ନାଚୁଣୀ କଲେଜରେ ନାରୀ ସଶକ୍ତିକରଣ ଆଲୋଚନାଚ଼କ୍ର।

ଚିଲିକା, ୨୦।୭ :ଆଜି ନାଚୁଣୀ ମହାବିଦ୍ୟାଳୟ ସଭା କକ୍ଷରେ ନାରୀ ସଶକ୍ତି କରଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଲେଜର ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପଟ୍ଟନାୟକ ପୌରୋହିତରେ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଥାନା ଅଧିକାରୀ ଶ୍ରଦ୍ଧା ନାୟକ ଓ ସମ୍ମାନୀତ ଅତିଥି ଭାବେ ନାଚୁଣୀ ଥାନା ଅଧିକାରୀ ବିଭୁତି ଭୂଷଣ ମହାପାତ୍ର ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ଧୂପ ପୁଷ୍ପ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମଟିର ଶୁଭ ଉଦ୍ଘାଟନ କରିଥିଲେ । ଶକ୍ତିଶ୍ରୀ ସଂଯୋଜିକା ଡଃ. ସି. ମଞ୍ଜୁଲତା ସ୍ୱାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପଟ୍ଟନାୟକ ଛାତ୍ରୀମାନଙ୍କୁ ଆତ୍ମ ନିର୍ଭରଶୀଳ ହେବାକୁ ଆହ୍ଵାନ ଦେଇଥିଲେ ।

ମୁଖ୍ୟ ଅତିଥି ବାଲଗାଁ ଥାନା ଅଧିକାରୀ ଶ୍ରଦ୍ଧା ନାୟକ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ନାରୀ ସୁରକ୍ଷା ଆଇନ୍ ଓ ତାର ସଠିକ୍ ଉପଯୋଗୀତା ଉପରେ ସୂଚାଇ ଥିଲେ। ସମ୍ମାନୀତ ଅତିଥି ନାଚୁଣୀ ଥାନା ଅଧିକାରୀ ବିଭୁତି ଭୂଷଣ ମହାପାତ୍ର ଛାତ୍ରୀମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୃତି ଏନ୍.ସି.ସି ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିମାନଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଶେଷରେ ଶକ୍ତି ଶ୍ରୀ ସଥୀ ଛାତ୍ରୀ ନିହାରିକା ହରିଚ଼ନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମର ଶକ୍ତି ଶ୍ରୀ ସହ -ସଂଯୋଜିକା ଅଧ୍ୟାପିକା ଲୋପାମୁଦ୍ରା ମିଶ୍ରଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ଓ ସମ୍ମାନ ବିଭାଗର ଛାତ୍ରୀ ଲିଡର ଶୁଭ୍ରଶ୍ରୀ, ସର୍ମିଷ୍ଠା ପ୍ରିତି ,ପ୍ରିୟଙ୍କା ଅଲିଶା, ଲକ୍ଷ୍ମୀପ୍ରିୟା, ଦିବ୍ୟଜ୍ୟୋତି, ଯଶମିନ୍, ଜ୍ୟୋର୍ତିମୟୀ, ଶାନ୍ତିଲତା ଓ ମଧୁସ୍ମିତା ପ୍ରମୁଖ ବହୁ ଛାତ୍ରୀ ଯୋଗ ଦେଇଥିଲେ ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page