ଭୁବନେଶ୍ୱର: ପ୍ରବଳ ବର୍ଷା ସତ୍ୱେ ପୂର୍ବରୁ ଘୋଷଣା ମୁତାବକ ଆଜି ସକାଳ 9 ଟlରେ ଗlଡ଼କଣ ଅଳିଆଗଦା ଗେଟ ସମ୍ମୁଖରେ ଅଳିଆଗଦା ହଟାଅ ଓ଼ ସୈନିକସ୍କୁଲ ବଞ୍ଚାଅ ଅଭିଯାନ ପକ୍ଷରୁ ଶତାଧିକ ସାଧାରଣ ଜନତାଙ୍କ ଦ୍ୱାରା ପ୍ଲାକାର୍ଡ ଧରି କଥା ଦେଈ କଥା ରଖିଲ ନାହିଁ ମୋହନ ଭାଇ ପରି ସ୍ଲୋଗାନ ସହିତ ଜନ ପ୍ରତିବାଦ କରାଯାଇଥିଲା l ପ୍ରବଳ ବର୍ଷା ସତ୍ୱେ ଅଭିଯାନ କର୍ମକର୍ତା ମାନେ ଆଜି ଜନ ପ୍ରତିବାଦ ଆରଂଭ କରିଥିଲେ l ଆସନ୍ତା ଦୁଇଦିନ ବର୍ଷା ପାଇଁ ସ୍ଥଗିତ ରଖାଯାଇଛି l ଗତ ରବିବାର ପଳାଶୁଣୀସ୍ଥିତ ଶୁଖିଲା ବର୍ଯ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ସାଧାରଣ ଲୋକଙ୍କ ଦ୍ୱାରା ନଡ଼ିଆ ବାଡେଇ ଲୋକାର୍ପିତ କରାଯିବା ପରେ ସେଠାରେ ଦୈନିକ ବାହାରୁଥିବା 150 ଟନ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ହେଵା କଥା l ଦୈନିକ 350 ମେଟ୍ରିକ ଟନ ଶୁଖିଲା ଓ ଓଦା ଅଳିଆ ସୈନିକ ସ୍କୁଲ ଅଳିଆ ଗଦାକୁ ଯାଉଛି l ସେଥିପାଇଁ ସେହି ଅଂଚଳରେ ପ୍ରାୟ ଦଶ କିମି ପରିଧିରେ ଦୁର୍ଗନ୍ଧ ସହ ଲୋକଙ୍କ ପାଇଁ ବଂଚିବା ଦୁର୍ବିସହ ହୋଇ ପଡିଛି l ଯେହେତୁ ବର୍ଷା ଆସିଲାଣି ଏହା ଦୁଇଗୁଣ ହୋଇଯିବ l ପହଁଶୁଣି ୟୁନିଟ ଲୋକାର୍ପିତ ପରେ କାହିଁକି 150 ଟନ ଶୁଖିଲା ଅଳିଆ ପଳାଶୁଣୀରେ ପ୍ରୋସେସିଂ ପାଇଁ ପଠାଉନାହାନ୍ତି ସେଥିପାଇଁ ଗାଡି ରୋକିବା ପାଇଁ ନିଷ୍ପତି ହୋଇଥିଲା l ଏହାଦ୍ୱାରା ଗlଡ଼କଣରୁ ଅଧା ଅଳିଆ ବୋଝ କମିଯିବ l ପୂର୍ବରୁ ବୈଠକରେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ପୂର୍ବ ପ୍ରତିଶୃତି ଅନୁଯାଇ ସାତ ଦିନ ଭିତରେ ଗlଡ଼କଣରେ ବହୁ ପୂର୍ବରୁ ଗଦା ହୋଇ ରହିଥିବା ସବୁ ଅଳିଆ ସଫା ହୋଇଯିବା କଥା l ଏହା କାହିଁକି କରିନାହାନ୍ତି ପ୍ରଶ୍ନ କରିଛି ଅଭିଯାନ l ଭିତରେ କିଛି ସ୍ଥାନରେ ମାଟି ଓ ବାଲି ଫ୍ଲିଲିଙ୍ଗ କରି ଗଛ ଲଗାଯିବା ପାଇଁ କଥା ଦେଇଥିଲେ, ଧୀରୀକୁଟି ବସ୍ତି ପାଖରେ ଥିବା ଅଳିଆ ଗଦାରେ ମାଟି ଓ ବାଲି ଭର୍ତ୍ତି କରି ଗଛ ଲଗାଯିବା କଥା ତାହା କରିନାହାନ୍ତି l ଭିତରେ ଥିବା ଏକ କଞ୍ଚା ଅଳିଆ ଘରକୁ ନିବୁଜ କରି ଉପରକୁ ଏହାର ଦୁର୍ଗନ୍ଧ ଫିଲଟର କରି ଛାଡିଲେ ପ୍ରାୟ ଦୁର୍ଗନ୍ଧ କମିଯିବ l ଏହାକୁ କରିବାକୁ ଅଭିଯାନ ମିଳିତ ଗ୍ରସ୍ତ ସମୟରେ କହିଥିଲା l ଏହା କାହିଁକି ବିଏମସି କମିଶନର କଲେନାହିଁ ଓ କଥାଦେଇ କଥା ରଖିଲେ ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ଅଭିଯାନର ବରିଷ୍ଠ ସଭ୍ୟ ତଥା ଭୁବନେଶ୍ୱର ଉର୍ଣ୍ଣୟନ ସଭାପତି ବାସୁଦେବ ଭଟ୍ଟ l ପଳାଶୁଣୀ ପ୍ଲାଣ୍ଟ ବିଏମସି ଆଠ ମାସ ହେଲା କାହିଁକି ଲୋକାର୍ପିତ କଲନାହିଁ, ଏହାର ଉତ୍ତରଦାଇତ୍ୱ ଯିଏ ନେବ, ଆଠ ମାସ ହେବ ଭୁବନେଶ୍ୱର ଏହି ବୋଝରୁ ମୁକ୍ତି ପାଇଥାନ୍ତା, ସେଥିପାଇଁ ଦାୟୀ କିଏ l ଶ୍ରୀ ଭଟ୍ଟ ଏହାକୁ ମାନବାଧିକାର କ୍ଷୁର୍ଣ ହେବାସହ ରାଜେଶ ପ୍ରଭାକର ପଟିଲଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିବାକୁ ଘୋଷଣା କରିଥିଲେ l ଆବଶ୍ୟକ ସ୍ଥଳେ ଲୋକପାଳ ଙ୍କ ନିକଟରେ ଶ୍ରୀ ପାଟିଲଙ୍କ ନାମରେ ଏକ କେଶ କରିବାକୁ ଆମେ ପ୍ରସୃତ ହେବା ଘୋଷଣା କରିଛନ୍ତି l ବର୍ଷା ସତ୍ୱେ ଅଭିଯାନର କର୍ମକର୍ତା ଓ ସ୍ଥାନୀୟ ଜନସାଧାରଣ ଗେଟ ସମ୍ମୁଖରେ ନାରାବାଜି ସହ ପ୍ରତିବାଦ କରିଥିଲେ l ଆଜି ସକାଳେ ପ୍ରବଳ ବର୍ଷା ସହ ଆଗକୁ ତିନି ଚାରିଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି ତେଣୁ ବର୍ତମାନ ପାଇଁ ଜନପ୍ରତିବାଦ ସ୍ଥଗିତ ରଖା ଯାଇଛି l ଆଗାମୀ ରବିବାର ଦିନ ପୁଣି ପ୍ରତିବାଦ ସହିତ ଅଳିଆ ଗାଡ଼ି ସବୁ ଡାମପିଙ୍ଗ ୟାର୍ଡ଼ ଭିତରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ମୁଖପାତ୍ର ପ୍ରସନ୍ନ ବିଷୋୟୀ ଘୋଷଣା କରିଛନ୍ତି l ଆଜି ବିଶେଷ ଭାବେ ଲୋକମାନେ ଦାବୀ କରିଛନ୍ତି, ସୈନିକ ସ୍କୁଲ, ଗାଡ଼କଣ ଡ଼ମ୍ପିୟାର୍ଡ଼ରେ ଓଦା ବର୍ଯ୍ୟବସ୍ତୁ ଟ୍ରିଟମେଣ୍ଟ କରିବା ସମୟରେ ତାର ବିଷାକ୍ତ ଅତି ଦୁର୍ଗନ୍ଧ ଗ୍ୟାସ ରୋକିବାକୁ ଅଧିକ ଉଚ୍ଚତା ବିଶିଷ୍ଟ ଆବଦ୍ଧ ପ୍ରାଚୀର ନିର୍ମାଣ ସହ ଅତ୍ୟାଧୁନିକ ବୈଜ୍ଞାନିକ ପ୍ରଣାଳୀ ମାଧ୍ୟମରେ ସମଗ୍ର ଅଞ୍ଚଳ ଦୁର୍ଗନ୍ଧ ମୁକ୍ତ କରିବାକୁ ପ୍ରସ୍ତାବ ଦେଇଛି l ଓଦା ଅଳିଆ ପାଇଁ ଯେହେତୁ ସମୟ ଲାଗିବ ସେଥିପାଇଁ ସୈନିକ ସ୍କୁଲ ଅଳିଆଗଦା ଠାରେ ଥିବା ଓଦା ଅଳିଆ ପ୍ରକିୟାକରଣ ପାଇଁ ସେଡ ନିର୍ମାଣ କରାଯାଇଛି l ସେଠାରୁ ଦୁର୍ଗନ୍ଧ ପୁରା ଅଂଚଳକୁ ଦୂଷିତ କରିବା ସହ ପରିବେଶକୁ କ୍ଷତି କରୁଛି l ସେଥିରୁ ନିର୍ଗତ ଆବର୍ଜନା ପାଣି ଡ୍ରେନକୁ ଯାଇ ଭୁତଳ ଜଳ ପୁରା ନଷ୍ଟ ହୋଇଗଲାଣି l ସେଥିପାଇଁଏହାକୁ ସମ୍ପୂର୍ଣ୍ଣ ନିବୁଜ ଘର କରିବା ସହ ପବନ ବାହାରକୁ ନ ଯିବା ବ୍ୟବସ୍ଥା କରିବା ସହ ବଡ଼ ବଡ଼ ଶିଳ୍ପlନୁଷ୍ଠାନରେ ବ୍ୟବହାର ହେଉଥିବା ପଙ୍ଖା ଲଗାଯାଇ ସେହି ଦୁର୍ଗନ୍ଧ ପବନକୁ ଶୁଦ୍ଧ କରି ଉପରକୁ ଛାଡିଲେ ଏହି ଅଂଚଳର କିଛି କ୍ଷତି ହେବନାହିଁ l ଦୁର୍ଗନ୍ଧ କମିଯିବ l ଯେହେତୁ ଆଗକୁ ବର୍ଷାଦିନ ଆସିଯିବ ଏହି ଗନ୍ଧ ଦୁଇଗୁଣ ବଢ଼ିଯିବ l ସେଥିପାଇଁ ଅଭିଯାନ ଯୁଦ୍ଧ କାଳୀନ ବ୍ୟବସ୍ଥା କରିବାକୁ ଚାହୁଁଛି ନଚେତ ପୁଣି 6 ମାସ ବିଳମ୍ବ ହୋଇଯିବ l ଆଜିର ଜନ ପ୍ରତିବାଦ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ , ଆଶୁତୋଷ ମିଶ୍ର, ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ସଞ୍ଜୟ ମଲ୍ଲିକ,ପ୍ରିତିଶ ବସା, ଭିଏସ୍ଏସ୍ ନଗର ଉନ୍ନୟନ ପରିଷଦ ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା, ଯୁଗ୍ମ -ସମ୍ପାଦକ ଚିନ୍ତାମଣି ବାରିକ, ଶଙ୍କର୍ଷଣ ବାରିକ, ସତ୍ୟବ୍ରତ ମହାନ୍ତି, ନିରୁପମା ପାତ୍ର, ପ୍ରତାପ ସାହୁ ଧରଣୀଧର ରାଉତ, ଶଶି ଭୂଷଣ ଦାସ, ରାମଚନ୍ଦ୍ର ସାମଲ, ରଶ୍ମିତା ସାହୁ, ସୁଶାନ୍ତ ସାହୁ, ସମୀର ସରକାର ଓ ପ୍ରଦୀପ୍ତ ପରିଡା ଆଦି ନେତୃତ୍ୱ ନେଇ ଜନ ପ୍ରତିବାଦ କୁ ସଫଳ କରିଥିଲେ l
ପ୍ରବଳ ବର୍ଷାରେ ଗlଡ଼କଣ ଡମ୍ପିଙ୍ଗୟାର୍ଡ଼ ସମ୍ମୁଖରେ ଅଳିଆଗଦା ହଟାଇବାକୁ ଜନ ପ୍ରତିବାଦ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଉତ୍କଳୀୟ ସ୍ୱାଭିମାନ ତରଫରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ପାଳନ
ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ 'ଉତ୍କଳୀୟ ସ୍ୱାଭିମାନ ଅନୁଷ୍ଠାନ' ତରଫରୁ ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ,ଓଡ଼ିଶା ସରକାର ଏବଂ କଳିଙ୍ଗ ଇନ୍ଷ୍ଟିଟ୍ୟୁଟେ ଇଣ୍ଡଷ୍ଟ୍ରିଆଲ ଟେକ୍ନଲୋଜି ଅନୁକୁଲ୍ୟରେ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ମଙ୍ଗଳବାର ସ୍ଥାନୀୟ ଜୟଦେବ
ଜନ ଅସନ୍ତୋଷରେ ପୈ।ର ଚିକିତ୍ସାଳୟ
୪୦ ମାସ ଧାରଣା ରେ ସେବା ପ୍ରତିନିଧିଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ଅଧିବାସୀ ସ୍ଵାଧୀନତା ପୂର୍ବରୁ ସ୍ଵାସ୍ଥ୍ୟ କଥା ଚିନ୍ତାକରି ୧୯୪୬ ମସିହାରେ ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଏକ ଚିକିତ୍ସାଳୟ ନିର୍ମାଣ କରିଥିଲେ। ପରେ ପୈ।ର ମହାନଗର ନିଗମ ସେହି ଚିକିତ୍ସାଳୟକୁ ନିଜ
ଉତ୍ତମ ମାନର ସେବା ଦେବା ପାଇଁ ଦୂରସଂଚାର ବିଭାଗ ପ୍ରତିଶୃତିବଦ୍ଧ
ଭୁବନେଶ୍ୱର: ଭାରତୀୟ ଦୂରସଂଚାର ବିଭାଗ ଭୁବନେଶ୍ୱର ଟେଲିକମ ପକ୍ଷରୁ ମହାନିର୍ଦ୍ଧେଶକ ରମେଶ କୁମାର ଗୋୟଲ ଏକ ସମୀକ୍ଷା ବୈଠକ ସହିତ ଟେଲିଫୋନର ବିଭିନ୍ନ ଉପଯୋଗୀତା, ନାଗରିକ ମାନଙ୍କ ପ୍ରମୁଖ ସମସ୍ୟା ସହିତ ବିଏସଏନଏଲ କୁ ଆହୁରି ଲୋକାଭିମୁଖୀ କରାଇବା, ସଂଚାର ଆପ
ଓଡ଼ିଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧରଣତନ୍ତ୍ର ଦିବସ ପାଳିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମ ପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରେ ଏକତ୍ରିତ ହୋଇ ପତାକା ଉଚୋାଳନ କରିଥିଲେ। ଏହାସହ
ଓଡ଼ିଶ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମେଳା ଅନୁଷ୍ଠିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମେଳା ଧୂମଧାମ ତଥା ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ପୀଠରେ ଗ୍ରାମର ସମସ୍ତ
ଚାନ୍ଦବାଲି ଏନଏସି ୧୦ନମ୍ବର ୱାର୍ଡ ନୟାଧାମରା ଗ୍ରାମରେ ଅଷ୍ଟପ୍ରହରୀ କୀର୍ତ୍ତିନ
ନୟାଧାମରାଗ୍ରାମରେ ପ୍ରତ୍ୟେକ ବର୍ଷଭଳି ଏହିବର୍ଷ ମଧ୍ୟ ଅଷ୍ଟପ୍ରହରୀ କିର୍ତ୍ତନ ପାଳନ କରାଯାଉଛି | ୨୫ ରୁ ୨୮୬ରିଖ ପର୍ଯନ୍ତ ଅଷ୍ଟପ୍ରହରୀ ନାମକିର୍ତ୍ତନ ଅନୁଷ୍ଟିତ ହେବ ବୋଲି ନୟାଧାମରାଗ୍ରାମରେ ଗ୍ରାମବାସୀବୃନ୍ଦ ଗ୍ରାମକୁ ସାଜସଜାସହିତ କିର୍ତ୍ତନଦଳକୁ ନିମନ୍ତ୍ରିତ କରିଛନ୍ତି | ତାହା ସହିତ ଆଖପାଖ
ଓଡିଶା ଉଦ୍ୟୋଗୀ ପରିବାରର ପଞ୍ଚମ ସ୍ୱନକ୍ଷତ୍ର ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ପଞ୍ଚମ ସ୍ୱନକ୍ଷତ୍ର ଓ ଉଦ୍ୟୋଗୀଙ୍କ ସମ୍ପର୍କରେ ଆଲୋଚନା, ସମୀକ୍ଷା ବିଶିଷ୍ଟ ସମାଜସେବୀ, ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ୱ ଓ ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି I
ଗଡ଼ମାଣିତ୍ରୀ ଠାରେ ବନ୍ଧୁମିଳନ
ଖୋର୍ଦ୍ଧା: ପବିତ୍ର ମା ରାମଚଣ୍ଡୀଙ୍କ ପୀଠ ଗଡ଼ମାଣିତ୍ରୀ ଠାରେ ସମାଜସେବୀକା, ପୁଜ୍ୟପୂଜା ପ୍ରାଣ ସନ୍ତୋଷ କୁମାର ବଳିୟାର ସିଂ ଓ ଲୋପାମୁଦ୍ରାଙ୍କ ଏଗାରତମ ବିବାହ ବାର୍ଷିକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାଙ୍କ ଆଶୀର୍ବାଦ ତଥା ବଡ ଭଉଣୀ
କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ପବିତ୍ର ଶ୍ରୀପଂଚମୀ ଅବସରରେ ସାମାଜିକ ଅନୁଷ୍ଠାନ "କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟ' ର ୧୫ତମ ବାର୍ଷିକ ଉତ୍ସବ ଓ ସଶକ୍ତ ଓଡ଼ିଶା ପକ୍ଷରୁ ଆୟୋଜିତ ମହିଳା ସଶକ୍ତିକରଣ ଅଭିଯାନ ଆଲୋଚନା ଚକ୍ର ଓ ମହିଳାଙ୍କୁ ଦୁଇ ଚକିଆ ଯାନ ପ୍ରଦାନ
ଓଡ଼ିଶ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜାଚ୍ଚର୍ନା
ଭୁବନ: ଓଡ଼ିଶ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜାଚ୍ଚର୍ନା ଖୁବ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଏହି ପୂଜାର୍ଚ୍ଚନା ବିଦ୍ୟାଳୟର ପ୍ରାୟ ସମସ୍ତ ଶିକ୍ଷାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ମୃଣ୍ମୟ ମୂର୍ତ୍ତି
ଇନ୍ଦିରା ଗାନ୍ଧୀ ପାର୍କରେ ମ୍ୟୁଜିକ ସର୍କଲର କାର୍ୟ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ବର: ଭୁବନେଶ୍ବର ମ୍ୟୁଜିକ ସର୍କଲ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କରେ “ଲଭେବୁଲ ରାଗଜ୍-ରାଗ ଆଧାରିତ ଲୋକପ୍ରିୟ ସଂଗୀତ” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ବନ୍ଦ ଅଡିଟୋରିୟମ୍ରେ ଏହିପରି କାର୍ୟ୍ୟକ୍ରମଗୁଡିକୁ ଉପସ୍ଥାପନ କରାଯାଇଥାଏ କାରଣ ଏହା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରିବେଷଣ
ସମାଜସେବୀ ସ୍ୱର୍ଗତଃ ଧ୍ରୁବଚରଣ ଓ ସୁବାସିନୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
ଭୁବନେଶ୍ୱର: ଶିଶୁପାଳଗଡ଼ର ନିଆରା ସମାଜସେବୀ, ନୀତିନିଷ୍ଠ ବ୍ୟକ୍ତିତ୍ୱ ସ୍ୱର୍ଗତଃ ଧୁ୍ରବଚରଣ ପାତ୍ର ଓ ଧର୍ମପନôୀ ସମାଜସେବିକା ସୁବାସିନୀ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ଶିଶୁପାଳଗଡ଼ ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ସହପାଠୀ ଭାଗ୍ୟଲତାଙ୍କ ସଂଯୋଜନାରେ ଅନୁଷ୍ଠିତ
ବଡ଼ ପରଦାକୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’
ଉପକୂଳ ଅଞ୍ଚଳର ଜଣେ ଯୁବକ ଶିକ୍ଷା ନିଯୁକ୍ତି ପାଇଁ ମାଓବାଦୀ ପ୍ରବଣ ଅଞ୍ଚଳକୁ ଯାଆନ୍ତି। ସେଠାରେ ସେ ଯେଉଁ ପରିବେଶ ଦେଇ ଗତି କରୁଛନ୍ତି ଓ ସଂଘର୍ଷ କରୁଛନ୍ତି ତାହା କାହାଣୀରେ ରୂପାୟିତ ହୋଇଛି ଓ ବଡ଼ ପରଦାକୁ ନେଇକି ଆସୁଛନ୍ତି
ନୂଆ ମ୍ୟୁଜିକ୍ ଭିଡିଓରେ ଶିବରାମ ଓ ଦୀପ୍ତି
ଶିବରାମ ଅଫିସିଆଲ୍ ନିବେଦିତ ନୂଆ ଓଡ଼ିଆ ରୋମାଣ୍ଟିକ୍ ମ୍ୟୁସିକ୍ ଭିଡିଓ "ପ୍ରିୟସି’ ବହୁତ୍ ଜଲଦି ଆପଣଙ୍କ ନିକଟକୁ ଆସିବାକୁ ଯାଉଛି ଓ ରିଲିଜ୍ ହେବାକୁ ଯାଉଛି। ଏହି ମ୍ୟୁସିକ୍ ଭିଡିଓରେ ନିର୍ଦ୍ଦେଶକ ଆନନ୍ଦ କୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱ
ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ
ବଲାଙ୍ଗିର: ତୁଷୁରା ସ୍ଥିତ ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଇବର ସେଲ ଆଇଆଇସି ଭାରତୀ ନାୟକ ଓ ଜାତୀୟ ସ୍ତରୀୟ ଟାଇକଣ୍ଡୋ କୋଚ
ରକ୍ତଦାନ କଲେ, ଅମୂଲ୍ୟ ଜୀବନ ବଞ୍ଚାଇଲେ
ବଲାଙ୍ଗୀର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଡି ଗ୍ରାମର ୧୪ ବର୍ଷ ଝିଅ ଚୁଲବୁଲି ବଞ୍ଛୋର ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ 4% ରକ୍ତ ଥିବାରୁ ଜରୁରି ପରିସ୍ଥିତିରେ ଡାକ୍ତର ତାଙ୍କୁ ରକ୍ତ ଦେବାକୁ ପରାମର୍ଶ
ଇଣ୍ଡିଆୱାନ୍ ଏୟାର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରିଉ ମେମ୍ବର
ରାଉରକେଲା: ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆୱାନ୍ ଏୟାର ର ଏକ ୯-ସିଟର ବିମାନ ଶନିବାର ଦିନ ରାଉରକେଲା ବିମାନବନ୍ଦରରୁ ପ୍ରାୟ ୧୫–୨୦ କିଲୋମିଟର ଦୂର ଜଲଦା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୈଷୟିକ ତ୍ରୁଟି ଯୋଗୁଁ ଉଡାଣ ସମୟରେ ପାଇଲଟ୍ ଙ୍କୁ ‘ମେଡେ’
ନିଆରା ଢଙ୍ଗରେ ଜନ୍ମୋତ୍ସଵ ପାଳନ କଲା ନିସ୍ୱାର୍ଥ ସେବା ଓଡିଶା
ଭୁବନେଶ୍ୱର: ନିଃସ୍ୱାର୍ଥ ସେବା ଓଡ଼ିଶା ର ସପ୍ତମ ପ୍ରତିଷ୍ଠା ଦିବସ କୁ ନିଆରା ଢଙ୍ଗରେ ପାଳନ କରିଛି ସଂଗଠନ । କୌଣସି ଚାକଚକ୍ୟ ଉତ୍ସବ ପାଳନ ନକରି ଜଣେ ଅସହାୟ କର୍କଟ ରୋଗୀଙ୍କ ମୁହଁରେ ହସ ଫୁଟାଇଛି ଏହି ସଂଗଠନ ।
ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରିଣୀ ସହ ଆଲୋଚନା
ଖୋର୍ଦ୍ଧା: ସରକାରୀ ହାଇସ୍କୁଲ ଏନ୍.ପି.ଏସ୍. ଶିକ୍ଷକ ସଂଘ ଖୋର୍ଦ୍ଧା ଜିଲ୍ଲାର ଭାଇଭଉଣୀ ମାନଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଅଧିକାରିଣୀ ସୋନାମିକା ରାୟ, ସୟ-ଶିକ୍ଷାଧିକାରିଣୀ ପ୍ରଜ୍ଞାପରମିତା ଜେନା, ସହ-ଶିକ୍ଷାଅଧିକାରିଣୀ ରଶ୍ମିବାଳା ପରିଡ଼ା,ସହ-ଶିକ୍ଷାଅଧିକାରୀ ବିଜୟ କୁମାର ବେହେରାଙ୍କୁ ଭେଟି ଇଁରାଜୀ ନବବର୍ଷର ଅଭିନନ୍ଦନ ଜ୍ଞାପନ
ସଡ଼କ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ
ପୁରୀ: ଭୁବନେଶ୍ବର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ପ୍ରମେୟ ନ୍ୟୁଜ୍ ସେଭେନ୍ରେ କାର୍ଯ୍ୟରତ ଜଣେ ସାମ୍ବାଦିକା ଶିଲା ପଟ୍ଟନାୟକ ଓ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି। ନ୍ୟୁଜ୍-୭ କାର୍ଯ୍ୟାଳୟରେ ଶୋକର ଛାୟା ଖେଳିଯାଇଛି। ସୂଚନା
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
ଓଡ଼ିଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧରଣତନ୍ତ୍ର ଦିବସ ପାଳିତ
ଓଡ଼ିଶ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମେଳା ଅନୁଷ୍ଠିତ
ଚାନ୍ଦବାଲି ଏନଏସି ୧୦ନମ୍ବର ୱାର୍ଡ ନୟାଧାମରା ଗ୍ରାମରେ ଅଷ୍ଟପ୍ରହରୀ କୀର୍ତ୍ତିନ