ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ଦ୍ୱିତୀୟ ଥର ପାଇଁ ବିଦେଶ ଗ୍ରସ୍ତ

ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ଞ୍ଚନୃତ୍ୟନିପୁଣା ର ନୃତ୍ୟଶିଳ୍ପୀ ଅର୍ଚ୍ଚିତା ପ୍ରଧାନ, ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଡଃ ପ୍ରିୟଙ୍କା ମିଶ୍ରଙ୍କ ଦୁବାଇ ଗ୍ରସ୍ତ । ଦୁବାଇଠାର ରେ ଆସନ୍ତା ୧୨ ତାରିଖ ରେ ସେମାନେ ଓଡ଼ିଶୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବାର କାର‌୍ୟ୍ୟକ୍ରମ ରହିଛି । ଚଳିତ ମାସ ୧୦ତାରିଖ ରୁ ୧୫ ତାରିଖ ଯାଏଁ ସେମାନେ ବିଦେଶ ଗ୍ରସ୍ତ ପାଇଁ ଯାଇଛନ୍ତି । ଅନୁଷ୍ଠାନର ନିର୍ଦ୍ଦେଶିକା ପ୍ରିୟଙ୍କା , ଏହାର ଶ୍ରେୟ ତାଙ୍କ ଗୁରୁ ଡଃ ଗଜେନ୍ଦ୍ର ପଣ୍ଡା ସାର୍ ଙ୍କୁ ଦେଇଛନ୍ତି ଏବଂ ତତ୍ ସହିତ ହିନ୍ଦୁସ୍ଥାନ ଆର୍ଟ ଆଣ୍ଡ ମ୍ୟୁଜିକ୍ ସୋସାଇଟ୍‌ ମଧ୍ୟ ଏହି ଅପୁର୍ବ ସୁଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଉ ମଧ୍ୟ, ଅନୁଷ୍ଠାନର ନିର୍ଦ୍ଦେଶିକା ପ୍ରିୟଙ୍କା ମିଶ୍ର ଏଥିପାଇଁ ଭଗବାନଙ୍କୁ ତାଙ୍କ ମାତାପିତାଙ୍କୁ ଶ୍ରେୟ ଦେଇଛନ୍ତ ଏବଂ କହିଛନ୍ତି ଯେ, ତାଙ୍କ ନୃତ୍ୟଗୁରୁ ଗୁରୁ ଡଃ ଗଜେନ୍ଦ୍ର କୁମାର ପଣ୍ଡାଙ୍କ ମାର୍ଗଦର୍ଶନ ବିନା ଏହା ଅସମ୍ଭବ। ଓଡ଼ିଶାର କଳା ଓ ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାର ଲକ୍ଷ୍ୟ। ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ମାତା ପ୍ରତିମା ମିଶ୍ର ଏଥିରେ ପ୍ରିୟଙ୍କାଙ୍କ ପାଇଁ ପ୍ରେରଣା ସାଜି ମଙ୍ଗ ଧରି ଏହି କାର‌୍ୟ୍ୟକ୍ରମକୁ ଆଗେଇ ନେଇଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page