ପୂରଣପ୍ରଧାନ ପଞ୍ଚାୟତ ସମବାୟ ସମିତି

ବାଲିଅନ୍ତା, ୧୪|୦୫): ବାଲିଅନ୍ତା ବ୍ଲକ ଅଧିନ ପୁରଣ ପ୍ରଧାନ ପଞ୍ଚାୟତର ଚାଷୀ ମାନଙ୍କର ବହୁତ ଦିନର ଆଶା ପୂରଣ ହୋଇଛି । ପୂରଣ ପ୍ରଧାନ ପଞ୍ଚାୟତରେ ନୂତନ ଭାବେ ସମବାୟ ସମିତି କାର୍ଯ୍ୟାଳୟର ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟାଳୟ ଅସ୍ଥାୟୀ ଭାବେ ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିବ l ପରବର୍ତ୍ତୀ ମୁହୂର୍ତରେ ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ପରେ ସେଠାକୁ ସ୍ଥାନାନ୍ତର କରାଯିବ l ଏହି ପଞ୍ଚାୟତର ଚାଷୀମାନେ ସରକଣା ସେବା ସମବାୟ ସମିତି ଉପରେ ନିର୍ଭର କରୁଥିବା ବେଳେ, ବିଗତ ଦିନର ସମସ୍ୟା ଦୂର ହୋଇଥିବା ଅଞ୍ଚଳର ଚାଷୀମାନେ କହିଛନ୍ତି । ଆଜିର ଉଦଘାଟନ ଉତ୍ସବରେ ବିଧାୟକ ନବ କିଶୋର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଏହି ସମବାୟ ସମିତି ଦ୍ଵାରା କିପରି ଚାଷୀମାନେ ସହଜରେ ସୁବିଧାରେ ମଣ୍ଡିରେ ଧାନ ଦେବା ସହିତ କୃଷିକାର୍ଯ୍ୟ ପାଇଁ ଋଣ ନେଇ ପାରିବେ ସେ ସବୁର ସୁବିଧା କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ସେବା ସମବାୟ ବ୍ୟାଙ୍କର ସଭାପତି ଅଭିଷେକ ସିଂହସାମନ୍ତ, ନିର୍ଦ୍ଦେଶକ ବିପନ ବିହାରୀ ପାତ୍ର, ସହକାରୀ ନିବନ୍ଧକ ଅଳକାନନ୍ଦ ଜେନା, ପୂରଣ ପ୍ରଧାନ ସରଯଞ୍ଚ ଦୂର୍ଯ୍ୟଧନ ମଲ୍ଲିକ, ସମିତି ସଭ୍ୟା ମମତା ମାହାରି, ୧୭ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା କୁନୁମୁନ ଲେଙ୍କା,କ୍ଷେତ୍ରଅଧିକାରୀ ଅମିୟ କୁମାର ଖୁଣ୍ଟିଆ, ସନ୍ଦିପ କୁମାର ପଟ୍ଟନାୟକ, ମନୋରମା ଖୁଣ୍ଟିଆ ଏହି ସଭାରେ ଯୋଗେ ଦେଇଥିଲେ । ଏଥି ସହିତ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ଚାଷୀମାନେ ଯୋଗ ଦେଇଥିବା ବେଳେ ଏହି ସଭାକୁ ସନ୍ତୋଷ କୁମାର ସେନାପତି ପରିଚାଳନା କରିଥିଲେ !

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page