ବାଲିଅନ୍ତା,୩0/୦୬:ପ୍ରତି ମାସ ଭଳି ଚଳିତ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାନ୍ତିସ୍ତୁପ ଧଉଳି ପାଦଦେଶରେ ଥିବା ବୋଧିଦ୍ରୁମ ମୂଳରେ ଓଡିଶା ଇଣ୍ଟରନେସନାଲ ସେଣ୍ଟର(ଓଆଇସି)ତରଫରୁ ଆରତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଆଇସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ସେଠାରେ ଥିବା ଅଶ୍ଵଥ ବୃକ୍ଷମୂଳେ ପୂଜାର୍ଚନା କରିଥିଲେ l ପରେ ନିକଟରେ ଥିବା ଭଗବାନ ବୁଦ୍ଧଙ୍କ ପୂଜାର୍ଚ୍ଚନା ମଧ୍ୟ କରିଥିଲେ l ଉଲ୍ଲେଖ ଯୋଗ୍ୟ ୨୦୧୬ ମସିହାରେ “ଓଆଇସି’ର ପ୍ରତିଷ୍ଠାତା ସ୍ବର୍ଗତଃ ପରେଶ ନାୟକ ବୌଦ୍ଧ ସନ୍ୟାସୀମାନଙ୍କ ଗହଣରେ ସୁଦୂର ଶ୍ରୀଲଙ୍କାର ଅନୁରାଧାପୂରରୁ ସଂଗ୍ରହ କରି ଆଣି ଥିବା ବୋଧିଦ୍ରୁମ ଚାରା ଐତିହାସିକ ଧଉଳି ଶାନ୍ତି ସ୍ତୁପର ପାଦଦେଶରେ ଶାନ୍ତି ବନରେ ପବିତ୍ର ପୂର୍ଣ୍ଣିମା ଦିନ ରୋପଣ କରି ପାରମ୍ପରିକ ରୀତିରେ ଆରତୀର ଶୁଭାରମ୍ଭ କରିଥିଲେ।

ଆଜିର ଏହି ବୋଧିଦ୍ରୁମ ଆଳତୀରେ ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ସଦସ୍ୟ ମନୋରଞ୍ଜନ ମହାନ୍ତି, ସମାଜସେଵୀ ଦୁର୍ଗା ସାମନ୍ତରାୟ, ଭାଜପା ମଣ୍ଡଳ ସଭାପତି ତଥା ସମାଜସେଵୀ ଅରୁଣ ପୁରୋହିତ ସମାଜସେବୀ ଅନୁଜ କୁମାର ସାମନ୍ତରାୟ ଏଵଂ କଲ୍ୟାଣୀ ସାମନ୍ତରାୟ ଯୋଗଦେଇଥିଲେ। ଅନୁଷ୍ଠାନର ମାନେଜିଙ୍ଗ ଟ୍ରଷ୍ଟି ଭାବଗ୍ରାହି ଶାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ବରିଷ୍ଠ ଟ୍ରଷ୍ଟି କୁମୁଦିନୀ ପଣ୍ଡା, ଟ୍ରଷ୍ଟି ଉଦୟ କୁମାର ଶାନ୍ତି,ଏଵଂ ବରିଷ୍ଠ

ସଦଶ୍ୟ ରତିକାନ୍ତ ପାଢ଼ୀ , ବନଜ୍ୟୋତ୍ସ୍ନା ପାଢ଼ୀ ,କିଶୋର ପ୍ରଧାନ, ପୂଜା ସ୍ୱାଇଁ, ସୁମନ ଦାଶ, ସତ୍ୟ ସୁନ୍ଦର ପଣ୍ଡା, ବୁଟୁ ବକ୍ସି, ଇନ୍ଦିରା ମିଶ୍ର,ପ୍ରତାପ ମିଶ୍ର, ଦୀନବନ୍ଧୁ ନାୟକ, ମନୋଜ କୁମାର ପାତ୍ର, ସୁର୍ଯ୍ୟ ପ୍ସସାଦ ନାୟକ, ସୁନିତା ମିଶ୍ର,ରଞ୍ଜନ କୁମାର ସାହୁ, ନିବେଦିତା ଜେନା, ଝିଲ୍ଲି ରାଣୀ ଜେନା, ପ୍ରଦୀପ ମଙ୍ଗରାଜ,ପ୍ରଦ୍ୟୁମ୍ନ ମହାନ୍ତି, କୈଳାଶ ସାହୁ, ବାସନ୍ତୀ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ l