ନିର୍ମାଣରେ ୭୯ ତମ ସ୍ବାଧିନତା ଦିବସ ପାଳିତ

ବାଲିଅନ୍ତା: ବାଳକକାଟିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଏଜୁକେସନାଲ ଟ୍ରଷ୍ଟ ପରିସରରେ ୭୯ ତମ ସ୍ବାଧିନତା ଦିବସ ଖୁବ୍ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏଥିରେ , ମୁଖ୍ୟ ଅତିଥି ଭାବେ ଓରା ଅନୁଷ୍ଠାନର ମୁଖ୍ୟ ସ୍ମିତା ନାୟକ, ଶିକ୍ଷାବିତ୍ ବିଦୁଭୂଷଣ ପଟ୍ଟନାୟକ ଓ ନିର୍ମାଣ ର ଅଧ୍ୟକ୍ଷ ସିଦ୍ଧେଶ୍ଵର ମହାନ୍ତି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦ୍ଵାରା ପ୍ରତାପଶାସନ ର ବିଭିନ୍ନ ଗାଁ ପ୍ରଭାତ

ଫେରିରେ ପିଲାମାନେ ଦେଶାତ୍ମକ ବୋଧକ ଓ ଜାତୀୟତା ବୋଧକ ସ୍ଲୋଗାନ ଦେଇ ଲୋକମାନଙ୍କୁ ଦେଶପ୍ରେମ ର ବାର୍ତ୍ତା ବଣ୍ଟନ କରିଥିଲେ । ପରେ ପିଲାମାନଙ୍କ ଦ୍ଵାରା ଝୋଟି , ଦେଶାତ୍ମକ ବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଭିଭାବକ ଓ ଗ୍ରାମବାସୀଙ୍କ ଦ୍ଵାରା ଖୁବ୍ ଆଦୃତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ସର୍ବଶେଷରେ ବାସୁଦେବ ଆଚାର୍ଯ୍ୟ ଧନ୍ୟବାଦ୍ ପ୍ରସ୍ତାବ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page