ନରେନ୍ଦ୍ର ମୋଦି ଷ୍ଟାଡିୟରେ ଭାରତୀୟ ଟିମ ଲେଖିଛି ନୂଆ ଇତିହାସ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସତ ହୋଇଛି ହିଷ୍ଟ୍ରୀ ରିପିଟ, ହିଷ୍ଟ୍ରୀ ଡିଫିଟ ନାରା । କ୍ରମାଗତ ଦ୍ୱିତୀୟ ଥର ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଜିତିଛି ଟି-୨୦ ବିଶ୍ୱକପ । ରେକର୍ଡ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପକୁ ନିଜ ନାଁରେ କରିଛି । ୨୦୦୭ ଓ ୨୦୨୪ ଭଳି ୨୦୨୬ରେ ହିଷ୍ଟ୍ରୀକୁ ରିପିଟ କରି ଭାରତୀୟ ଟିମ । ପୂରା ବିଶ୍ୱର କୌଣସି ଟିମ ୩ଥର ବିଶ୍ୱକପ ଜିତି ନଥିବା ବେଳେ ଭାରତ ପ୍ରଥମଥର ପାଇଁ ଏପରି ସଫଳତା ନିଜ ନାଁରେ କରିଛି । ୨୦୦୭ରେ ମହେନ୍ଦ୍ର ସିଂହ ଧୋନି ଟି-୨୦ ବିଶ୍ୱକପ ଜିତିଥିବା ବେଳେ ୨୦୨୪ରେ ସଫଳତା ସାଉଁଟିଥିଲେ ରୋହିତ ଶର୍ମା । ଏବେ ଭାରତର ତୃତୀୟ ଅଧିନାୟକ ଭାବେ ସୂର୍ଯ୍ୟ କୁମାର ଇତିହାସରେ ନିଜ ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲେଖିଛନ୍ତି । ଆଜି ଯାଏ କୌଣସି ଟିମ ନିଜ ଦେଶ ବା ଘରୋଇ ମାଟିରେ ଟି-୨୦ ବିଶ୍ୱକପ ଜିତି ନଥିଲେ । କୌଣସି ଟିମ କ୍ରମାଗତ ଟି-୨୦ ବିଶ୍ୱକପ ଜିତି ନଥିଲେ । ଭାରତୀୟ ଟିମ କେବେ ବି ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ନଥିଲା । କିନ୍ତୁ ସେସବୁ ପୁରୁଣା କଥାକୁ ଇତିହାସର ଅନ୍ଧାରକୁ ଠେଲି ଦେଇଛି ଟିମ ଇଣ୍ଡିଆ । ଭାରତୀୟ ଟିମ ଆଗରେ ହିଷ୍ଟ୍ରୀକୁ ଡିଫିଟ ହୋଇଛି । ଭାରତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନୂଆ ରେକର୍ଡ କରିଛି । ନ୍ୟୁଜିଲ୍ୟାଣ୍ଡକୁ ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲରେ ୯୬ ରନରେ ହରାଇ ଭାରତ ବନି ଯାଇଛି ବିଶ୍ୱ ବିଜେତା । ୨୦୨୪ରେ ରୋହିତ ଶର୍ମା ବାର୍ବଡସରେ ଟି-୨୦ ବିଶ୍ୱକପ ଜିତି ସ୍ୱଦେଶ ଆଣିଥିଲେ । ଏବେ ସୂର୍ଯ୍ୟ କୁମାର ଯାଦବ ଭାରତରେ ଏହାକୁ ଜିତି ବିଦେଶକୁ ଟ୍ରଫି ଯିବାକୁ ଦେଇ ନାହାନ୍ତି । ଏଥିସହ ପବିତ୍ର ରମଜାନ ମାସରେ ପୂରା ଦେଶବାସୀଙ୍କୁ ଟି-୨୦ ବିଶ୍ୱକପ ଜିତି ଆଗୁଆ ଇଦି ମଧ୍ୟ ଦେଇଛି ଟିମ ଇଣ୍ଡିଆ । ଫାଇନାଲରେ ଭାରତ ରନ ବର୍ଷା କରି ୫ ୱିକେଟରେ ରେକର୍ଡ ୨୫୫ ରନ କରିଥିଲା । ଅଭିଷେକ ଶର୍ମାଙ୍କ ୨୧ ବଲରେ ୫୨, ସଞ୍ଜୁ ସାମସନଙ୍କ ୪୬ ବଲରେ ୮୯, ଈଶାନ କିଶନଙ୍କ ୨୫ ବଲରେ ୫୪ ଓ ଶିବମ ଦୁବେ ଶେଷ ଭାଗରେ ୮ ବଲରେ ଅପରାଜିତ ୨୬ ରନ କରିଥିଲେ । ଏହାପରେ ନ୍ୟୁଜିଲ୍ୟାଣ୍ଡ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରେକର୍ଡ ୨୫୬ ରନର ପିଛା କରିବାକୁ ଓହ୍ଲାଇଥିଲା । ପ୍ରଥମ ଓଭରରେ ବିସ୍ଫୋରକ ଫିନ ଆଲେନ କ୍ୟାଚ୍ ଦେଇଥିଲେ ହେଁ ଏହାକୁ ଦୁବେ ହାତ ଛଡ଼ା କରିଥିଲେ । ସେହିପରି ପାଣ୍ଡ୍ୟା ଦ୍ୱିତୀୟ ଓଭରରେ ୨୧ ରନ ଖର୍ଚ୍ଚ କରିଥିଲେ । କିନ୍ତୁ ତୃତୀୟ ଓଭରୁ ନ୍ୟୁଜିଲ୍ୟାଣ୍ଡର ପତନ ଆରମ୍ଭ ହୋଇଥିଲା । ବଡ଼ ଶଟ ଖେଳିବାକୁ ଯାଇ ଫିନ ଆଲେନ(୯) ଅକ୍ଷର ପଟେଲଙ୍କ ବଲରେ ଆଉଟ ହାଇଥିଲେ ।ପରବର୍ତୀ ଓଭରର ପ୍ରଥମ ବଲରେ ଯଶପ୍ରୀତ ବୁମ୍ରାଙ୍କ ଶିକାର ବନିଥିଲେ ରଚିନ ରବୀନ୍ଦ୍ର । ଡବଲ ୱିକେଟ ପରେ ମଧ୍ୟ ଟିମ ସେଇଫର୍ଟ କାଉଣ୍ଟର ଆଟାକ ଜାରି ରଖିଥିଲେ । ଏସବୁ ଭିତରେ ଅକ୍ଷର ପଟେଲ ୫ ରନ କରି ଦେଇଥିବା ଗ୍ଲେନ ଫିଲିପ୍ସଙ୍କୁ ବୋଲ୍ଡ କରିଥିଲେ । ୪୭ ରନରେ ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ ହରାଇଥିଲେ ହେଁ ସୈଫଫର୍ଟ ମାତ୍ର ୨୩ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଗିୟର ବଦଳାଇବାକୁ ଚେଷ୍ଟା କରିଥିଲେ ହେଁ ୯ମ ଓଭରର ପ୍ରଥମ ବଲରେ ତାଙ୍କୁ ବରୁଣ ଚକ୍ରବର୍ତୀ ପ୍ୟାଭିଲିୟନ ପଠାଇ ଦେଇଥିଲେ । ସେଇଫର୍ଟ ୨୬ ବଲରେ ୫୨ ରନ କରିଛନ୍ତି । ସୈଇଫର୍ଟଙ୍କ ପୂର୍ବରୁ ପାଣ୍ଡ୍ୟା ନିଜର ଦ୍ୱିତୀୟ ଓଭରରେ ମାର୍କ ।ମ୍ପମାନ(୩)ଙ୍କୁ ବୋଲ୍ଡ କରିଥିଲେ ।ନ୍ୟୁଜିଲ୍ୟାଣ୍ଡ ୮.୧ ଓଭରରେ ୫ ୱିକେଟ ହରାଇ ୭୨ ରନ କରିଥିବା ବେଳେ ଦୁଇ ଅଭିଜ୍ଞ ଖେଳାଳି ମିଚେଲ ସାନ୍ଟନର ଓ ଡାରେଲ ମିଚେଲ ସ୍ଥିତି ସମ୍ଭାଳିଥିଲେ । ଉଭୟ କାଉଣ୍ଟର ଆଟାକ କରି ୧୨ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୧୧୯ରେ ପହଞ୍ଚାଇ ଦେଇଥିଲେ । ୧୩ତମ ଓଭରର ପ୍ରଥମ ବଲରେ ଅକ୍ଷରଙ୍କ ବଲରେ ପାଣ୍ଡ୍ୟାଙ୍କ ପାଖକୁ ଅତି ସହଜ କ୍ୟାଚ ଯାଇଥିଲେ ହେଁ ଏହାକୁ ସେ ହାତ ଛଡ଼ା କରିଥିଲେ । ପରବର୍ତୀ ବଲରେ ସାଉଣ୍ଟର ଚୌକା ମାରିଥିଲେ । କିନ୍ତୁ ସେହି ଓଭରର ୫ମ ବଲରେ ମିଚେଲ(୧୭)ଙ୍କୁ କ୍ୟାଚ୍ ଆଉଟ କରି ଅକ୍ଷର ପଟେଲ ନ୍ୟୁଜିଲ୍ୟାଣ୍ଡକୁ ୬ଷ୍ଠ ଝଟକା ଦେଇଥିଲେ । ୧୬ତମ ଓଭରରେ ଯଶପ୍ରୀତ ବୁମ୍ରା ସଂଘର୍ଷ କରୁଥିବା ଜିମ୍ମି ନୀଶମ(୮)ଙ୍କ ଦଣ୍ଡାମେଲା କରି ଦେଇଥିଲେ । ନ୍ୟୁଜିଲ୍ୟାଣ୍ତ ୧୪୧ରେ ୭ମ ୱିକେଟ ହରାଇଥିଲା । ପରବର୍ତୀ ବଲରେ ବୁମ୍ରା ସମାନ ଢଙ୍ଗରେ ମ୍ୟାଟ ହେନରୀଙ୍କୁ ମଧ୍ୟ ବୋଲ୍ଡ କରିଥିଲେ । ହ୍ୟାଟ୍ରିକ ବଲରେ ସେ ସ୍ଲୋୟର ୟକର୍ସ ପକାଇଥିଲେ ହେଁ ଲକି ଫର୍ଗୁସନ ଏହାକୁ ଅଟକାଇ ଦେବାକୁ ସକ୍ଷମ ହୋଇଥିଲେ ।
ପୁଣି ଇତିହାସ ରଚିଲା ଭାରତ ଟି-୨୦ ବିଶ୍ୱକପ୍ ରେ ଭାରତ ବିଶ୍ୱବିଜେତା
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ
ଭୁବନେଶ୍ୱର, 08/03/ 26: ସାମାଜିକ ଅନୁଷ୍ଠାନ "ସଶକ୍ତ ଓଡିଶା"ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ "ବିଶ୍ୱ ମହିଳା ଦିବସ -2026 ଆବାହକ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନା ଓ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି l ମହିଳା ସଶକ୍ତିକରଣ
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ‘ଖାଣ୍ଟି ସୁନା’
ଚିଲିକା: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବାଲୁଗାଁସ୍ଥିତ ମା' ଭଗବତୀ କଳା ନିକେତନ ର ଓଡ଼ିଆ ଅସ୍ମିତା ଉପରେ ଆଧାରିତ ନାଟକ "ଖାଣ୍ଟି ସୁନା" ଗୈ।ରୀ ସାଂସ୍କୃତିକ ପ୍ରତିଷ୍ଠାନ, ଖୋର୍ଦ୍ଧା ଆନୁକୁଲ୍ୟରେ ମଞ୍ଚସ୍ଥ ହୋଇଯାଇଛି। ଡ଼ଃ ପ୍ରଦୀପ ଭୈମିକ ଙ୍କ
ବିଶ୍ଵ ମହିଳା ଦିବସକୁ ନେଇ ଏସବିଆଇ, ରାମଜୀ ଫାଉଣ୍ଡେସନ ତରଫରୁ ଜରାୟୁ କର୍କଟ ରୋଗ ସଚେତନତା ଶିବିର
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଆଜି ସାରା ବିଶ୍ୱରେ ବିଶ୍ୱ ମହିଳା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ଠାରେ ଏସବିଆଇ ଓ ରାମଜୀ ଫାଉଣ୍ଡେସନ ତରଫରୁ ବିଶ୍ଵ ମହିଳା ଦିବସ ପାଳନ ଅବସରରେ କେସିଙ୍ଗା ଏନ୍ଏସିର ବୋରିଙ୍ଗପଦର
ଧର୍ମଗଡ ତାଳୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ମହିଳା ଦିବସ ପାଳିତ
