ଚିଲିକା, ୧୧।୫:ନାଚୁଣୀ ଥାନା ପୋଲିସ୍ କୁ ମିଳିଛି ଏକ ବଡ ଧରଣର ସଫଳତା। ବ୍ରାଉନସୁଗାର ଚୋରା ଚାଲାଣ କରୁଥିବା ଚାରିଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦଶ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିବା ସହ ଵ୍ୟବହୃତ ଗାଡି ଟିକୁ ମଧ୍ୟ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ। ପ୍ରାପ୍ତ ସୂଚନା ମୁତାବକ ତିନି ଜଣ ବ୍ରାଉନ ସୁଗାର ଚାଲାଣ କାରୀ ବ୍ରହ୍ମପୁରରରୁ ଖୋର୍ଦ୍ଧା ଯାଇଥିଲେ । ସେଠାରେ ଆଉ ଜଣେ ବ୍ୟକ୍ତି ଯୋଗ ଦେଇ ଥିଲା। ସେହି ଚାରିଜଣ ଚୋରା ଚାଲାଣ କାରୀ ଗାଡିରେ ଆସୁଥିବ ବେଳେ ଖୋର୍ଦ୍ଧା ଜିଲ୍ଲା ଅରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଙ୍କ ଠାରୁ ଚୋରା ମାଦକଦ୍ରବ୍ୟ ଚାଲାଣକାରୀଙ୍କ ବିଷୟରେ ଖବର ପାଇ ବାଲୁଗାଁ ଏସ ଡି ପି ଓ ସଞ୍ଜୟ କୁମାର ପଟ୍ଟନାୟକ ଏବଂ ନାଚୁଣୀ ଥାନା ଭାରପ୍ରାପ୍ତ ଅଧିକାରୀ ବିଭୁତିଭୂଷଣ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଉପ ନିରୀକ୍ଷକ ମୋଚିରାମ ଜାଲ୍ଲୀଙ୍କ ନେତୃତ୍ୱ ରେ ପୋଲିସ ଟିମ ଛକି ରହିଥିଲେ। ଚୋରା ଚାଲାଣକାରିମାନେ ଏକ ଅଲ୍ଟୋ କାର (ନମ୍ବର ଓ ଆର 0୨ଏ ଏନ ୬୪୦୯)ଯୋଗେ ଷୋଳ ନମ୍ବର ଜାତୀୟ ରାଜପଥ କଇଥପଲା ଛକ ଠାରେ ଗାଡିଟି ଆସି ପହଞ୍ଚିବା କ୍ଷଣି ପୋଲିସ ଟିମ ସେମାନଙ୍କୁ କାବୁ କରି ନେଇଥିଲେ। ଚାରିଜଣ ଯାକ ଆରୋହୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ବ୍ରାଉନ ସୁଗାର ଜବତ କରାଯାଇଛି ।ଏ ସଂକ୍ରାନ୍ତରେ ନାଚୁଣୀ ଥାନା ପକ୍ଷରୁ କେଶ ନଂ ୧୬୯/୧୦.୫.୨୬ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉ ରେ ଏ ଏସ ଆଇ ଗଙ୍ଗାଧର ହେମ୍ବ୍ରମ ଙ୍କ ସହ କନେଷ୍ଟବଳ ଏ. ପୁରୀ, ପି ବେହେ ରା, ଗ୍ରାମ ରକ୍ଷୀ ପ୍ରସନ୍ନ ନାୟକ ସହଯୋଗ କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି