ଦେଶୀ ମଦ ଭାଟିରେ ଲୁଟ୍ ଘଟଣାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ନୀତି ଶେଖରଙ୍କ ସାମ୍ବାଦିକ ସମ୍ବିଳନୀ ।

ଧର୍ମଗଡ଼ ଦେଶୀ ମଦ ଭାଟି ରେ ଏତେ ଟଙ୍କା କୁଆଡୁ ଆସିଲା ତାହାର ତଦନୁ ହେବ।

କଳାହାଣ୍ଡି, ୨/୨(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୂକୁ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ନୀତି ଶେଖର ଧର୍ମଗଡ଼ ପୋଲିସ ଷ୍ଟେସନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଗିରଫ ଅଭିଯୁକ୍ତ ମାନେ ହେଲେ, ଝାଡଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ,ହୁସେନ୍ ଖାନ୍, ଜସିମ ଖାନ୍, ସାମିମ୍ ଅନସାରୀ,ବାସୁଦେବ ଗୋପେ, ପିଣ୍ଟୁ ଓରଫ ଆଲିମ୍,ଅନୁଜ କୁମାର ଏବଂ ସମିମ ଅନସାରୀ। ଆଉ ଜଣେ ଡକାୟତ ଫେରାର ଅଛି। ଧର୍ମଗଡ଼ ଦେଶୀ ମଦ ଭାଟିରୁ ଦୁଇ ତିନି ମାସ ତଳେ ବହିଷ୍କୃତ ହୋଇଥିବା ରାଞ୍ଚି ର ଜଣେ ପୁର୍ବତନ କର୍ମଚାରୀ ଅନୁଜ କୁମାର ଏହି ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ ଓ ସେ କିଛି ଦିନ ତଳେ ଧର୍ମଗଡ଼ ଆସି ଡ଼କାୟତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବୋଲି ଆଇଜି ପ୍ରକାଶ କରିଛନ୍ତି। ତାଛଡା ଦେଶୀ ମଦ ଭାଟିରେ ଏତେ ପରିମାଣର ଟଙ୍କା କେଉଁଠୁଁ ଆସିଲା ତାହାର ତଦନୁ ଆୟକର ଜରିଆରେ ହେବ ବୋଲି ଆଇଜି ନୀତି ଶେଖର କହିଥିଲେ।ଉକ୍ତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସ ପି ଅଭିଳାଷ ଜି, ସଦର ଏସଡିପିଓ ଆଦିନ୍ୟ ମାନେ ବାବୁ ରାଓ,ଧର୍ମଗଡ଼ ଏସଡିପିଓ ମନୋଜ କୁମାର ବେହେରା, ଧର୍ମଗଡ଼ ଥାନା ଅଧୂକାରୀ ଦାମୋଦର ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page