କଳାହାଣ୍ଡି,୮|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ଦ୍ବାରା ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଶକ୍ତି ସଦନ ଗୃହରେ
ବିଶ୍ୱ ମହିଳା ଦିବସ ଅବସରରେ – “ସମାଜସେବାରେ ସମିତା”
ଅଦ୍ୟମ ଇଚ୍ଛାଶକ୍ତି, ନିଷ୍ଠା, ଏକାଗ୍ରତା । ଅଧ୍ୟ୍ୟବସାୟ ଆଗରେ କୌଣସି ପ୍ରତିବନ୍ଧକ ବି ହାର ମାନିଥାଏ। ଜୀବନର ସଂଘର୍ଷର ବହୁ ଘାତ ପ୍ରତିଘାତ ମଧ୍ୟରେ ଗତି କରି ସମାଜ ପାଇଁ କିଛିି କରିବାର ଦୃଢ଼଼ ଭାବନା ତାଙ୍କୁ ଆଣି ଦେଇଛି ଏକ
ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସହ-ନିର୍ଦ୍ଦେଶକଙ୍କ ବିଯୋଗ
ଚିଲିକା : ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଶାଖାର ପ୍ରାକ୍ତନ୍ ସହ-ନିର୍ଦ୍ଦେଶକ ପ୍ରଦୀପ କୁମାର ରଥଙ୍କ ଭୁବନେଶ୍ୱରସ୍ଥିତ ଏମ୍ସ୍ ହସପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇ ଯାଇଅଛି। ମୃତ୍ୟୁ ବେଳକୁ
ପିସ୍ଲିଲି ପ୍ରି-ସ୍କୁଲର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ଗବେଷଣା କେନ୍ଦ୍ରଠାରେ ପିସ୍ଲିଲି ପ୍ରି-ସ୍କୁଲର ଡେ-କେୟାର ର ତୃତୀୟ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଂଯୋଜିକା ଆଦ୍ୟାଶାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅଭିନେତ୍ରୀ ତଥା
ଇଟିପୁର ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ
ବାଲିଅନ୍ତା,୬|୩: ଭୁବନେଶ୍ୱର ବ୍ଲକ ଅଧିନ ଇଟିପୁର ସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ
ପ୍ରତାପ ଶାସନ ଡିଗ୍ରୀ କଲେଜରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିବିର
ବାଲିଅନ୍ତା : ବାଳକାଟୀସ୍ଥିତ ପ୍ରତାପ ଶାସନ ଡିଗ୍ରୀ କଲେଜ ପରିସରରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ବର୍ଷର 87 ଛାତ୍ରୀଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଫେବୃଆରୀ 20 ତାରିଖରୁ
ଇଚ୍ଛାପୁରରେ ନୂତନ ମନ୍ଦିର ପ୍ରତିଷ୍ଠା
ଚିଲିକା: ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଗୁରୁବାର ଦିନ ତାରେଣୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯିବା ସହ ମା' ଙ୍କ ବିଗ୍ରହ ସ୍ଥାପନ କରାଯାଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅଙ୍କୁରାରୋପଣ କରାଯାଇଥିଲା। ବୁଧବାର ଦିନ କଳସ
