ଭୁବନେଶ୍ୱର ତା 29/06/26 ପବିତ୍ର ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ଅବସରରେ ସାମାଜିକ ସଂଗଠନ ନାରାୟଣ ସେବା ଫାଉଣ୍ଡେସନର ନବମ ସ୍ଵନକ୍ଷତ୍ର ସହ ସାମାଜିକ କାର୍ଯ୍ୟକ୍ରମର ପୁସ୍ତିକା ଓ ସମ୍ବର୍ଦ୍ଧନା ପର୍ବ ପ୍ରତିଷ୍ଠାତା, ସମାଜସେବୀ ସୀତାଂଶୁ ଶେଖର ମହାରଣାଙ୍କ ପୌରହିତ୍ୟ ଓ ସଭାପତି, ବିଶିଷ୍ଟ ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ସଂଗଠନର ବରିଷ୍ଠ ସଦସ୍ୟ ସ୍ବର୍ଗତ ବ୍ରଜବନ୍ଧୁ ପରିଡାଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସଂଗଠନର ମୁଖ୍ୟ ପରିଚାଳକ ତଥା କୋଷାଧ୍ୟକ ଅରବିନ୍ଦ ତ୍ରିପାଠୀଙ୍କ ଅତିଥି ପରିଚୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଭାଷାବିତ, ଶିକ୍ଷାବିତ ପଦ୍ମଶ୍ରୀ ଡ଼ଃ ଦେବୀ ପ୍ରସନ ମୁଖ୍ୟବକ୍ତା ଭାବେ ସଂସ୍କୃତି ପୁରୁଷ ତଥା ମହାତ୍ମାଗାନ୍ଧୀ ଅହିଁସା ଐତିହ୍ୟ ଟ୍ରଷ୍ଟର ସଭାପତି ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସମ୍ମାନିତ ଅତିଥି ଭାବେ ଓଡ଼ିଆ ନାଗରିକ ମହାମଞ୍ଚ ଉପସଭାପତିବିଶିଷ୍ଟ ସମାଜସେବୀ ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ ଉପସ୍ଥିତ ରହିବା ସହ ଅସହାୟ, ଦୁସ୍ଥ ବ୍ୟକ୍ତିମାନଙ୍କ ସେବା ମାଧବଙ୍କ ସେବା ସହିତ ସମାନ ବୋଲି ମତବ୍ୟକ୍ତ କରିଥିଲେ l ସଂଗଠନର ସମ୍ପାଦିକା ସମିତା ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ଉକ୍ତ ଅନୁଷ୍ଠାନ ଦୀର୍ଘବର୍ଷ ଧରି ବିଭିନ୍ନ ସାମାଜିକ, ସଚେତନତାମୂଳକ ତଥା ପୁଜ୍ୟପୂଜା ସମ୍ପର୍କିତ କାର୍ଯ୍ୟକ୍ରମ ରକ୍ତଦାନ ଠାରୁ ଆରମ୍ଭ କରି ବିଶ୍ୱସ୍ୱାସ୍ଥ୍ୟ ଦିବସ କାର୍ଯ୍ୟକ୍ରମ, ପରିବେଶ, ମହିଳାଙ୍କ ଶିକ୍ଷା,ସଚେତନତା ସହ ରାଜଧାନୀ ବାହାରେ ମଧ୍ୟ ବନ୍ୟା, ବାତ୍ୟାରେ ପ୍ରପୀଡ଼ିତ ଅସହାୟ, ଅଭାବୀ ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟ ଓ ସହଯୋଗର ହସ୍ତ ବଢ଼ାଇଛି ବୋଲି ମତ ବ୍ୟକ୍ତ କରିଥିଲେ l

ଉଦଘାଟକ ଡ଼ଃ ପଟନାୟକ,ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜଗଦ୍ଧେବ, ମୁଖ୍ୟବକ୍ତା ଡ଼ଃ ଜ୍ଞାନେନ୍ଦ୍ର ସଭାପତି ଶ୍ରୀଯୁକ୍ତ ମିଶ୍ରଙ୍କ ସହିତ ଅନ୍ୟ ଦୁଇ ସମ୍ମାନିତ ଅତିଥି ନାରାୟଣ ସେବା ଫାଉଣ୍ଡେସନର ଦୀର୍ଘ ନଅ ବର୍ଷର ସଫଳ କାର୍ଯ୍ୟକ୍ରମକୁ ଉଚ୍ଚପ୍ରଶଂସା କରିଥିଲେ l ଏହି ଅବସରରେ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଡ଼ଃ ଜୟଶ୍ରୀବାଳା ମଲ୍ଲିକ, ପୁଜ୍ୟପୂଜା ପାଇଁ କାମଦେବ ମହାପାତ୍ର, ପଶୁପ୍ରେମୀ ସମାଜସେବୀ ସନ୍ତୋଷ ମଲ୍ଲିକ, ମୁଗୁପୁର ସମାଚାର କାର୍ଯ୍ୟକାରି ସଭାପତି ତଥା ସମାଜସେବୀ ସୁରେନ୍ଦ୍ର କୁମାର ସାହୁ, ଚିକିତ୍ସା କ୍ଷେତ୍ରରେ ଡ଼ଃ କାଳିନ୍ଦୀ ସେଠିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ସହିତ ସାମ୍ବାଦିକତା କ୍ଷେତ୍ରରେ ଦୁଇ ପ୍ରତିଭା ମଦନ ମୋହନ ପାଢ଼ୀ ଓ ଫୋଟୋ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ପୂର୍ବ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା 5 ଜଣ ବିଦ୍ୟାର୍ଥୀ ଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା l ମାଜସେବୀ ଜଳନ୍ଧର ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ରମେଶ କୁମାର ମହାପାତ୍ର, ସାମ୍ବାଦିକ ପ୍ରିୟବ୍ରତ ବାରିକ, ପ୍ରଶାନ୍ତ ବାରିକ, ପ୍ରମୁଖ ପରିଚାଳନା କରିଥିଲେ l