍ଠିତ ଅନେକ ଯାତ୍ରା, ଉପଯାତ୍ରା, ଉସôବାଦି ମଧ୍ୟରେ ଚିତାଲାଗି ଅମାବାସ୍ୟା ଅନ୍ୟତମ । ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଚିତାରେ ସ୍ୱର୍ଣ୍ଣ ଖଚିତା ମଝିରେ ଏକ ମର୍କତମଣି ପଥର ତଥା ତାରି ଚାରିପାଶ୍ୱର୍ରେ ଛୋଟ ଛୋଟ ମାଣିକ୍ୟ, ହୀରା, ମର୍କତ, ପାନ୍ନା ଓ ନୀଳପଥର ଖଚିିତ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱର୍ଣ୍ଣଚିତା ମଝିରେ ହୀରା ରହିଛି ତଥା ଚତୁପାଶ୍ୱର୍ରେ ମାଣିକ୍ୟ, ହୀରା, ପାନ୍ନା ଓ ପଲ ଖଚିତ ହୋଇଛି । ପାନପତ୍ର ସଦୃଶ ଏହି ଚିତାର ଯେଉଁ ହୀରା ପଥର ରହିଛି ଏହାକୁ ବ୍ରହ୍ମଜ୍ୟୋତି ହୀରା କୁହାଯାଏ । ଦେବୀ ସୁଭଦ୍ରାଙ୍କ ଚିତା ମଝିରେ ଏକ ଦୁମୂଲ୍ୟ ମାଣିକ୍ୟ ପଥର ତଥା ବେଢ଼ାରେ ପାନ୍ନା, ମର୍କତ, ମାଣିକ୍ୟ ଓ ହୀରା ରହିଛି । ମହାପ୍ରଭୁଙ୍କର ସେବକମାନେ ପାଟ ଡ଼ୋରରେ ଏହି ଚିତାଗୁଡ଼ିକୁ ପୁନର୍ବାର ଏହାକୁ ଶ୍ରୀବିଗ୍ରହଙ୍କର ଶ୍ରୀମସ୍ତକରେ ପିନ୍ଧାଇଥାନ୍ତି ଓ ଶ୍ରୀମନ୍ଦିର ରୀତିନୀତି ଅନୁସାରେ ଶ୍ରୀଜୀଉମାନଙ୍କୁ ଚିତଉପିଠା ନୈବେଦ୍ୟ ଅର୍ପଣ କରିଥାନ୍ତି । ଓଡ଼ିଶା ଏକ କୃଷି ପ୍ରଧାନ ପ୍ରଦେଶ । ତେଣୁ ଏହାର ପର୍ବପର୍ବାଣୀଗୁଡ଼ିକ କୃଷି ସହିତ ଜଡ଼ିତ । ଆମ ଓଡ଼ିଆ ତଥା ସନାତନ ହିନ୍ଦୁ ଧର୍ମରେ ଦୁବ ଠାରୁ ଆରମ୍ଭ କରି ସୂର୍ଯ୍ୟ, ଚନ୍ଦ୍ର, ନଦନଦୀ, ଗେଣ୍ଡା ଇତ୍ୟାଦି ପରି ଜୀବକୁ ମଧ୍ୟ ପୂଜା କରାଯାଇଥାଏ । ଯାହା କି ଏହି ଚିତଉ ଅମାବାସ୍ୟାରେ ଦେଖିବାକୁ ମିଳିଥାଏ ।
ଏହି ଦିନ ବିଶେଷ କରି ପୁରୀ ଆମ ଶାସନମାନଙ୍କରେ ଅଲଗା ଭାବେ ପାଳନ କରାଯାଇଥାଏ । ଏହି ଦିନ ପ୍ରାୟ ପ୍ରତ୍ୟେକ ଘରେ ଅରୂଆ ଚାଉଳ ଓ ନଡ଼ିଆ ପକାଇ ଏକ ପ୍ରକାର ପିଠା ପ୍ରସ୍ତୁତ କରାଯାଏ । ଯାହା କି, ମାଟିର ପାତ୍ର(ତେଲୁଣି) ଓ ସରାକୁ ଚୁଲିରେ ବସାଯାଇ ପିଠା ପ୍ରସ୍ତୁତ କରାଯାଏ । ଏହି ପିଠାକୁ ଓଲଟାଯାଏନାହିଁ । ତେଣୁ ଏହାକୁ ଚିତଉପିଠା କୁହାଯାଏ । ପିଠା ପ୍ରସ୍ତୁତି ପରେ ଖେଚୁଡି, ଡାଲମା ଇତ୍ୟାଦି ଭୋଗ ପ୍ରଥମେ ଗୃହଦେବତାଙ୍କୁ ଅର୍ପଣ ପରେ ନିଜ ନିଜ କ୍ଷେତ, ନଦୀ, ପୋଖରୀ ଇତ୍ୟାଦିକୁ ନିଆଯାଇଥାଏ । ସେଠାରେ ପାଣିରେ ଥିବା ଗେଣ୍ଡାମାନଙ୍କ ଉଦେ୍ଦଶ୍ୟରେ ପିଲାମାନଙ୍କ ହାତରେ ପାଣିରେ ପକାଯାଇଥାଏ । କେତେକ ସ୍ଥାନରେ ପାଣିରୁ ଗେଣ୍ଡା ଧରାଯାଇ ହଳଦୀ ପାଣିରେ ସ୍ନାନ କରାଇ, ପିଠା ପୂଜା କରି ପୁନଃଶ୍ଚ ପାଣିକୁ ଛାଡ଼ିଦିଆଯାଏ ଏବଂ ଯେଉଁଠି ଚାଷିଟିଏ ନିଜ ନିଜ କ୍ଷେତକୁ ଚିତଉ ପିଠା ନେଇ ସେଠାରେ ପୂଜା କରି ବିଲରେ ପୋତି ଦେଇଥାନ୍ତି ।
ଚାଷିଟିର କ୍ଷେତର ଫସଲଗୁଡ଼ିକ ରକ୍ଷା ପାଇବା ପାଇଁ ଏହିପରି କରାଯାଇଥାଏ । ସେଥିପାଇଁ ଗେଣ୍ଡାକୁ କୃଷକର ବନ୍ଧୁ ବୋଲି କୁହାଯାଏ । ତା’ର ଉପକାରର ଫଳ ସ୍ୱରୂପ ଆଜିର ଦିନରେ ଚାଷୀଟି ତା’ର ଉପକାରକୁ ମନେରଖି ତାକୁ ପୂଜା ମାଧ୍ୟମରେ ଏହି ଚିତଉ ପିଠାକୁ ନେଇଥାଏ ଏବଂ କହିଥାଏ, ଗେଣ୍ଡେଇଶୁଣିଲୋ, ଗେଣ୍ଡେଇଶୁଣି, ମୋ ଗୋଡ଼କୁ କାଟିବୁ ନାହିଁ, ମୋ ବାପା ଗୋଡ଼କୁ, ମୋ ଭାଇ ଗୋଡ଼କୁ ମୋର ହାତଗୋଡ଼କୁ କାଟିବୁ ନାହିଁ । କାରଣ ଚାଷ କାମ କଲାବେଳେ ଅନେକ ସମୟରେ ଚାଷୀଟିର ପାଦକୁ ଗେଣ୍ଡା କାଟିଦେଇଥାଏ ।
କାଳକ୍ରମେ ବିଜ୍ଞାନର ଅଗ୍ରଗତି ତଥା କୃଷିକ୍ଷେତ୍ରରେ ରାସାୟନିକ ସାରର ପ୍ରୟୋଗ ଦ୍ୱାରା ଏହି ଉପକାରୀ ଜୀବଗୁଡ଼ିକ ନଷ୍ଠ ହୋଇଯାଉଛନ୍ତି । ଏହା ଗୋଟିଏ ଚିନ୍ତାର ବିଷୟ । ଗେଣ୍ଡାଦ୍ୱାରା କ୍ଷେତର ଉର୍ବରତା ବୃଦ୍ଧିପାଇଥାଏ । ଆମ ପରମ୍ପରା, ଆମ ସଂସ୍କୃତି, ଧର୍ମ ଚିରସୁନ୍ଦର ଥିଲା ଓ ରହିଥିବ । ଉଦାହରଣ ସ୍ୱରୂପ ଏହି ଅମାବାସ୍ୟାରେ ଗୋଟିଏ ପକ୍ଷରେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବହୁମୂଲ୍ୟ ରନôଖଚିତ ଚିତାଲାଗି ଓ ସୁସ୍ୱାଦୁ ଚିତଉ ପିଠା ଭୋଗଲାଗି ହେଉଥିବାବେଳେ, ବିଲ, ପୋଖରୀରେ ବାସ କରୁଥିବା ଗେଣ୍ଡାରୂପି କ୍ଷୁଦ୍ର ଜୀବନଟିକୁ ମଧ୍ୟ ଚିତଉ ପିଠା ଦିଆଯାଏ । ଏହି ଦିନରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
ବନେ୍ଦ ଉତ୍କଳ ଜନନୀ

ସରୋଜିନୀ ମିଶ୍ର
ଜୟଦେବ ବିହାର, ଭୁବନେଶ୍ୱର