ଧୂମଧାମରେ ହୋଲି ଉତ୍ସବ ପାଳନ
ବାଲିଅନ୍ତା,୫|୩: ରଙ୍ଗର ପର୍ବ ହୋଲି ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳରେ ଧୁମଧାମ ପାଳନ ହୋଇଯାଇଛି l ଉତ୍ସବମୁଖର ହୋଇଉଠିଥିଲେ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ l ଭାଇଚାରାର ଏହି ପର୍ବ ପାଳନ କରିବା ନିମନ୍ତେ ସକାଳୁ
ଶାସ୍ତ୍ରୀଜି ଶିକ୍ଷା ନିକେତନ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ
ହୋଲି ଖେଳ ହେଲା କାଳ କଳାହାଣ୍ଡି,୬,୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ବୁଧବାର ଦିନ ହୋଲି ଖେଳ ପାଇଁ ଚାରିଆଡ଼େ ଉତ୍ସବ ମାହୋଲ ଥିବା ବେଳେ ଭବାନୀପାଟଣା ସହରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି I ହୋଲି ଖେଳି ସାରି ସାଙ୍ଗମାନଙ୍କ
ପଲ୍ଲବୀ ନାଟ୍ୟ କଳା ପରିଷଦର ବାର୍ଷିକ ଉତ୍ସବ ଓ ଗୁରୁ ସମ୍ବର୍ଦ୍ଧନା
ଚିଲିକା:ବାଣପୁର-ଚିଲିକା ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଗୁରୁମାନଙ୍କୁ ନେଇ ସମ୍ବର୍ଦ୍ଧନା ଓ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଟଙ୍କପାଣି ଗ୍ରାମରେ ଦୋଳ ଉତ୍ସବ ପାଳିତ
ବାଲିଅନ୍ତା,୫|୩: ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ଗ୍ରାମରେ ୨ ଦିନ ଧରି ଦୋଳ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଦ୍ୱାଦଶରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ରାତିରେ ସୁସଜ୍ଜିତ ବିମାନରେ ବିମାନରେ ମା' ଟଙ୍କପାଣି, ହରପାର୍ବତୀ, ଲକ୍ଷ୍ମୀ ନାରାୟଣଙ୍କ ଚଳନ୍ତି ପ୍ରତିମା ବିରାଜମାନ କରି
କଳାହାଣ୍ଡି ଜିଲ୍ଲାର ପ୍ରବାଦ ପୁରୁଷ ଦୟାନିଧି ନାଏକଙ୍କ ୧୧୦ତମ ଜନ୍ମଦିନ ପାଳିତ
କଳାହାଣ୍ଡି,୪|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ପ୍ରବାଦପୁରୁଷ ଓ ବିକାଶର ଅଗ୍ରଦୂତ ଭାବେ ସାରା ରାଜ୍ୟରେ ଖ୍ଯାତିଅର୍ଜନ କରିଥିବା ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ, ସଂସ୍କାରକ,ମେଧାବୀ, ସର୍ବୋପରି ଜଣେ ଜନପ୍ରତିନିଧି ତଥା ଲୋକପ୍ରିୟ ମନ୍ତ୍ରୀ ଦୟାନିଧି ନାଏକଙ୍କ ୧୧୦ ତମ ଜନ୍ମଦିନ
