ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

କଳାହାଣ୍ଡି, ୨୨|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗତ ବ୍ଲକ ଅନ୍ତର୍ଗତ ଛଞ୍ଚାଣ ବାହାଲି ଠାରେ ତିନି ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ କ୍ରୀଡ଼ା ମିଳନ ମହୋତ୍ସବ ଉଦ୍ ଯାପିତ ହୋଇ ଯାଇଛି । କଳାହାଣ୍ଡି ନେହେରୁ ଯୁବକେନ୍ଦ୍ର ଓ ଛଞ୍ଚାଣ ବାହାଲି ସମ୍ଭବ ଯୁବଅନୁଷ୍ଠାନ ର ମିଳିତ ଆନୁକୁଲ୍ୟରେ ଏହା ଆୟୋଜିତ ହୋଇ ଥିଲା।

ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଜୋନ -୨ ର ଜିଲ୍ଲାପରିଷଦ ସଭ୍ୟ ଶଙ୍କର ପ୍ରସାଦ ଯୁଏଡ, ସମ୍ମାନୀୟ ଅତିଥି ସମ୍ଭବ ଯୁବ ଅନୁଷ୍ଠାନର ଫାଉଣ୍ଡର ଉପେନ୍ଦ୍ର ଭଇଁସାଲ ,ସିଆର୍ପି କାଞ୍ଚନ ମାଲା ଗୋପାଳ, କଳାହାଣ୍ଡି ନେହେରୁ ଯୁବକେନ୍ଦ୍ର ସଂଗଠନ ର ଯୁବ ଅଧିକାରୀ ପ୍ରସନ୍ନ ମେହେର,ଲେଖପାଲ ଦ୍ଵିତିୟା ବଞ୍ଛୋର ପ୍ରମୁଖ ଉପସ୍ଥିତ ରହିଥିଲେ। ଗ୍ରାମାଞ୍ଚଳ ର ଯୁବକ ମାନଙ୍କୁ କ୍ରୀଡା ପ୍ରତି ଉତ୍ସାହିତ କରିବା ଏହି କାର୍ଯକ୍ରମର ମୁଖ୍ୟଉଦ୍ଦେଶ୍ୟ ବୋଲି ଆୟୋଜକ କମିଟି ପ୍ରକାଶ କରିଥିଲେ। ଧୀର ସାଇକେଲ ଚାଳନା, କୱାଡ଼ି, ବ୍ୟାଡମିଣ୍ଟନ ଓ ଫୁଟବଲ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅଂଶ ଗ୍ରହଣ କରି ଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ଉତ୍ସାହିତ କରିଥିଲେ ଓ ଉତ୍ତୀର୍ଣ୍ଣ ହୋଇ ଥିବା ଖେଳାଳି ଙ୍କୁ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମକୁ ସମ୍ଭବ ୟୁଥ୍ କ୍ଳବ୍ ର ସଦସ୍ୟ ଧରଣୀ ଧର ଭଇଁସାଲ, ହୁକିମ୍ ଭଇଁସାଲ, ଗୋଲାପ ବାଗ ତଥା ଅନ୍ୟାନ୍ୟ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।

କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page