ଡକ୍ଟର ସୁବ୍ରତ କୁମାର ପୃଷ୍ଟିଙ୍କ ଶାସ୍ତ୍ରୀୟତାର ତିନିସ୍ୱର ଲୋକାର୍ପିତ

ଭାଷା ସମ୍ପର୍କ ଯୋଡିବାରେ ସାହାଯ୍ୟ କରେ

ଭୁବନେଶ୍ୱର: ଦ୍ୱାଦଶତମ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ଡକ୍ଟର ସୁବ୍ରତ କୁମାର ପୃଷ୍ଟିଙ୍କ ଶାସ୍ତ୍ରୀୟତାର ତିନିସ୍ୱର “ଶାସ୍ତ୍ରୀୟତା ଏକ ସଂଘର୍ଷ “ଶାସ୍ତ୍ରୀୟ ଭାଷା ଓଡ଼ିଆ “ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ “ସ୍ଥାନୀୟ ରାଜ୍ୟ ସଂଗ୍ରହାଳୟ ସଭାକକ୍ଷ କଳ୍ପନାଛକଠାରେ ଶୁଭ ଉନ୍ମୋଚନ ହୋଇ ଯାଇଛି l ବିକେ ପବ୍ଲିକେସନର ମୁଖ୍ୟ ବିଜୟ କୁମାର ମହାପାତ୍ରଙ୍କ ସଂଯୋଜନା ଓ ପ୍ରଫେସର ଡ଼ଃ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମକୁମ ମହାନ୍ତି, ମୁଖ୍ୟଅତିଥି ଭାବେ ମାନ୍ୟବର ଉଚ୍ଚଶିକ୍ଷା ତଥା କ୍ରୀଡା, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ସୁବାର୍ତ୍ତା ସମ୍ପାଦକ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି,ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ,ସରକାରଙ୍କ ବରିଷ୍ଠ ପ୍ରଶାସକ ଦେବ ପ୍ରସାଦ ଦାସ ଉପସ୍ଥିତ ରହିବା ସହ ଓଡ଼ିଆ ଭାଷା ବହୁ ପ୍ରାଚୀନ, ପୁରାତନ ତଥା ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାରେ ବହୁ ଗବେଷଣା, ତଥ୍ୟ ସହିତ ଐତିହାସିକ ପ୍ରମାଣ ରହିଛି ବୋଲି ମତବ୍ୟକ୍ତ କରିଥିଲେ l ଏଥିପାଇଁ ଆମକୁ ବହୁକଷ୍ଟ ସ୍ୱୀକାର କରିବାକୁ ପଡିଚି l ଅପଭ୍ରଂଶ ଶବ୍ଦ ଗୁଡିକ ସଂଶୋଧନ କରିବା ଆଜିର ପ୍ରାସଙ୍ଗିକତା ବୋଲି ଡକ୍ଟର ଖୁଣ୍ଟିଆ ମତବ୍ୟକ୍ତ କରିଥିଲେ l ଶାସ୍ତ୍ରୀୟ ଭାଷା ଓଡ଼ିଆ ଶୀର୍ଷକ ଆଲୋଚନାରେ ବକ୍ତବ୍ୟ ରଖି,ଓଡ଼ିଆହିଁ ଆମ ଓଡ଼ିଆଙ୍କ ଶତ୍ରୁ ବୋଲି ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥି ମତବ୍ୟକ୍ତ କରିଥିଲେ l ଓଡ଼ିଆଭାଷା କୁ ବହୁବାର ହତ୍ୟା କରାଯାଇଛି, ଜୟଦେବ, ଐରଖାରବେଳଙ୍କ ପରି ମହାମାନବ ମାନେ ଆମଚିର ନମସ୍ୟ l ଭାଷାଆନ୍ଦୋଳନ,ଓଡ଼ିଆ ଭାଷାର ପ୍ରଚାର, ପ୍ରସାର, ସାମାଜିକ ଗଣମାଧ୍ୟମରେ ପ୍ରଚାର ସହିତ ତଥ୍ୟ ଭିତ୍ତିକ ପ୍ରାମାଣିକ ଆମକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛି ବୋଲି ପ୍ରଦ୍ୟୁମ୍ନ ବାବୁ କହିଥିଲେ l ଓଡ଼ିଆ ଭାଷା ପାଇଁ ପଦ୍ମଶ୍ରୀ ଡ଼ଃ ଦେବୀ ପ୍ରସନ୍ନ ପଟନାୟକ ଙ୍କୁ ସମ୍ମାନିତ କରାଯାଇଥିଲା l ଆମ ସଂସ୍କୃତି, ପରମ୍ପରା, ଐତିହ୍ୟ ମହାନ ଓ ବିଶ୍ୱରେ ଶ୍ରେଷ୍ଠ ବୋଲି ମତବ୍ୟକ୍ତ କରିଥିଲେ ସରକାର ଙ୍କ ପ୍ରଶାସନିକ ଅଧିକାରୀ ଦେବ ପ୍ରସାଦ ଦାସ l ସମସ୍ତଭାଷାର ନିଜ ନିଜର ସ୍ୱତନ୍ତ୍ର ଓ ବିଶେଷତ୍ୱ ରହିଛି ବୋଲି ଅତିଥି ମାନେ କହିଥିଲେ l ଭାଷା ଆନ୍ଦୋଳନର ସଦସ୍ୟ ଅରବିନ୍ଦ ତ୍ରିପାଠୀ, ସାହିତ୍ୟିକା ଡ଼ଃ ସୁତକୀର୍ତ୍ତି ତ୍ରିପାଠୀ, ଡ଼ଃ ଉପେନ୍ଦ୍ର ପାଢ଼ୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଥିଲେ l 

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page