ଧର୍ମଗଡରେ ନୂତନ ମହିଳା ଡିଏସପି ଆଇପିଏସ ସୂଶ୍ରୀ ଭର୍ଷିଥା ଅଡ଼େପୁ
କଳାହାଣ୍ଡି,୩|୩,(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ଉପଖଣ୍ଡ ରେ ନୂତନ ଭାବେ ଯୋଗଦାନ ଦେଲେ ମହିଳା ଆଇପିଏସ ସୂଶ୍ରୀ ଭର୍ଷିଥା ଅଡେପୂ | ମହିଳା ଡିଏସପି ସୂଶ୍ରୀ ଭର୍ଷିଥା ଅଡେପୂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରିଣୀ ଭାବେ ଯୋଗଦାନ ଦେଇ କାର୍ଯ୍ୟଭାର
‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ
ଭୁବନେଶ୍ୱର: ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପୂର୍ଣ ହୋଇଛି ।ଏହି ପ୍ରକ୍ରିୟାରେ OKS ପରିବାରର ସଦସ୍ୟ ଏବଂ ସଦସ୍ୟା ମାନେ ନିଜର ମତ୍ତ ଦାନ କରି, ନୂତନ
ଚାଚେରୀ ଖିଆକୁ ବାହାରିଲେ ମା’ଭଗବତୀ
ଏଥରଗ୍ରହଣ ଯୋଗୁଁ ଚତୁର୍ଦ୍ଦଶୀରେ ହେବ ବାପଘର ପଖାଳ ଖିଆ । ଚିଲିକା,୨।୩: ଉତ୍କଳରେ ଦୋଳଗୋବିନ୍ଦ ପାଇଁ ଦୋଳପର୍ବ ହୋଇଥିବା ବେଳେ ଶକ୍ତିପୀଠ ବାଣପୁରରେ ମା' ଭଗବତୀଙ୍କ ଚ଼ାଚ଼େରୀଖିଆ ଏକ ନିଆରାପରମ୍ପରା । ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ମା'ଙ୍କ ମନ୍ଦିର ସହିତ ସଂଶ୍ଳିଷ୍ଟ
ଧର୍ମଗଡରେ ନକଲି ମଦ ତିଆରି କାରଖାନା ଉପରେ ଚଢାଉ
ନକଲି ମଦ ଓ ପ୍ରସ୍ତୁତି ସାମଗ୍ରୀ ସହ ତିନି ବିହାରି ଯୁବକ ଗିରଫ କଳାହାଣ୍ଡି,୨|୩(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗତ ସହରରେ ବହୁ ପରିମାଣ ର ନକଲି ମଦ,ବିଭିନ୍ନ କମ୍ପାନୀ ର ଠିପି,ଷ୍ଟିକର ଜବତ ହୋଇଛି । ଏହି ମାମଲା ରେ
କୁଅରେ ପଡ଼ି ହାତୀ ଛୁଆ ମୃତ
କେନ୍ଦୁଝର: ରାତି ୩ଟା ସମୟରେ ଏକ ୧୦ ଟିକିଆ ହାତୀପଲ କାଠବାଉଁଶୁଳି ନିକଟରେ ରାସ୍ତା ପାର ହେଉଥିବା ସମୟରେ ନିକଟରେ ଏକ କୂଅ ଭିତରେ ୧ ବର୍ଷ ବୟସର ହାତୀ ଛୁଆଟି ପଡ଼ି ଯାଇଥିଲା । କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
ବିଶ୍ୱଶାନ୍ତି ପାଇଁ ମହାଯଜ୍ଞ ଅନୁଷ୍ଠିତ
ଭିନ୍ନକ୍ଷମ ସଶକ୍ତିକରଣ ଅଭିଯାନ
ଜମିଲା ବାଳକାଟି ପଞ୍ଚୁଦୋଳ ମେଳଣ ୧୨ ରେ ହରିହର ଭେଟ