ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା ନବୀକରଣ ଓ ପ୍ରଶସ୍ତି କରଣରେ ନିମ୍ନମାନ ଓ ଧୂଳିରେ ପରିପୂର୍ଣ୍ଣ ରାସ୍ତା

ଭବାନୀ ପାଟଣା ସଦର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ବାୟୁ ଓ ଜଳ ପ୍ରଦୂଷଣ ଆଇନକୁ ଖୋଲାଖୋଲି ଭାବରେ ଉଲଙ୍ଘନ କରୁଛି ଠିକାସଂସ୍ଥା। ରାସ୍ତା ନିବୀକରଣ ଓ ପ୍ରସସ୍ଥି କରଣରେ ଅନିୟମିତତା, ଉନ୍ନତ ମାନର ସାମଗ୍ରୀ ବ୍ୟବହାର ବଦଳରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ରାସ୍ତାରେ ପୂର୍ବରୁ ପଡିଥିବା ପୁରୁଣା ପିଚୁ ମେଟାଲ ଭଲ ଭାବରେ କାଢିବା ବଦଳରେ କମ କାଢି ତା ଉପରେ ନବୀକରଣ କାର‌୍ୟ୍ୟ ଆରମ୍ଭ ଏହାଦ୍ବାରା ରାସ୍ତାର ସ୍ଥାୟୀତ୍ବ ନେଇ ସନ୍ଦେହ, ଏହାଛଡ଼ା ଠିକାସଂସ୍ଥାର ନିୟୋଜିତ ହାଓ୍ବାଇ, ଭାରିଯାନ ଗାଡିମଟର ବେଫରୁଆ ଭାବରେ ଚଳାଚଳ ଲୋକଙ୍କୁ ବିପଦରେ ପକାଇବା ଭଳି ଦୃଶ୍ୟ ସହିତ ଧୂଳିମାଟି ପବନରେ ଉଡି ବାୟୁମଣ୍ଡଳକୁ ପ୍ରଦୂଷଣ କରିଚାଲିଛି, ଏହାଦ୍ବାରା ଅନେକ ବାଟୋଇ ଓ ଅନ୍ୟାନ୍ୟ ଗାଡିମଟର ଚଳାଚଳ କରୁଥିବା ଚାଳକ ମାନେ ଅସୁବିଧା ଭୋଗୁଛନ୍ତି, ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଠାରୁ ଗୁଣପୁରକୁ ସଂଯୋଗ କରୁଥିବା ରାସ୍ତାରେ, ଠିକାସଂସ୍ଥା ଙ୍କ ଭାରିଯାନ ଚାଲିବା ଦ୍ବାରା ଧୂଳିମାଟି ପବନରେ ଉଡି ବାୟୁମଣ୍ଡଳକୁ ଦୂଷୀତ କରୁଥିବା ବେଳେ ଏଥିରେ ଜନସାଧରଣ ଅତିଷ୍ଠ ହୋଇପଡୁଛନ୍ତି। ଏପରିକି ରାସ୍ତାରେ ପ୍ରତିଦିନ ଯିବାଆସିବା କରୁଥିବା ଛାତ୍ରଛାତ୍ରୀ, ବାଟୋଇ ଓ ଅନ୍ୟାନ୍ୟ ଲୋକେ ଧୂଳିଧୁସର ପରିବେଶ ମଧ୍ୟରେ ସେମାନଙ୍କ ପିନ୍ଧିଥିବା ଡ୍ରେସ ଧୁଳିଆ ହୋଇ ଅପରିସ୍ଖାର ହେଉଥିବା ବେଳେ ଯକ୍ଷ୍ମାରୋଗ ସୃଷ୍ଟି କରିବା ଭଳି ମାଧ୍ୟମ ସାଜିଛି ଏହି ରାସ୍ତାରେ ଉଡୁଥିବା ଧୂଳିମାଟି। ଏହାଛଡା ଥୁଆମୁଳ ରାମପୁର ସଦର ମହକୁମା ଠାରେ ଧୂଳିମାଟି ହେଉଛି ଏହା