ନିର୍ମାଣ ଯୁବ ମହୋତ୍ସବ ୨୦୨୫ ଉଦଯାପିତ

ବାଲିଅନ୍ତା: ବାଳକାଟୀ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଗ୍ରୁପ୍ ଅଫ୍ ଇନ୍ ଷ୍ଟିଚ୍ୟୁସନ୍ ର ଚଳିତ ବର୍ଷର ନିର୍ମାଣ ଯୁବ ମହୋତ୍ସବ ୨୦୨୫ ଖୁବ୍ ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି। ନିର୍ମାଣ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଅଶୋକ ମହାପାତ୍ର ଯୋଗଦେଇ ଓଡ଼ିଶାର ଚିକିତ୍ସା ବ୍ୟବସ୍ଥା ଓ ଛାତ୍ର ଛାତ୍ରୀ ମାନଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ଉପରେ ଆଲୋଚନା କରିଥିଲେ। ଏହି ଉତ୍ସବରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରର

ନିର୍ଦ୍ଦେଶକ ରଞ୍ଜିତ ପ୍ରଧାନ ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଛାତ୍ର, ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଭବ୍ୟ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜାତୀୟ ମୁକ୍ତ ବିଦ୍ୟାଳୟ ର ନିର୍ଦ୍ଦେଶକ ସୁରଜିତ କୁମାର୍, ଶିକ୍ଷାବିଦ୍ ବିଧୁ ଭୂଷଣ ପଟ୍ଟନାୟକ, ପୁଷ୍ପଶ୍ରୀ ମହାପାତ୍ର, କୈଳାସଚନ୍ଦ୍ର ମିଶ୍ର, ବାଲିଅନ୍ତାର ପୂର୍ବତନ ବିଡ଼ିଓ ଆଦିକନ୍ଦ ବେହେରା, ସମାଜସେବୀ ସୁଚିଶ୍ମିତା ପୃଷ୍ଟି ଓ ନାରାୟଣ ମହାପାତ୍ର ଯୋଗଦେଇ ଶିକ୍ଷାନୁଷ୍ଠାନର ଭୂୟସୀ ପ୍ରଶଂସା କରିଥିଲେ। ଅନୁଷ୍ଠାନର ମୁଖ୍ୟ ସିଦ୍ଧେଶ୍ୱର ମହାନ୍ତି ଏଥିରେ ସଭାପତିତ୍ବ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରି ଥିବା ୬୫ଜଣ ପ୍ରତିଭାଙ୍କୁ ନିର୍ମାଣ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶିକ୍ଷକ ଓ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ କ୍ଷୁଦ୍ର ନାଟିକା ମାଆ ପରି କିଏ ହେବ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲା। ଏହି ଉତ୍ସବକୁ ଶୁଭୋଜିତ୍ ପଣ୍ଡା ଓ ସ୍ଵୟଂସିଦ୍ଧା ମହାନ୍ତି ପରିଚାଳନା କରିଥିବା ବେଳେ ନିର୍ମାଣର ସମସ୍ତେ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପରିଶେଷରେ ସତ୍ୟବ୍ରତ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page