ଚିଲିକା: ଖୋର୍ଦ୍ଧ।ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମସ୍ଥ ମଙ୍ଗରାଜପୁର ଠାରେ ୯ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ସପ୍ତାଙ୍ଗ ଓ ପ୍ରବଚ଼ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରତ୍ୟେହ ସକାଳ ସମୟରେ ପାରାୟଣ, ହୋମ, ସଂକୀର୍ତ୍ତନ ଓ ଭଜନ ସମାରୋହ ହେଉଥିବା ବେଳେ ସଂଧ୍ୟା ସମୟରେ ଆଳତୀ, ଗୀତ ଗୋବିନ୍ଦପାଠ, ବେଦପାଠ ଓ ପ୍ରବଚ଼ନ କାର୍ଯ୍ୟକ୍ରମ ହୁଏ l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ତ୍ରିଦଣ୍ଡୀ ସ୍ୱାମୀ ଭକ୍ତ ଗୌରବ ସଚ୍ଚିତାନନ୍ଦ ଦାଶ ମହାରାଜ, ପଣ୍ଡିତ କିଶୋର ଚନ୍ଦ୍ର ଭଞ, ପଣ୍ଡିତ ବିକ୍ରମ କେଶରୀ ମହାରଣା,ଗାୟକ ଦକ୍ଷୀଣକେଶରୀ ରାମଚ଼ନ୍ଦ୍ର କର, ପଣ୍ଡିତ କାଶୀନାଥ ଦାସ ଓ ବାସନ୍ତୀ ସାହୁ ପ୍ରମୁଖ ଯୋଗ ଦେଇ “ଭାଗବତ ଦୃଷ୍ଟିରେ ନର ହିଁ ନାରାୟଣ ଏବଂ ନରନାରାୟଣ ସେବା ହିଁ ପ୍ରକୃତ ଭାଗବତ ଉପାସନା”Iଆଜିର ସଂଘର୍ଷମୟ ଓ ସ୍ଵାର୍ଥନ୍ଧ ଜଗତକୁ ଭାଗବତର ଉଦାର ମାନବବାଦ କେବଳ ପ୍ରକୃତ ବାଟ ଦେଖାଇ ପାରିବ ବୋଲି କହିଥିଲେ।ଭକ୍ତ ପ୍ରବଚନ କାର୍ଯ୍ୟକ୍ରମର ପ୍ରତ୍ୟେହ ଦିବସରେ ନୀଳକଣ୍ଠ ଉଚ୍ଚବିଦ୍ୟାଳୟର ପଣ୍ଡିତ ପ୍ରଭାସିନୀ ଦାଶ ମଞ୍ଚ ପରିଚାଳନା କରୁଥିବା ବେଳ ଭାଗବତ ପଠନ କରୁଥିଲେ ଭାସ୍କର ଚ଼ନ୍ଦ୍ର ଦାଶ ଓ ସହଯୋଗୀତା କରୁଥିଲେ ଲକ୍ଷ୍ମୀଧର ପଣ୍ଡା, ପ୍ରଭାକର ଦାଶ ଓ ସୁବାସ ଚନ୍ଦ୍ର ତ୍ରିପାଠୀ। ଏ ସମସ୍ତ କାର୍ଯ୍ୟକ୍ରମକୁ ସଂପାଦନା କରିଥିଲେ ଭାଗବତ ଟୁଙ୍ଗୀ ସେବା ସମିତିର ସଭାପତି ସୁବାସ ଚନ୍ଦ୍ର ନାୟକ,ସଂପାଦକ ବୃନ୍ଦାବନ ମହାରଣା ଓ ନୀଳ ମହାରଣା।
ଦିଲ୍ଲୀପ କୁମାର ଶତପଥୀ, ଚିଲିକା