ଯୋଗୁଁ ପାର୍ଶ୍ଵରେ ଥିବା ଦୋକାନ, ପଡାରେ ଥିବା ପରିବାର ମାନଙ୍କୁ ଅଧିକ ପ୍ରଭାବ ପଡୁଛି। ଯାହାଫଳରେ ଘର ମାନଙ୍କରେ ଥିବା ପାନୀୟ ଜଳ, ରନ୍ଧାଖାଦ୍ୟ ଉପରେ ସିଧାସଳଖ ଏହାର କୁପ୍ରଭାବ ପଡୁଛି। ଠିକାସଂସ୍ଥା ଏହି ରାସ୍ତା ଉପରେ ଆବଶ୍ୟକ ପରିମାଣ ପାଣି ଢାଳିବା ବଦଳରେ ମନଇଛା ଢାଳିବା କେବେ ନ ଢାଳିବା ଭଳି ଘଟଣା ଏବେ ଲୋକଙ୍କୁ ସନ୍ଦେହ ସୃଷ୍ଟି କରୁଅଛି, ଏହି ଠିକାସଂସ୍ଥାକୁ କିଛି ଲାଭଖୋର ଲୋକେ ଘଣ୍ଟଘୋଡେଇ ରଖିଥିବା ଯୋଗୁଁ ଠିକାସଂସ୍ଥା ଏଭଳି ମନମାନି ରାସ୍ତା ନିର୍ମାଣ କରୁଛି ବୋଲି ଜନ ଅସନ୍ତୋଷ ଦେଖାଦେଇଛି। ଥୁଆମୁଳ ରାମପୁର ମୁଖ୍ୟାଳୟ ବିଭିନ୍ନ କାର‌୍ୟ୍ୟାଳୟ ରହିଅଛି ନିତିପ୍ରତି ଦିନ ବିଭିନ୍ନ ଗ୍ରାମରୁ ଲୋକେ ନିଜ ନିଜ କାମ ପାଇଁ ଆସି ଏହି ଧୂଳିମାଟିରେ ଗାଧେଇବା କେତେ କଷ୍ଟକର ହୋଇପଡୁଛନ୍ତି। ଏହା ଛଡ଼ା ଭବାନୀପାଟଣା, ରାୟଗଡାକୁ ଚଳପ୍ରଚଳ କରୁଥିବା ଯାତ୍ରୀବାହୀ ବସରେ ଯିବା ଆସିବା କରୁଥିବା ଯାତ୍ରୀମାନେ ବିଶେଷ କରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଦିଗରେ ସ୍ଥାନୀୟ ଜନପ୍ରତିନିଧି ଓ ସରକାରୀ ଅଧିକାରୀ ମାନେ ନିରବ ରହିବା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣ ଲୋକ ଙ୍କୁ ହିଁ ଅଧିକ ଆଶ୍ଚର‌୍ୟ୍ୟ କରୁଅଛି। ଏହାବ୍ୟତୀତ ଏହି ରାସ୍ତା ନିର୍ମାଣ ନିମ୍ନମାନ ହେଉଥିବା ଅଭିଯୋଗ ବାରମ୍ବାର ସାମ୍ମାକୁ ଆସୁଥିଲେ ମଧ୍ୟ ଠିକାସଂସ୍ଥା କର୍ମଚାରୀ ଖାତିରି କରୁନଥିଵା ଆହୁରି ଲୋକଙ୍କୁ ସନ୍ଦେହ ଘନୀଭୂତ କରୁଥିବା ଜଣାପଡିଛି। ଏଦିଗରେ ଠିକାସଂସ୍ଥା ଭଲ ଭାବରେ ରାସ୍ତାରେ ପାଣି ପକାଇ ପରିବେଶକୁ ସନ୍ତୁଳିତ କରି ଉନ୍ନତ ମାନରେ ରାସ୍ତା ନିର୍ମାଣ କରାଯାଉ ବୋଲି ଲୋକେ ଦାବି କରୁଥିବା ଜଣାପଡିଛି।

ଭବାନୀ ପାଟଣା ରୁ ମାନସ କୁମାର ନାଏକ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page