ଆସିକା, [4:57 pm, ] 18/3/26:ପୁଣି ଏକ ଲଜ୍ୟା ଘଟଣା ଘଟିଯାଇଛି, ଆସିକା ବ୍ଲକ କୋଟିନଡ଼ା ଥାନା ଭୋଟନୟୀ ଗ୍ରାମରେ କଙ୍ଗାରୁ କୋର୍ଟରେ ଦଣ୍ଡ, ବିଦ୍ୟୁତଖୁଣ୍ଟ ରେ ଚାରିଜଣଙ୍କୁ ବାନ୍ଧି ମାଡାମରିବା ଘଟଣା ସୋସିଆଲ ମିଡ଼ିଆରେ ଘୁରିବୁଲୁଛି l ଦୁଇ ତିନି ଦିନ ପୂର୍ବେ ଜଣେ ମହିଳାଙ୍କ ସହିତ ତାଙ୍କ ପୁଅ ଏବଂ ଅନ୍ୟ ଦୁଇଜଣକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି, ଏପରି କଙ୍ଗାରୁ କୋର୍ଟ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି, ବୁଦ୍ଧିଜୀବିଙ୍କ ମହଲରେ ଏହାକୁ ଘୋର ନିନ୍ଦା କରିଛନ୍ତି l କୌଣସି ସୂତ୍ରରୁ ଖବରପାଇ ପୋଲିସ ପହଂଚି ବନ୍ଧା ହୋଇଥିବା ଚାରିଜଣଙ୍କୁ ଉଦ୍ଧାର କରିଛି ମହିଳାଙ୍କ ଏତେଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି,ଏବଂ ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଦାମୋଦର ବିହାରୀ କହିଛନ୍ତି l
ରିପୋର୍ଟ -ପ୍ରିୟବ୍ରତ ବାରିକ