ବଉଳାବନ୍ଧରେ ମା ଭୈରବୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଚିଲିକା,୧୭।୨-ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ସ୍ଥିତ ବଜ୍ରମୁଳି ସାହି ଠାରେ ମା ଭୈରବୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ମା ଭୈରବୀ ଦେବୀଙ୍କ ପୀଠରେ ୩ଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇଥିଲା।ପ୍ରଥମ ଦିବସରେ ଯଜ୍ଞର ଅଙ୍କୁରାରୋପଣ,ଜଳଯାତ୍ରା,ମଣ୍ଡଳୀ କରଣ, ଦେବତା ମାନଙ୍କୁ ନିମନ୍ତ୍ରଣ ଓ ଧ୍ୟନାଧିଵାସ ହୋଇଥିବା ବେଳେ ଦ୍ବିତୀୟ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ସାଲଘର, ଚଣ୍ଡୀ ପାଠ ଯଜ୍ଞ ଆଦି କ୍ରମ ହେବା ସହ ମନ୍ଦିର ପ୍ରତିଷ୍ଠା ଓ ରତ୍ନ ମୁଦ କରାଯାଇଥିଲା।ତୃତୀୟ ଦିବସରେ ଦେଵତା ମାନଙ୍କ ପ୍ରାଣ ପ୍ରତିଷ୍ଠା, ଯଜ୍ଞର ପୂର୍ଣ୍ଣାହୂତି ଓ ମା ଭୈରବୀ ଦେବୀଙ୍କ ସିଂହା ସନ ଆରୋହଣ କରାଯାଇଥିଲା। ଯଜ୍ଞରେ କର୍ତ୍ତା ଭାବେ ରବୀନ୍ଦ୍ର ମହାରଣା ଓ ତାଙ୍କ ଧର୍ମ ପତ୍ନୀ ଉପବେଶନ୍ କରିଥିଲେ। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବଉଳାବନ୍ଧ ଗ୍ରାମ ସମେତ ପାଖ ଆଖ ଗ୍ରାମର ଭକ୍ତମାନେ ଯୋଗଦେଇ ଯଜ୍ଞ ନାରାୟଣଙ୍କୁ ଦର୍ଶନ କରିବା ସହ ମା ଭୈରବୀ ଦେବୀଙ୍କ ଆଶ୍ରୀର୍ବାଦ ଭିକ୍ଷା କରିଥିଲେ।ଉକ୍ତ ମନ୍ଦିର ପ୍ରତିଷ୍ଠାରେ ଯୋଗଦେଇ ଥିବା ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଗ୍ରାମ୍ୟ ସଭାପତି ଚରଣ ବେହେରାଙ୍କ ସମେତ ସୁକାନ୍ତ ପାଲେଇ,ଡମ୍ବରୁ ଧର ବାରିକ, ପ୍ରଭାତ ପ୍ରଧାନ, ପ୍ରମୋଦ ସାହୁ, ନିରଞ୍ଜନ ପଣ୍ଡିତ, ଗୟାଧର ସାହୁ ଓ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page