ବାଲିଅନ୍ତା: ଗାଁ ଗହଳି ଲୋକଙ୍କ ସମସ୍ୟା ବୁଝିବା ପାଇଁ ସରକାର ପ୍ରତି ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ କରୁଛି l ବାଲିଅନ୍ତା ବ୍ଲକ ଅଧିନ ପ୍ରତାପଶାସନ ଗ୍ରାମ ପଞ୍ଚାୟତ ସ୍ଥିତ ଜ୍ଞାନଦେବୀ କଲ୍ଯାଣ ମଣ୍ଡପ ପରିସରରେ ଅଭିଯୋଗ ଶୁଣାଣୀ ଜନିତ “ପଲ୍ଲୀରେ ପ୍ରଶାସନ” କାର୍ଯ୍ୟକ୍ରମ ସକାଳ ୧୧.୦୦ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ନବ କିଶୋର ମଲ୍ଲିକ, ତହସିଲଦାର ଲିଲନ୍ ପ୍ରସାଦ ସାହୁ, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଅପରାଜିତା ସ୍ୱାଇଁ, ଶିଶୁ

ବିକାଶ ପ୍ରକଳ୍ପ ଅଧିକାରୀ ଖୁଲଣା ସାହୁ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ସାଂସଦଙ୍କ ପ୍ରତିନିଧି ବିଜୟ ମହାରଣା, ଜିଲ୍ଲା ପରିଷଦ ସଭ୍ୟା କୁନମୁନ୍ ଲେଙ୍କା, ସରପଞ୍ଚ ରିନା ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ ଏବଂ ବାଲିଅନ୍ତା ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜିର ଅଭିଯୋଗ ଶୁଣାଣୀରେ ସର୍ବମୋଟ ୪୭ ଟି ଲିଖିତ ଅଭିଯୋଗ ହସ୍ତଗତ ହୋଇଛି । ସେଥିମଧ୍ୟରୁ ଗ୍ରାମୀଣ ଗୃହ ସମ୍ବନ୍ଧୀୟ ୧୮ ଗୋଟି, ଭତ୍ତା ସମ୍ବନ୍ଧୀୟ ୫ ଗୋଟି, ଯୋଗାଣ ବିଭାଗ ସମ୍ବନ୍ଧୀୟ ୨ ଗୋଟି ଓ ଅନ୍ୟାନ୍ୟ ବିଭାଗ ସମ୍ବନ୍ଧୀୟ ୨୨ ଗୋଟି ଅଭିଯୋଗ ହସ୍ତଗତ ହୋଇଅଛି । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତର ଜନପ୍ରତିନିଧି ସମେତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତିସ ରାଉତରାୟ ପରିଚାଳନା କରିଥିଲେ l