ଦାରିଙ୍ଗବାଡି ରେ କଟକ ଭୁବନେଶ୍ବର ଧର୍ମ ପ୍ରଦେଶ ର ସ୍ଵର୍ଣ୍ଣ ଜୟନ୍ତୀ ସମାରୋହ

ଦାରିଙ୍ଗବାଡି ତା:୬/୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର ସ୍ଥାନୀୟ କାଥଳିକ ଚର୍ଚ୍ଚ ପରିସର ରେ କଟକ ଭୁବନେଶ୍ବର ଧର୍ମ ପ୍ରଦେଶ ର ସ୍ଵର୍ଣ୍ଣ ଜୟନ୍ତୀ ସମାରୋହ ଧୁମ୍ ଧାମରେ ପାଳନ କରାଯାଇଛି। ଏହି ଅବସରରେ ଦାରିଙ୍ଗବାଡି ଧର୍ମାଞ୍ଚଳ ର ମୁଖ୍ୟ ଯାଜକ ମୁକୁନ୍ଦ ବଳିଆର ସିଂ ଙ୍କ ନେତୃତ୍ୱ ରେ ଧର୍ମାଞ୍ଚଳ ର ଖ୍ରୀଷ୍ଟ ବିଶ୍ବାସୀ, ପାଳକ, ଓ ସ୍ବେଚ୍ଛାସେବୀ ମାନେ ବୁଧବାର ଦିନ ଅପରାହ୍ନ ରେ ଅତିଥି ଧର୍ମାଧ୍ୟକ୍ଷ ଓ ଯାଯକ ମାନଙ୍କୁ ଆଡ଼ମ୍ବର ସହକାରେ ସ୍ୱାଗତ କରି ଚର୍ଚ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।
ଗୁରୁବାର ଦିନ ଚର୍ଚ୍ଚ ପରିସର ମଧ୍ୟରେ ସ୍ଵର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ମିଳିତ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ତଥା କଟକ ଭୁବନେଶ୍ବର ଆର୍ଚ୍ଚ ଡାଇସେସ ର ଧର୍ମାଧ୍ୟକ୍ଷ ଯୋହନ ବାରୱା ଏସ ଭି ଡି.ପୌରହିତ୍ୟ କରିବା ସହ ବାଇବଲ ରୁ ଈଶ୍ବରଙ୍କ ବାକ୍ୟ ପରିବେଷଣ କରିଥିଲେ। ଏହି ଦିବ୍ୟ ଯଜ୍ଞ ରେ ଭାରତ ବର୍ଷ ର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୩ ଜଣ ଧର୍ମାଧ୍ୟକ୍ଷ ଯୋଗ ଦେଇଥିବା ବେଳେ ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଯାଯକ ମାନେ ଦିବ୍ୟଯଜ୍ଞ ରେ ଯୋଗଦାନ କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
କାର୍ଯକ୍ରମ ପ୍ରାରମ୍ଭ ରେ କଟକ ଭୁବନେଶ୍ବର ଧର୍ମ ପ୍ରଦେଶ ର ଭି ଜି ପ୍ରଦୋସ ଚନ୍ଦ୍ର ନାୟକ ସମସ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ମିଳିତ ଦିବ୍ୟଯଜ୍ଞ ପାଇଁ ବେଦୀ କୁ ଆମନ୍ତ୍ରଣ କରିଥିଲେ। ଯାଯକ ଦେବରାଜ ସିଂ ଓ ଭଞ୍ଜକିଶୋର୍ ନାୟକ ଙ୍କ ନେତୃତ୍ୱ ରେ ଭକ୍ତି ସଙ୍ଗୀତ ପରିଚାଳନା କରାଯାଇଥିଲା ।
ବିଭିନ୍ନ ଧର୍ମାଞ୍ଚଳରୁ ଏବଂ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ କାଥଲିକ ଖ୍ରୀଷ୍ଟ ବିଶ୍ବାସୀ ମାନେ ଯୋଗ ଦେଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା ରେ ଧର୍ମାଞ୍ଚଳ ର ମୁଖ୍ୟ ଯାଯକ ମୁକୁନ୍ଦ ବଳିଆର ସିଂ ନେତୃତ୍ଵ ନେଇଥିବା ବେଳେ ଉକ୍ତ ଧର୍ମାଞ୍ଚଳ ର ପ୍ୟାରିସ କାଉନସିଲ ସଦସ୍ୟ, ପାଳକ ବୃନ୍ଦ,ସ୍ବେଚ୍ଛାସେବୀ, ଓ ଧର୍ମାଞ୍ଚଳ ର ସ୍ଥାନୀୟ ନେତୃବୃନ୍ଦ ମାନେ 6ସହଯୋଗ କରିଥିଲେ,କାର୍ଯ୍ୟକ୍ରମ ଶେଷରେ ମନୋରଞ୍ଜନ ସିଂ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ
ଥାନା ଆଇ ଆଇ ସି କନକ କୁମାର ମାଝୀ ଙ୍କ ନେତୃତ୍ୱ ରେ ପୋଲିସ ଫୋର୍ସ ମୁତୟନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page