ପିଏମ୍‌-ବିଦ୍ୟାଲକ୍ଷ୍ମୀକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ନାମକ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ କରାଯାଇଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମେଧାବୀ ଛାତ୍ରଛାତ୍ରୀଙ୍କୁ ଅର୍ଥ ସହାୟତା ପ୍ରଦାନ କରିବା ଯାହାଫଳରେ ଅର୍ଥ ଅଭାବ କାରଣରୁ କେହି ଜଣେ ଉଚ୍ଚ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେବେ ନାହିଁ । ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଜାତୀୟ ଶିକ୍ଷା ନୀତି, ୨୦୨୦ ଅଧୀନରେ ଗ୍ରହଣ କରାଯାଇଥିବା ଅନ୍ୟତମ ପ୍ରମୁଖ ପଦକ୍ଷେପ। ଉଭୟ ସରକାରୀ ଏବଂ ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅର୍ଥ ସହାୟତା ଉପଲବ୍ଧ କରାଇବା ପାଇଁ ଏନଇପିରେ ସୁପ।ରିସ କରାଯାଇଥିଲା। ଏହାକୁ ଗ୍ରହଣ କରି ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଅଣାଯାଇଛି । ଏହାଦ୍ୱାରା ଗୁଣାତ୍ମକ ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇଥିବା ଯେକୌଣସି ଛାତ୍ରଛାତ୍ରୀ ପାଠ୍ୟକ୍ରମ ସମ୍ବନ୍ଧୀୟ ଖର୍ଚ୍ଚ ବହନ କରିବା ପାଇଁ ବନ୍ଧକ ମୁକ୍ତ, ଗ୍ୟାରେଣ୍ଟର ମୁକ୍ତ ଋଣ ପାଇବାକୁ ଯୋଗ୍ୟ ହେବେ। ଏହି ଯୋଜନା ଏକ ସରଳ, ସ୍ୱଚ୍ଛ ଏବଂ ବିଦ୍ୟାର୍ଥୀ ଅନୁକୂଳ ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେବ ଏବଂ ଏହା ଆନ୍ତଃପରିଚାଳନାଯୋଗ୍ୟ (ଇଣ୍ଟର-ଅପରେବଲ) ତଥା ସମ୍ପୂର୍ଣ୍ଣ ଡିଜିଟାଲ ହେବ। ଏହି ଯୋଜନା ଦେଶର ଉଚ୍ଚକୋଟୀର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଏନଆଇଆରଏଫ ମାନ୍ୟତାରେ ବର୍ଗ ଆଧାରିତ ଏବଂ ଡୋମେନ୍ ଆଧାରିତ ରେଙ୍କିଙ୍ଗ୍ ସହିତ ଶୀର୍ଷ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଥିବା ଶିକ୍ଷାନୁଷ୍ଠାନ, ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାନୁଷ୍ଠାନ ମାନ୍ୟତାରେ ୧୦୧-୨୦୦ ମଧ୍ୟରେ ସ୍ଥାନ ପାଇଥିବା ଅନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ଯୋଜନା ଲାଗୁ ହେବ। ସଦ୍ୟତମ ଏନଆଇଆରଏଫ ମାନ୍ୟତା ବ୍ୟବହାର କରି ଏହି ତାଲିକାକୁ ପ୍ରତିବର୍ଷ ସଂଶୋଧନ ବା ଅପଡେଟ୍ କରାଯିବ ଏବଂ ୮୬୦ଟି ଯୋଗ୍ୟତାପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ ନେଇ ଏହି ଯୋଜନା ଆରମ୍ଭ ହେବ, ଯେଉଁଥିରେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କର ଆବଶ୍ୟକତା ଅନୁଯାୟୀ, ପିଏମ-ବିଦ୍ୟାଲକ୍ଷ୍ମୀର ସମ୍ଭାବ୍ୟ ଲାଭ ଉଠାଇବାରେ ସକ୍ଷମ ହେବେ । ସାଢ଼େ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ପାଇଁ ବକେୟା ଖିଲାପୀ ଉପରେ ଛାତ୍ରଛାତ୍ରୀ ୭୫% ଋଣ ଗ୍ୟାରେଣ୍ଟି ପାଇବାକୁ ଯୋଗ୍ୟ ହେବେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News