ଭୁବନେଶ୍ୱର: ପୁଣି ଆଜି ଓଲିଉଡରେ କଳି। ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଶୁକ୍ରବାର। ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ କୌଣସି କଥାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ତେବେ ପୋଲିସ ଆଇଆଇସିଙ୍କ ସାମ୍ନାରେ ଉଭୟେ ମୁହାଁମୁହିଁ ହୋଇଥିବାବେଳେ ସ୍ଥିତିକୁ ଶାନ୍ତ କରିଛନ୍ତି ଆଇଆଇସି। ତେବେ ଏପରି ମୁହାଁମୁହିଁ ନିଜର ବ୍ୟକ୍ତିଗତ କାରଣରୁ ହୋଇଥିବାବେଳେ ଫିଲ୍ମ ରାଣ୍ଡିପୁଅ ଅନନ୍ତାର ଟାଇଟେଲ୍କୁ ନେଇ ଆରମ୍ଭ ହୋଇଥିବା ଜଣାପଡିଛି। ପୋଲିସ ଉଭୟଙ୍କୁ କାବୁ କରି ସ୍ଥିତି ନିୟନ୍ତ୍ରଣ କରିଛି। ଅନ୍ୟପକ୍ଷେ ଉଭୟପକ୍ଷ ସିପି ଅଫିସରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଘଟଣା ରାଜଧାନୀରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ଡିସିପି ଅଫିସରେ ଉପୟ ପକ୍ଷଙ୍କୁ ଡକାଯାଇ ବୁଝାମଣା କରାଯାଇଥିବା ବେଳେ କେହି କାହାକୁ ବ୍ୟକ୍ତିଗତ ଆକ୍ଷେପ କରିପାରିବେ ନାହିଁ ବୋଲି ପୋଲିସ୍ ପକ୍ଷରୁ ଦାଗିତ କରାଯାଇଛି। କେବଳ ଫିଲ୍ମକୁ ନେଇ ମନ୍ତବ୍ୟ ଦେଇପାରିବେ ବୋଲି ଉଭୟଙ୍କୁ କୁହାଯାଇଛି। ସୂଚନା ଅନୁସାରେ, ମନୋଜ ମିଶ୍ର ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା । ଏପରି କି ରବିବାର ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ଦିଆଯାଇଥିଲା । ସୂଚନା ଅନୁସାରେ, ନିକଟରେ ପୁଣି ବଢ଼ିଛି ଓଲିଉଡ୍ କଳି । ନଭେମ୍ବର ୧୨ରେ ଓଡ଼ିଶା ଫିଲ୍ମ୍ ଓ ଟିଭି ନିର୍ଦ୍ଦେଶକ ସଂଘ ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ । ଏହାପରେ ନଭେମ୍ବର ୧୩ରେ ପ୍ରେସମିଟ୍ କରି ବର୍ଷିଥିଲେ ଅଭିନେତା ମନୋଜ ମିଶ୍ର । ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ଗର୍ଜିଲେ ମନୋଜ । ସେ ପ୍ରେସମିଟ୍ କରି କହିଥିଲେ, ସିନେମା ମୋ ବୋପାର ନୁହେଁ, ଏହା ଆମ ଓଡ଼ିଶାର । ସିନେମା ଆମ ଓଡ଼ିଶାର ଅସ୍ମିତା, ସଂସ୍କୃତିର ପରିଚୟ । ଆଗକୁ ବି ଖରାପ ସିନେମା ବିରୋଧରେ କହିବା ଜାରି ରଖିବି । ମୁଁ ତ କହିବି, ତେଣିକି ଯାହା ବି ହୋଇଯାଉ ବୋଲି କହିଥିଲେ ମନୋଜ ମିଶ୍ର । ସେହିପରି ସେ ଆହୁରି କହିଥିଲେ ଯେ, ମୁଁ ମୋ ପାଇଁ କହୁନି, ଆଗାମୀ ପିଢ଼ି ପାଇଁ ମୁଁ କହୁଛି । ଆଗାମୀ ପିଢ଼ି ଆମକୁ ଗାଳି ନ ଦେଉ । ସେଥିପାଇଁ ମୁଁ କହିବି । ଅନ୍ୟପକ୍ଷରେ ନାଁ ନେଇ କିଛି ନିର୍ମାତା, ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଥିଲେ ଓଡ଼ିଆ ଅଭିନେତା ମନୋଜ ମିଶ୍ର ।
ସୂଚନା ଅନୁସାରେ ନଭେମ୍ବର ୧୨ରେ ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦାୟର କରିଥିଲେ ଓଡ଼ିଶା ଫିଲ୍ମ୍ ଓ ଟିଭି ନିର୍ଦ୍ଦେଶକ ସଂଘ । ଓଡ଼ିଆ ଫିଲ୍ମ ନିର୍ଦେଶକଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ସଂଘ ଏତଲା ଦେଇଥିଲା ।
ଓଡ଼ିଶାରେ ଓଡ଼ିଆ ଫିଲ୍ମ ନିର୍ଦେଶକ ନାହାନ୍ତି କି ନିର୍ଦ୍ଦେଶନା କ’ଣ ଜାଣି ନାହାଁନ୍ତି ବୋଲି ସୋସିଆଲ ମିଡିଆରେ ମନୋଜ ବାରମ୍ବାର ମନ୍ତବ୍ୟ ଦେଉଥିବା ସଂଘ ଅଭିଯୋଗ କରିଥିଲେ । ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ କହିଥିଲେ ।